ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଏହି ମାସ ଶୀତରେ ଥରିବ ଓଡ଼ିଶା; ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି

ଏହି ମାସ ଶୀତରେ ଥରିବ ଓଡ଼ିଶା; ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି

ଦଶ ବର୍ଷ ପରେ ପୁଣି ଥରେ ଭୁବନେଶ୍ୱରରେ ପାରଦ ୧୦ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି । ୨୦୧୦ ଡିସେମ୍ବରରେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ଼ ହୋଇଥିଲା । ଏ ବର୍ଷ ସମାନ ସ୍ଥିତି ଦେଖିବାକୁ ମିଳିପାରେ ।

ଏହି ମାସ ଶୀତରେ ଥରିବ ଓଡ଼ିଶା; ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି
ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ବା ତା’ ଠାରୁ ୧ରୁ ୨ ଡିଗ୍ରୀ କମ୍ ରହିବ ।
  • News18 Odia
  • Last Updated: December 1, 2020, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱ: ହାଡ଼ଭଙ୍ଗା ଶୀତରେ ଥରିବ ଓଡ଼ିଶା । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ ଡିଗ୍ରୀ ତଳକୁ ଖସିବ ପାରଦ। ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବି ବଢ଼ିବ ଶୀତ। ୨୦୧୦ ପରେ ପୁଣି ଥରେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞମାନେ ।

ଡିସେମ୍ବର ମାସରେ ଉତ୍ତର ଭାରତରୁ ଥଣ୍ଡା ପବନ ବହିବା ଫଳରେ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ ବୋଲି ଆଶଙ୍କା କରାଯାଉଛି । ବିଶେଷ କରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ। ଡିସେମ୍ବର ୨୧ରୁ ଜାନୁଆରୀ ୧୦ ତାରିଖ ଯାଏ ହାଡ଼ଭଙ୍ଗା ଶୀତ ହେବ ବୋଲି କହିଛନ୍ତି ବିଶେଷଜ୍ଞମାନେ । ଡିସେମ୍ବର ୩ ତାରିଖ ଯାଏଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ବା ତା’ ଠାରୁ ୧ରୁ ୨ ଡିଗ୍ରୀ କମ୍‌ ରହିବ ।

ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...

ଡିସେମ୍ବର ୩ ତାରିଖ ପରେ ରାଜ୍ୟରେ ତାପମାତ୍ରା ପୁଣି ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଖସିବ ଓ ୧୩ ତାରିଖରୁ ବଢ଼ିବ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି । ଡିସେମ୍ବର ୧୩ ପରେ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

‘‘ଚଳିତ ବର୍ଷ ଲାନିନାର ପ୍ରଭାବ ରହୁଛି। ଉତ୍ତର ଭାରତରୁ ଥଣ୍ଡା ପବନ ବହିବା କ୍ରମଶଃ ଜାରି ରହିବ। ଏହା ରାଜ୍ୟରେ ତାପମାତ୍ରା ହ୍ରାସ କରାଇବା ସହ ଶୀତ ବଢ଼ାଇବାରେ ସହାୟକ ହେବ,’’ କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ।

ଏହା ବି ପଢ଼ନ୍ତୁ | UKରେ ସର୍ଭେ: ଲକଡାଉନରେ ଲୋକେ ସେକ୍ସ କମ୍ କଲେ, ହେଲେ ସେମାନଙ୍କ ସମ୍ପର୍କ ଦୃଢ଼ ହେଲା

ଦଶ ବର୍ଷ ପରେ ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ପାରଦ ୧୦ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି । ୨୦୧୦ ଡିସେମ୍ବରରେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ଼ ହୋଇଥିଲା । ଚଳିତ ବର୍ଷ ସମାନ ସ୍ଥିତି ଦେଖିବାକୁ ମିଳିବ। ରାତି ତାପମାତ୍ରା ହ୍ରାସ ପାଇବ । ଡିସେମ୍ବର ଶେଷ ସପ୍ତାହରୁ ଜାନୁୟାରୀ ପ୍ରଥମ ସପ୍ତାହ ଯାଏ ତାପମାତ୍ରା ଖସିବା ସହ ଅଧିକ ଶୀତ ଅନୁଭୂତ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା ।



ବଙ୍ଗୋପସାଗରରେ ଥିବା ଲଘୁଚାପ ଅବପାତର ରୂପ ନେଇଛି। କ୍ରମଶଃ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ସମୁଦ୍ରିକ ଝଡ଼ର ରୂପ ନେବା ସମ୍ଭାବନା ରହିଛି। କିନ୍ତୁ ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ନ ଥିବା କହିଛି ଆଞ୍ଚଳିକ  ପାଣିପାଗ ବିଜ୍ଞାନ କେନ୍ଦ୍ର।
Published by: Anand Shankar Thankur Das
First published: December 1, 2020, 11:55 PM IST