News18 Odia Digital
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍ସେସୋରିଜ୍ ସ୍ପେସିଅଲ୍ଟି ଶୃଙ୍ଖଳା ଟ୍ରେଣ୍ଡ୍ସ ପକ୍ଷରୁ ଏହାର ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ର ଫଳାଫଳ ଘୋଷଣା କରାଯାଇଛି। ରବିବାର ଦିନ ଏକ ବର୍ଣ୍ଣାଢ଼୍ୟ ରଜ ରାଜକୁମାରୀ ଫିନାଲେ କାର୍ଯ୍ୟକ୍ରମରେ ଟ୍ରେଣ୍ଡସ୍ ରଜ ରାଜକୁମାରୀ ପ୍ରତିଯୋଗିତାର ସମସ୍ତ ଛଅ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଏଥିରେ ପ୍ରତିଯୋଗିତାର ବ୍ରାଣ୍ଡ୍ ଆମ୍ବାସାଡ଼ର ଭାବେ ଯୋଡ଼ି ହୋଇଥିବା ଓଲିଉଡ୍ର ଲୋକପ୍ରିୟ ତାରକା ସମ୍ବିତ ଆଚାର୍ଯ୍ୟ ଓ ଶିବାନୀ ସଙ୍ଗୀତା ଅତିଥି ଭାବେ ଉପସ୍ଥିତ ଥିଲେ ।
ରଜ ରାଜକୁମାରୀ ସେଲ୍ଫି ପ୍ରତିଯୋଗିତାରେ ଭୁବନେଶ୍ୱରର ଅର୍ପିତା ମହାପାତ୍ର ପ୍ରଥମ ପୁରସ୍କାର ଜିତିଥିବା ବେଳେ ସେମିଳିଗୁଡ଼ାର ସୋନାଲି ସ୍ୱାଇଁ ଓ ନବରଙ୍ଗପୁରର ବର୍ଷା ମହାନ୍ତି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି । ସେହିପରି, ରଜ ରାଜକୁମାରୀ ଗୀତ/ ଭିଡିଓ ପ୍ରତିଯୋଗିତାରେ ପାରାଦୀପର ସାୟନ୍ତୀ ଚାଟାର୍ଜୀ ପ୍ରଥମ ପୁରସ୍କାର ଜିତିଥିବା ବେଳେ ଭୁବନେଶ୍ୱରର ନନ୍ଦିନୀ ରାୟ ଓ ଢେଙ୍କାନାଳର ପ୍ରିନ୍ସେସ୍ ସିମ୍ରନ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ହାସଲ କରିଛନ୍ତି ।
ଏହି ଧରଣର ପ୍ରଥମ ପ୍ରତିଯୋଗିତା ପାଇଁ ଦିଆଯାଇଥିବା ହ୍ୱାଟସ୍ଆପ୍ ନମ୍ବର ସମେତ ୱେବସାଇଟରେ ସାରା ରାଜ୍ୟରୁ ହଜାର ହଜାର ଆବେଦନ ସହ ଜବରଦସ୍ତ ସମର୍ଥନ ମିଳିଥିଲା । ଏହି ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ମୂଲ୍ୟର ଦୁଇଟି ଲେଖାଏଁ ରଜ ସ୍ୱତନ୍ତ୍ର ରିହାତି କୁପନ୍ ପ୍ରଦାନ କରାଯାଇଥିବା ବେଳେ ଦୁଇଟି ବର୍ଗ ମଧ୍ୟରୁ ପ୍ରତି ବର୍ଗର ଶ୍ରେଷ୍ଠ ତିନି ବିଜେତା ଯଥାକ୍ରମେ ୩୧,୦୦୦ ଟଙ୍କା, ୨୧,୦୦୦ ଟଙ୍କା ଓ ୧୧ ହଜାର ଟଙ୍କାର ନଗଦ ରାଶି ପୁରସ୍କାର ଜିତିଛନ୍ତି ।
ଟ୍ରେଣ୍ଡ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୬-ଦିନିଆ ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ ଜୁନ୍ ୪ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଯେଉଁଥିରେ ସାମିଲ ଥିଲା ଅନ-ଗ୍ରାଉଣ୍ଡ, ହାଉସିଂ ସୋସାଇଟି ଦଳ, ଗଣମାଧ୍ୟମ ଓ ମଲ୍ ଭିତର କାଯ୍ୟକ୍ରମ । ରଜ ହେଉଛି ନାରୀତ୍ୱକୁ ପାଳନ କରିବାର ଏକ ପର୍ବ ଏବଂ ଏହାକୁ ବଡ଼ ଉଲ୍ଲାସ ଆଗ୍ରହ ଓ ଉତ୍ସାହର ସହ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଏ ଯେଉଁଥିରେ ସେମାନେ ନୂଆ ପୋଷାକ ପିନ୍ଧନ୍ତି, ଦୋଳିରେ ଖେଳନ୍ତି, ଭଲ ଖାଇବା ପରଷିଥାନ୍ତି, କୌତୁକ ଖେଳ ଖେଳନ୍ତୀ ଓ ଏହି ଉତ୍ସବକୁ ପାଳନ କରିବା ଲାଗି ଲୋକ ଗୀତ ଗାଇବା ସହ ଖେଳିଥାନ୍ତି ।
ଟ୍ରେଣ୍ଡ୍ସ୍ ଏହାର ପରିବ୍ୟାପ୍ତିକୁ ସୁଦୃଢ କରି ଦେଶରେ ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ ଓ ଟିୟର-୧ ଓ ଟିୟର-୨ ସହରଗୁଡିକରେ ଉପସ୍ଥିତି ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ସହିତ ସଂଯୁକ୍ତ ହୋଇ ବାସ୍ତବରେ ଭାରତରେ ଫାଶନର ସାର୍ବଜନୀନକରଣ କରୁଛି ଓ ଭାରତର ପସନ୍ଦଯୋଗ୍ୟ ଫାଶନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି । ଏଠାରେ ଚମତ୍କାର ବର୍ଗର ଉତମ ଗୁଣମାନର ଫାଶନ ସାମଗ୍ରୀ ରହିଛି ଯାହା ପ୍ରତ୍ୟେକ ଅବସର ପାଇଁ ସମ୍ପୂର୍ଣ୍ଣ ଖାପଖୁଆଇବା ଭଳି ହୋଇଛି ଓ ଏହାର ମୂଲ୍ୟ ସୁଲଭ ଓ ଏହା ତାହାର ମୂଲ୍ୟ ତୁଳନାରେ ଯଥେଷ୍ଟ ଅଧିକ ମୂଲ୍ୟବାନ ବିବେଚିତ ହେଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।