ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅଭିଭାଷଣ କିମ୍ବା ପ୍ରଶ୍ନ କାଳରେ ହୋ ହାଲ୍ଲା କରିବେନି ବିରୋଧୀ; ୨୯ରେ ବସିବ ସର୍ବଦଳୀୟ ବୈଠକ

ଅଭିଭାଷଣ କିମ୍ବା ପ୍ରଶ୍ନ କାଳରେ ହୋ ହାଲ୍ଲା କରିବେନି ବିରୋଧୀ; ୨୯ରେ ବସିବ ସର୍ବଦଳୀୟ ବୈଠକ

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ପୂର୍ବ ଅଧିବେଶନ ପରି ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଚାଲିବ ଗୃହ କାର୍ଯ୍ୟ। ଆଗାମୀ ଅଧିବେଶନରେ ଦେଖିବାକୁ ମିଳିପାରେ କିଛି ଭିନ୍ନ ପ୍ରଥା।

ଅଭିଭାଷଣ କିମ୍ବା ପ୍ରଶ୍ନ କାଳରେ ହୋ ହାଲ୍ଲା କରିବେନି ବିରୋଧୀ; ୨୯ରେ ବସିବ ସର୍ବଦଳୀୟ ବୈଠକ
ଅଭିଭାଷଣ କିମ୍ବା ପ୍ରଶ୍ନ କାଳରେ ହୋ ହାଲ୍ଲା କରିବେନି ବିରୋଧୀ
  • News18 Odia
  • Last Updated: November 24, 2021, 3:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟପାଳଙ୍କ ଅଭିଭାଷଣ କିମ୍ବା ପ୍ରଶ୍ନ କାଳରେ ହୋ ହାଲ୍ଲା କରିବେନି ବିରୋଧୀ । ଡିସେମ୍ବର ପହିଲାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ହୋ ହଲ୍ଲାକୁ ବାରଣ କରିଛନ୍ତି ବାଚସ୍ପତି। ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଏ ନେଇ ସହମତି ପ୍ରକାଶ ପାଇଥିବା ବେଳେ ୨୯ ତାରିଖରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଏ ନେଇ ହେବ ଆଲୋଚନା।

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ପୂର୍ବ ଅଧିବେଶନ ପରି ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଚାଲିବ ଗୃହ କାର୍ଯ୍ୟ। ଆଗାମୀ ଅଧିବେଶନରେ ଦେଖିବାକୁ ମିଳିପାରେ କିଛି ଭିନ୍ନ ପ୍ରଥା। ସ୍ୱାଭାବିକ ଭାବେ ପ୍ରଶ୍ନକାଳ ଆରମ୍ଭରୁ ଅନେକ ପ୍ରସଙ୍ଗକୁ ନେଇ ସଦସ୍ୟମାନେ ଗୃହ ମଧ୍ୟଭାଗରେ ପ୍ରତିବାଦ କରୁଥିବା ବେଳେ ଶୀତ ଅଧିବେଶନରେ ଦେଖିବାକୁ ମିଳିନପାରେ ହୋ ହାଲ୍ଲାର ଦୃଶ୍ୟ।

ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନ କାଳରେ ହୋ ହାଲ୍ଲା ଉପରେ ରୋକ ଲାଗିପାରେ। ନିକଟରେ ଶିମଲାରେ ବସିଥିବା ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଏ ନେଇ ସହମତି ପ୍ରକାଶ ପାଇଥିବା ବେଳେ ଆସନ୍ତା ୨୯ ତାରିଖ ସର୍ବଦଳୀୟ ବୈଠକରେ ଅବଗତ କରାଇବେ ବାଚସ୍ପତି। ଗୃହ କାର୍ଯ୍ୟ ସ୍ୱାଭାବିକ ସହ ହୋ ହାଲ୍ଲା ବନ୍ଦ ନେଇ ସମସ୍ତଙ୍କ ସହ ଆଲୋଚନା କରିବେ ବାଚସ୍ପତି। ତେବେ କୋଭିଡ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇ ନଥିବାରୁ ଚଳିତ ଅଧିବେଶରେ ବି ସମସ୍ତଙ୍କ ହେବ ଆରଟିପିସିଆର ଟେଷ୍ଟ।

ଆସନ୍ତା ୨୫ ତାରିଖରେ ବି.ଏମ.ସି. ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ପରେ ସ୍ଥିର ହେବ ତାରିଖ। ଏହା ସହ ପୂର୍ବ ଅଧିବେଶନ ପରି ଶୀତ ଅଧିବେଶନରେ କଟକଣା ରହିବ ବୋଲି କହିଛନ୍ତି ବାଚସ୍ପତି।

ବାଚସ୍ପତିଙ୍କ ନିଷ୍ପତ୍ତିରେ ଅମଙ୍ଗ ବିରୋଧୀ । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ବାସ୍ତବ କ୍ଷେତ୍ରରେ ପ୍ରଶ୍ନ କାଳରେ ହୋ ହାଲ୍ଲା କରିବା ଉଚିତ ନୁହେଁ। ସେ ବିଜେଡିର ବାଚସ୍ପତି ନ ହୁଅନ୍ତୁ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନାକୁ ଅନୁମତି ନ ଦେଲେ ହୋ ହାଲ୍ଲା ହେବ। ରାଜ୍ୟର ଗୁରୁତ୍ତ୍ୱପୂର୍ଣ୍ଣ କଥା ଆଲୋଚନା କରିବାକୁ କହିଲେ ଆଲୋଚନା ହେବା ଉଚିତ୍। ହୋ ହାଲ୍ଲା ବେଳେ ଜବରଦସ୍ତି ଗୃହକୁ ଚଲେଇବା ବି କୋଉଠି ନିୟମରେ ନାହିଁ। ଆପଣଙ୍କ କଥା ଆମେ ମାନିବୁ ଯଦି ଆମ କଥା ଆପଣ ମାନିବେ।’’

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ବାଚସ୍ପତି ଯଦି ସର୍ବଦଳୀୟ ବୈଠକରେ ଏହି ପ୍ରସ୍ତାଵ ଆଣିବେ ତାହେଲେ ଜୋରଦାର ବିରୋଧ କରିବୁ। ବିରୋଧୀ ଦଳ ବିଧାନସଭାରେ ତା'ର ଭୂମିକା ପାଳନ କରିବ। ସାମ୍ପ୍ରତିକ ଗୁରତ୍ବପୂର୍ଣ ପ୍ରସଙ୍ଗରେ ପ୍ରଶ୍ନ କରିବୁ। ବାଚସ୍ପତି କ'ଣ କହିଲେ ଆପଣଙ୍କ ମାଧ୍ୟମରେ ଶୁଣିଛୁ। କୋଉଠି ଆଇନରେ ଅଛି କି ହୋ ହାଲ୍ଲା ବିଧାନସଭାରେ କରିପାରିବୁ ନାହିଁ। ଆମେ ବିଲକୁଲ୍ ଚୁପ ରହିବୁ ନାହିଁ। ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗମା କରିବୁ ବୋଲି ଚେତାବନୀ ଦେଇଛନ୍ତି ।’’

ସେପଟେ ଶାସକ ଦଳ ବିଧାୟକ ପ୍ରଫୁଲ୍ଲ ମାଝୀ କହିଛନ୍ତି,"ହୋ ହାଲ୍ଲା ଯୋଗୁଁ ଅନେକ ପ୍ରସଙ୍ଗ ଲୁଚି ଯାଉଛି। ହୋ ହାଲ୍ଲା ବନ୍ଦ ହେଲେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଲୋଚନା ହୋଇପାରିବ। ଡିସେମ୍ବର ପହିଲାରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତକାଳୀନ ଅଧିବେଶନରେ ରହିଛି ୨୬ଟି କାର୍ଯ୍ୟଦିବସ। ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ।’’
Published by: Lipina Das
First published: November 24, 2021, 3:31 PM IST