News18 Odia Digital
ଭୁବନେଶ୍ଵର: ରାଜଧାନୀର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India, SBI)ର ନୟାପଲ୍ଲୀ ବ୍ରାଞ୍ଚରେ କାର୍ଯ୍ୟ କରୁଥିବା ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି ଓ କ୍ୟାପିଟାଲ୍ ହସପିଟାଲରେ ଭର୍ତ୍ତି କରାଯାଇଛି ।
ନୟାପଲ୍ଲୀର ନୂଆ ସାହିରେ ଏକ ଭଡ଼ା ଘରେ ନିଜ ଭଉଣୀଙ୍କ ସହ ରହୁଥିବା ଏହି ମହିଳା ବ୍ୟାଙ୍କ କର୍ମଚାରୀ ରବିବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ହଠାତ୍ ନୟାପଲ୍ଲୀ ବାଲୁଙ୍କେଶ୍ୱର ମନ୍ଦିର ପୋଖରୀକୁ ଡେଇଁ ପଡିଥିଲେ l ଆଖପାଖରେ ଥିବା କିଛି ଯୁବକ ଏହା ଦେଖିପାରି ପୋଖରୀ ଭିତରୁ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ l
ଏହି ଯୁବତୀ ବ୍ୟାଙ୍କରେ ଠିକାରେ ଚାକିରି କରନ୍ତି l ଲକଡାଉନ ପୂର୍ବରୁ ତାଙ୍କ ଭଉଣୀ ଗାଁକୁ ଚାଲିଯାଇଥିଲେ l ସେହି ଦିନ ଠାରୁ ଯୁବତୀ ଜଣକ ଭୁବନେଶ୍ୱରରେ ଏକୁଟିଆ ରହି ଆସୁଥିଲେ ବୋଲି ଜଣାପଡ଼ିଛି l

ଆମ୍ବୁଲାନ୍ସରେ ଯୁବତୀଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି ଜଣେ ପୋଲିସ୍ ଅଧିକାରୀ ।
ଆତ୍ମହତ୍ୟା ଉଦ୍ୟମର ପଛର ରହସ୍ୟ ଜଣା ପଡ଼ିନି l ଘଟଣାକୁ ଗୁରୁତର ସହ ନେଇ ଅନୁସନ୍ଧାନ ଆରମ୍ଭ କରିଛି ପୋଲିସ l ସମଗ୍ର ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଯୁବତୀଙ୍କ ସମ୍ପର୍କରେ ଯଥା ସମ୍ଭବ ତଥ୍ୟ ଗୋପନ ରଖୁଛି ପୋଲିସ l
ଏହି ମହିଳା ବ୍ୟାଙ୍କ କର୍ମଚାରୀଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ l ତାଙ୍କ ଭାଇ ପେଶାରେ ଜଣେ ଆଇନଜୀବୀ l ତେବେ କାହିଁକି ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ଆସହତ୍ୟା ଉଦ୍ୟମ କଲେ ତାକୁ ନେଇ ଉଠିଛି ପ୍ରଶ୍ନ l
ଏହି ମହିଳା ବ୍ୟାଙ୍କ କର୍ମଚାରୀ ଜଣକ ପୋଲିସ ପାଖରେ କୌଣସି ପ୍ରକାରେ ମୁହଁ ଖୋଲୁ ନ ଥିବା ଜଣାପଡ଼ିଛି l ଏହା ସସପେନ୍ସକୁ ଅଧିକ ବଢ଼ାଇଛି l ଛଟେଇ ଯୋଗୁଁ ସେ ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି କୁହାଯାଉଛି । ତେବେ ତଦନ୍ତ ପୂରା ହେଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ।
ଏକ ସୂତ୍ରରୁ ପ୍ରକାଶ ଯେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନେକ ଠିକା କାରଣ ଆହୁରି ଅନେକ ଠିକା କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାର ଯୋଜନା କରୁଛି l ଏହି କର୍ମଚାରୀ ଜଣକ ପ୍ରେମରେ ପ୍ରତାରଣା ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି ମଧ୍ୟ କେତେକ କହୁଛନ୍ତି, ମାତ୍ର ପୋଲିସ ସେ ଘଟଣାର କାରଣ ବିଷୟରେ ଏ ପର୍ଯ୍ୟନ୍ତ କିଛି କହିନାହିଁ ।
ଏହା ବି ପଢ଼ନ୍ତୁ: ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।