ଭୁବନେଶ୍ୱର: ଧରା ପଡ଼ିଲା ’ଲୁଟେରୀ ଦିଦି’; ଧରମ ଭାଇ ରୂପେ ୨ ଅପରାଧୀଙ୍କୁ ରଖି ଲୁଟ୍ କରାଉଥିଲା

୨୪ ବର୍ଷୀୟା ପ୍ରିୟଙ୍କା ମହାନ୍ତି ଘରୁ ପୋଲିସ ଜବତ କରିଛି ଆଠଟି ଚୋରି ମୋବାଇଲ ଫୋନ, ତିନୋଟି ବାଇକ, ଦୁଇଟି ଖଣ୍ଡା ଓ ଗୋଟିଏ ଛୁରୀ l ଦୁଇ ଅପରାଧୀ ଯୁବକଙ୍କୁ ନିଜ ଧରମ ଭାଇ ବୋଲି ପରିଚୟ ଦେଇ ରାତିରେ ସେ ନିଜ ଘରେ ରଖିଆସୁଥିଲା ।

ଭୁବନେଶ୍ୱର: ଧରା ପଡ଼ିଲା ’ଲୁଟେରୀ ଦିଦି’; ଧରମ ଭାଇ ରୂପେ ୨ ଅପରାଧୀଙ୍କୁ ରଖି ଲୁଟ୍ କରାଉଥିଲା
ପ୍ରିୟଙ୍କାକୁ (ମୁହଁରେ ଦୁପଟ୍ଟା) ଗିରଫ କରିବା ପରେ ଜଣେ ପୋଲିସ କର୍ମଚାରୀ ପଚରାଉଚରା ପାଇଁ ନେଉଛନ୍ତି ।
  • News18 Odia
  • Last Updated: August 12, 2020, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୁଇ ଜଣ ହାର୍ଡ଼କୋର ଅପରାଧୀଙ୍କୁ ଆଶ୍ରୟ ଦେଉଥିବା ଲେଡି ଲୁଟେରା ପ୍ରିୟଙ୍କା ମହାନ୍ତି ଏବେ ପୋଲିସ କବଜାରେ l ପ୍ରିୟଙ୍କାକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ l ପ୍ରିୟଙ୍କାର ଦୁଇ ସହଯୋଗୀ ନାରାୟଣ ଜେନା ଓ ରାହୁଳ ମହାନ୍ତି ବି ଗିରଫ ହୋଇଛନ୍ତି l ଧରମ ଭାଇ କହି ପ୍ରିୟଙ୍କା ଏମାନଙ୍କୁ ନିଜ ପାଖରେ ଆଶ୍ରୟ ଦେଉଥିଲା l ଦିନରେ ଏମାନେ ଲୁଟପାଟ କରୁଥିଲେ ଓ ରାତିରେ ପ୍ରିୟଙ୍କା ପାଖରେ ରହୁଥିଲେ ବୋଲି ପୋଲିସ କହିଛି ।

୨୪ ବର୍ଷୀୟା ପ୍ରିୟଙ୍କା ମହାନ୍ତିର ଘର ବ୍ରହ୍ମପୁରର ଗାନ୍ଧିନଗରରେ । ଗତ କିଛି ମାସ ଧରି ସେ ରହୁଥିଲା ଭରତପୁରରେ l ତାକୁ ଧରିବାକୁ ଦୁଇ ମାସ ହେଲା ଅନେକ ଚେଷ୍ଟା କରିଥିଲା ପୋଲିସ, ହେଲେ ଧରା ପଡ଼ୁନଥିଲା ପ୍ରିୟଙ୍କା l ରେଡ ବେଳେ ପ୍ରିୟଙ୍କାର ଘରୁ ପୋଲିସ ଜବତ କରିଛି ଆଠଟି ଚୋରି ମୋବାଇଲ ଫୋନ, ତିନୋଟି ବାଇକ, ଦୁଇଟି ଖଣ୍ଡା ଓ ଗୋଟିଏ ଛୁରୀ l

ଗିରଫ ହୋଇଥିବା ପ୍ରିୟଙ୍କାର ସହଯୋଗୀ ନାରାୟଣ ଜେନା (୨୫) ଜଣେ କୁଖ୍ୟାତ ଅପରାଧୀ l ତା ନାଁରେ କ୍ୟାପିଟାଲ ଥାନା, ଖାରବେଳ ନଗର, ଜଟଣୀ, ଶହୀଦନଗର ଓ କଟକ ଜିଆରପି ଥାନାରେ ରହିଛି ୨୧ଟି ଆପରାଧିକ ମାମଲା l ଗିରଫ ହୋଇଥିବା ଅନ୍ୟ ସହଯୋଗୀ ରାହୁଲ ମହାନ୍ତି (୧୯) ନାଁରେ ରହିଛି ତିନିଟି ମାମଲା l

ପୋଲିସର କହିବା ଅନୁସାରେ ଏହି ଦୁଇ ଯୁବକ ସକାଳେ ଲୁଟ ଓ ଛିନତାଇ କରନ୍ତି l ଏକୁଟିଆ ଯାଉଥିବା ମହିଳାଙ୍କୁ ଟାର୍ଗେଟ କରନ୍ତି ଏମାନେ l ବାଇକ ଚାଳକଙ୍କୁ ଲିଫ୍ଟ ମାଗି ତାଙ୍କୁ ଆକ୍ରମଣ କରି ଗାଡି, ଟଙ୍କା ଓ ମୋବାଇଲ ଫୋନ ବି ଲୁଟି ନିଅନ୍ତି l

ପ୍ରିୟଙ୍କା ଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନ୍, ଖଣ୍ଡା ଓ ଛୁରୀ


ନାରାୟଣ ଗଲା ମାସେ ହେଲା ଜାମିନରେ ଆସି ଆତଙ୍କ ସୃଷ୍ଟି କରିଥିଲା l ମାସେ ଭିତରେ ସେ ୧୨ଟି ଲୁଟପାଟ କରି ପୋଲିସର ନିଦ ହଜେଇ ଦେଇଥିଲା l ଦିନରେ ଏମାନେ ସହରରେ ଆତଙ୍କ ଖେଳାଉଥିଲେ, ଆଉ ରାତି ହେଲେ ପ୍ରିୟଙ୍କା ପାଖରେ ଆଶ୍ରୟ ନେଉଥିଲେ l  ତେଣୁ ସହଜରେ ପୋଲିସ ଏମାନଙ୍କୁ ଟ୍ରାପ୍‌ କରି ପାରୁ ନ ଥିଲା l

ପ୍ରିୟଙ୍କାକୁ ଏମାନେ ଦିଦି ବୋଲି ଡାକୁଥିଲେ l ପୋଲିସର କହିବା ଅନୁସାରେ ନାରାୟଣ ସହ ମିଶି ବିଭିନ୍ନ ଲୁଟ ଓ ଛିନତାରର ବ୍ଲୁ ପ୍ରିଣ୍ଟ ତିଆରି କରୁଥିଲା ପ୍ରିୟଙ୍କା l ନାରାୟଣ, ରାହୁଳ ଓ ପ୍ରିୟଙ୍କା ତାନା ଜଣଙ୍କ ଘର ଗଞ୍ଜାମରେ ହୋଇଥିବାରୁ ଏମାନଙ୍କ ଅପରାଧର ଯୋଡ଼ି ବେଶ୍‌ ଜମିଥିଲା l ଏହି ତିନି ଜଣଙ୍କ ସହ ପୋଲିସ କବଜାରେ ଜଣେ ନାବାଳକ ବି ଅଛି l

ପ୍ରିୟଙ୍କା ନାଁରେ କୌଣସି କ୍ରାଇମ ରେକର୍ଡ ରହିଛି କି ନାହିଁ ତାହା ଯାଞ୍ଚ କରୁଛି ପୋଲିସ l ବୁଧବାର ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି l

ଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତ

ଏହା ବି ପଢ଼ନ୍ତୁ | ଧୋନୀଙ୍କ ସ୍ୱାଧୀନତା! ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହେନ୍ଦ୍ର ସିଂ ଧୋନୀ; ଭିଡିଓ ଶେଆର୍ କଲେ

ଲୁଟ ଓ ଛିନତାଇ ବେଳେ ମିଳୁଥିବା ଲୁଟ ସାମଗ୍ରୀ ରହୁଥିଲା ପ୍ରିୟଙ୍କା ପାଖରେ l ଗ୍ରାହକ ଯୋଗାଡ଼ କରି ପ୍ରିୟଙ୍କା ସେ ସବୁକୁ ବିକ୍ରି କରୁଥିଲା ଓ ସିଂହ ଭାଗ ନିଜେ ରଖୁଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ପୋଲିସ ।



‘‘ଜଣେ ମହିଳା ନାରାୟଣ ଭଳି କୁଖ୍ୟାତ ଅପରାଧୀ ସହ ସମ୍ପର୍କରେ ରହିବା ଓ ସେମାନଙ୍କୁ ଆଶ୍ରୟ ଦେବାର ଟ୍ରେଣ୍ଡ ରାଜଧାନୀ ଭୁବନେଶ୍ୱର ପାଇଁ ନୂଆ,’’ କହିଛନ୍ତି ପୂର୍ବତନ ଡିଜିପି ସଞ୍ଜୀବ ମାରିକ ।
Published by: Anand Shankar Thankur Das
First published: August 12, 2020, 11:50 PM IST
corona virus btn
corona virus btn
Loading