ବଢ଼ିବ ଶୀତ; ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା; ଶୀତ ଲହରୀ ସମ୍ଭବ
ରାଜ୍ୟର କେତେକ ଜିଲ୍ଲାରେ ତାପମାତ୍ରା କମିବା ଜାରି ରହିବା କାରଣରୁ ଶୀତ ଲହରୀ ହେବାର ସମ୍ଭାବନା ରହିଛି । ଆପଣମାନେ ଯଦି ଏ ଯାଏଁ ନିଜ ସ୍ୱେଟର୍, ଜ୍ୟାକେଟ୍ ଓ ମଫ୍ଲର୍ ବା ଗରମ ଟୋପି ବାକ୍ସରୁ ବାହାର କରିନାହାନ୍ତି, ତେବେ ଆଉ ଡେରି କରନ୍ତୁ ନାହିଁ ।

ଶୀତ ବଢ଼ିଲେ ନିଆଁ ପୋହିଁବାକୁ ସମସ୍ତଙ୍କୁ ଭଲ ଲାଗେ ।
- News18 Odia
- Last Updated: December 29, 2020, 10:46 PM IST
ଭୁବନେଶ୍ୱର: ଏବେ ଶୀତ ଋତୁ ଚାଲିଥିଲେ ବି ଅନେକ ଲୋକ ଏ ପର୍ଯ୍ୟନ୍ତ ନିଜ ସ୍ୱେଟର୍, ଜ୍ୟାକେଟ ଓ ମଫଲର୍ ବା ଗରମ ଟୋପି ବାକ୍ସରୁ ବାହାର କରି ନାହାନ୍ତି । ହେଲେ ସେମାନଙ୍କୁ ଏ ସବୁ ଜଲଦି ବାହାର କରି ପିନ୍ଧିବାକୁ ପଡ଼ିପାରେ । ରାଜ୍ୟରେ ଶୀତ ବଢ଼ିବାକୁ ଯାଉଛି ।
ନୂଆ ବର୍ଷର ପ୍ରଥମ କିଛି ଦିନ ବେଶ୍ ଶୀତୁଆ ପରିବେଶରେ ବିତିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଆସନ୍ତା ୩୧ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିଅସ୍ ଓ ଉପକୂଳ ଓଡ଼ିଶାରେ ୧ରୁ ୨ ଡିଗ୍ରୀ ସେଲସିଅସ୍ ତାପମାତ୍ରା ହ୍ରାସ ପାଇବ ବୋଲି କହିଛି ପାଣିପାଗ କେନ୍ଦ୍ର । ଏହା ଫଳରେ ଶୀତ ବଢ଼ିବ।
ଏହା ବି ପଢ଼ନ୍ତୁ | Inside PHOTOS: କରୀନା, କଙ୍ଗନା, ମଲାଇକା... ଏମାନେ କେମିତି Christmas 2020 ପାଳନ କଲେ

ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ
‘‘ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ ସେମିତି କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । ମାତ୍ର ୨୪ ଘଣ୍ଟା ପରେ ୩୧ ତାରଖ ସକାଳ ଠାରୁ ତାପମାତ୍ରା ଖସିବା ଆରମ୍ଭ କରିବ । ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୩ରୁ ୪ ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୧ରୁ ୨ ଡିଗ୍ରୀ ତାପମାତ୍ରା କମ୍ ହେବାର ସମ୍ଭାବନା ରହିଛି,’’ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ
ସେ ଆହୁରି କହିଛନ୍ତି, ‘‘ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ତାପମାତ୍ରା କମିବା ଜାରି ରହିବା କାରଣରୁ ଶୀତ ଲହରୀ ବା କୋଲ୍ଡ ୱେଭ୍ ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଏହି ଶୀତ ଲହରୀ ହେବାର ସମ୍ଭାବନା ରହିଛି ।’’
ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।