୩ ମାସ ପାଇଁ ବ୍ୟବହୃତ ନ ହେଲେ ରଦ୍ଦ ହୋଇଯିବ କି ଆପଣଙ୍କ ରାସନ କାର୍ଡ? ଜାଣନ୍ତୁ କଣ କହିଲେ କେନ୍ଦ୍ର ସରକାର...!

କିଛି ଦିନ ପୂର୍ବରୁ ଏକ ଖବର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲେଖାଯାଇଛି ଯେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ଯଦି ତିନିମାସ ପାଇଁ ରାସନ ନ ନିଆଯାଏ ତେବେ ରାସନ କାର୍ଡ ରଦ୍ଦ କରା ଯାଇପାରେ ।

୩ ମାସ ପାଇଁ ବ୍ୟବହୃତ ନ ହେଲେ ରଦ୍ଦ ହୋଇଯିବ କି ଆପଣଙ୍କ ରାସନ କାର୍ଡ? ଜାଣନ୍ତୁ କଣ କହିଲେ କେନ୍ଦ୍ର ସରକାର...!
PIB ଫ୍ୟାକ୍ଟ ଚେକ୍
  • News18 Odia
  • Last Updated: December 20, 2020, 4:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆପଣଙ୍କୁ ରାସନ କାର୍ଡ (Ration Card) ରଦ୍ଦ ସହ ଜଡିତ କୌଣସି ମେସେଜ ଆସିଛି କି ... କିମ୍ବା ଆପଣ ଏଭଳି କିଛି ଖବର ଶୁଣିଛନ୍ତି କି? ଯଦି ଏପରି ଘଟିଛି ତେବେ ସାବଧାନ ରୁହନ୍ତୁ । କିଛି ଦିନ ପୂର୍ବେ ଏକ ଖବର ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲେଖାଯାଇଛି ଯେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ଯଦି ତିନିମାସ ପାଇଁ ରାସନ ନ ନିଆଯାଏ ତେବେ ରାସନ କାର୍ଡ ରଦ୍ଦ କରା ଯାଇପାରେ । ଏହି ଖବରର ଦ୍ରୁତ ପ୍ରସାର ପରେ PIB ଏହାର ସତ୍ୟତା ବିଷୟରେ ଜାଣିବାକୁ ପାଇଛି । ଜାଣନ୍ତୁ ଆପଣଙ୍କର ରେସନ କାର୍ଡ ରଦ୍ଦ ହୋଇନାହିଁ ତ ।

PIB ଟ୍ୱିଟ୍ କରିଛି
PIB ଟ୍ୱିଟ୍ କରି ସୂଚନା ଦେଇଛି ଯେ କିଛି ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଉଛି ଯେ ତିନି ମାସ ଧରି ରାସନ ଗ୍ରହଣ ନକଲେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦାବି ସଂପୂର୍ଣ୍ଣ ମିଥ୍ୟା ।
PIB ଦ୍ୱାରା କରାଯାଇଥିବା ଫ୍ୟାକ୍ଟ ଚେକ୍ ଅନୁଯାୟୀ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା । କେନ୍ଦ୍ର ସରକାର କୌଣସି ନିର୍ଦ୍ଦେଶନାମା ଦେଇନାହାଁନ୍ତି । ତେଣୁ ଯଦି ଆପଣ ଏପରି କୌଣସି ମେସେଜ କିମ୍ବା ସୂଚନା ପାଉଛନ୍ତି ତେବେ ତାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ ।

ସରକାର ସ୍ପଷ୍ଟୀକରଣ ଦେଇଛନ୍ତି
ଏବେ ସରକାର ଏକ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ଏଥିରେ କୁହାଯାଇଛି ଯେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ଓ ସରକାରଙ୍କ ତରଫରୁ ରାସନ କାର୍ଡ ନୂତନ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥାତ୍ ତିନି ମାସର କଥାବାର୍ତ୍ତାର ଖବର ଭିତ୍ତିହୀନ ଓ ମିଥ୍ୟା ଅଟେ ।

ଆପଣଙ୍କୁ ମିଳୁଥିବା କୌଣସି ମେସେଜରେ ବି କରିପାରିବେ ଫ୍ୟାକ୍ଟ ଚେକ୍
ଯଦି ଆପଣ ମଧ୍ୟ ଏହିପରି ମେସେଜ ପାଇଥାନ୍ତି ତେବେ ଆପଣ ଏହାକୁ PIB କୁ https://factcheck.pib.gov.in/ କିମ୍ବା ହ୍ୱାଟସ୍ ଆପ୍ ନମ୍ବର +୯୧୮୭୯୯୭୧୧୨୫୯ କିମ୍ବା ଇମେଲ୍: pibfactcheck@gmail.com ରେ ପଠାଇ ପାରିବେ । ଏହି ସୂଚନା PIB ୱେବସାଇଟ୍ https://pib.gov.in ରେ ମଧ୍ୟ ଉପଲବ୍ଧ ।

ବୃଦ୍ଧି ପାଉଛି ନକଲି ଖବର
କରୋନା ଯୁଗରେ ସାରା ଦେଶରେ ଯେଉଁ ପ୍ରକାରର ପରିସ୍ଥିତି ଉପୁଜିଛି ତାକୁ ନେଇ ମଧ୍ୟ ଅନେକ ମିଥ୍ୟା ଖବର ଭାଇରାଲ ହେବାରେ ଲାଗିଛି । ଭାରତ ସରକାରଙ୍କ ପ୍ରେସ ସୂଚନା ବ୍ୟୁରୋ ଭାଇରାଲ ଖବରକୁ ଅସ୍ୱୀକାର କରି କହିଛି ଯେ ସରକାର ଏଭଳି ନିଷ୍ପତ୍ତି ନେଇ ନାହାଁନ୍ତି । କରୋନା ଅବଧିରେ ଏଭଳି ମିଥ୍ୟା ଖବରକୁ ରୋକିବା ପାଇଁ ସରକାର ଅନେକ ଉଦ୍ୟମ ମଧ୍ୟ କରିଛନ୍ତି ।
Published by: Jagdish Barik
First published: December 20, 2020, 4:15 PM IST
corona virus btn
corona virus btn
Loading