ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ବରରେ ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହେଲା; ଷଣ୍ଢକୁ ନିର୍ଧୁମ୍ ପିଟିଲେ ଲୋକେ

ଭୁବନେଶ୍ବରରେ ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହେଲା; ଷଣ୍ଢକୁ ନିର୍ଧୁମ୍ ପିଟିଲେ ଲୋକେ

ଏହି ଘଟଣାରେ କ୍ରୋଧାନ୍ୱିତ ହୋଇ ଲୋକେ ଦୋଷୀ ଷଣ୍ଢଟିକୁ ବାଡ଼ିରେ ନିର୍ଧୁମ୍ ପିଟିଥିଲେ । ତା’ପରେ ଷଣ୍ଢଟିର ଚ଼ାରି ଗୋଡ଼ ବାନ୍ଧି ଲୋକେ ତାକୁ ସେଠି ରଖିଥିଲେ ଓ ନଗର ନିଗମକୁ ଶୀଘ୍ର ଆସି ଏହି ଆକ୍ରାମକ ପ୍ରାଣୀଟିକୁ ସେଠାରୁ ନେଇଯିବାକୁ ଅନୁରୋଧ କରିଥିଲେ ।

ଭୁବନେଶ୍ବରରେ ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହେଲା; ଷଣ୍ଢକୁ ନିର୍ଧୁମ୍ ପିଟିଲେ ଲୋକେ
କ୍ରୋଧାନ୍ୱିତ ହୋଇ ଧଉଳୀ ଅଞ୍ଚଳର ଲୋକେ ଦୋଷୀ ଷଣ୍ଢଟିକୁ ବାଡ଼ିରେ ନିର୍ଧୁମ୍‌ ପିଟିଥିଲେ ।
  • News18 Odia
  • Last Updated: January 26, 2020, 2:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର ଧଉଳି ଅଞ୍ଚଳରେ ଏକ ଷଣ୍ଢର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ମହିଳା ଜଣକ ନିଜ ଘର ପାଖରେ ଫୁଲ ତୋଳୁଥିବା ବେଳେ ଷଣ୍ଢଟି ଆସି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା ।

ମୃତ ମହିଳାଙ୍କ ନାଁ ଭବାନୀ ବରାଳ । ଷଣ୍ଢ ଆକ୍ରମଣରେ ଗୁରୁତର ଆହତ ହୋଇ ସେ ପଡ଼ିଗଲା ପରେ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ହସପିଟାଲକୁ ନେଇଯାଇଥିଲେ, ମାତ୍ର ଚ଼ିକିତ୍ସା ଆରମ୍ଭ ହେବାର କିଛି ମିନିଟ୍‌ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ କ୍ରୋଧାନ୍ୱିତ ହୋଇ ଧଉଳୀ ଅଞ୍ଚଳର ଲୋକେ ଦୋଷୀ ଷଣ୍ଢଟିକୁ ବାଡ଼ିରେ ନିର୍ଧୁମ୍‌ ପିଟିଥିଲେ । ଉଗ୍ର ଲୋକମାନଙ୍କ ଆକ୍ରମଣରେ ଷଣ୍ଢଟିର ପ୍ରାଣ ଚ଼ାଲିଯିବାର ସମ୍ଭାବନା ଦେଖି କେତେକ ଲୋକ ଆକ୍ରମଣ ରୋକିବାକୁ ଚ଼େଷ୍ଟା କରିଥିଲେ ।ତା’ପରେ ଷଣ୍ଢଟିର ଚ଼ାରି ଗୋଡ଼ ବାନ୍ଧି ଲୋକେ ତାକୁ ସେଠି ରଖିଥିଲେ ଓ ନଗର ନିଗମକୁ ଶୀଘ୍ର ଆସି ଏହି ଆକ୍ରାମକ ପ୍ରାଣୀଟିକୁ ସେଠାରୁ ନେଇଯିବାକୁ ଅନୁରୋଧ କରିଥିଲେ ।

ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳରେ ଗତ କିଛି ମାସ ହେଲା ବୁଲା ଗୋରୁ ଓ କୁକୁରମାନଙ୍କ ଦୌରାତ୍ମ୍ୟ ବଢ଼ିଥିବା ଦେଖାଯାଉଛି । ଷଣ୍ଢ ଆକ୍ରମଣରେ ଆଜି ଏହି ମହିଳାଙ୍କ ମୃତ୍ୟୁ ହେବା ପରେ ଲୋକଙ୍କ ଭିତରେ ଭୟର ପରିବେଶ ସୃଷ୍ଟି ହୋଇଛି ।
First published: January 26, 2020, 2:58 PM IST