ବନ୍ଦ ହେବ କି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କ ଦରମା? ଚାଲିଛି ତାଲିକା ସଂଗ୍ରହ

ବିଦ୍ୟାଳୟ ଯାଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ମହଙ୍ଗା ପଡିବ କି ଶିକ୍ଷକଙ୍କୁ ? ସରକାରୀ ସ୍ତରରେ ହେଉଛି ତାଲିକା ପ୍ରସ୍ତୁତ ।

ବନ୍ଦ ହେବ କି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କ ଦରମା? ଚାଲିଛି ତାଲିକା ସଂଗ୍ରହ

ବନ୍ଦ ହେବ କି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କ ଦରମା? ଚାଲିଛି ତାଲିକା ସଂଗ୍ରହ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପ୍ରାୟ ୫୦ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ନିଜର ହକ୍ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଥିଲେ । ଯାହାଫଳରେ ବିଦ୍ୟାଳୟ ଗୁଡିକରେ ପାଠପଢା ମଧ୍ୟ ପ୍ରଭାବିତ ହୋଇଛି । କିନ୍ତୁ ଏତେ ପରେ ବି ସରକାର ଏପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ କଥା ବିଚାରକୁ ନେଇନାହାନ୍ତି । ଓଲଟା କେଉଁମାନେ ଆନ୍ଦୋଳନରେ ସାମିଲ ହେଇଛନ୍ତି ସେନେଇ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଠ ପଢାରେ ପ୍ରଭାବିତ ହେବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶିକ୍ଷକଙ୍କୁ ବୁଝାଇଥିଲେ । ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆନ୍ଦୋଳନରୁ ଓହରିଯିବା ପାଇଁ କହିଥିଲେ । କିନ୍ତୁ ଏବେ ଚର୍ଚ୍ଚା ହେଉଛି ଯେ, ପରିସ୍ଥିତି ଦେଖିଲେ ଲାଗୁଛି ଆକ୍ସନ ମୁଡରେ ଅଛନ୍ତି ରାଜ୍ୟ ସରକାର ।

ଲୋୟର ପିଏମଜିରେ ବିକ୍ଷୋଭ କରିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ନାମକୁ ନେଇ ଏକ ତାଲିକା ପ୍ରସ୍ତୁତ କରିବାକୁ ସିଆରସିସିଙ୍କୁ ବିଇଓ କହିଛନ୍ତି । କେଉଁମାନେ ଛୁଟି ନେଇଥିଲେ ସେ ତାଲିକା ପ୍ରସ୍ତୁତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାଁ ତାଲିକା ପ୍ରସ୍ତୁତ କରିବାର ଅନ୍ୟ କିଛି କାରଣ ରହିଛି ସେନେଇ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି ଯେ, ପାଠପଢାରେ ବାଧା ପାଇଁ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କ ଦରମା ବନ୍ଦ କରାଯାଇପାରେ ।

ସେପଟେ, ଏ ଘଟଣାକୁ ଆଶଙ୍କା କରି ପ୍ରାଥମିକ ଶିକ୍ଷକ ମହାସଂଘ ମଧ୍ୟ ଏହାର ଦୃଢ ଜବାବ ଦେଇଛି । ସଂଘର ସଭାପତି ସଦସ୍ୟ କହିଛନ୍ତି, ଯଦି ସରକାର ଶିକ୍ଷକଙ୍କୁ ଭୟ ଦେଖାଇବାକୁ ଏପରି କିଛି କରିବେ ତେବେ ଏହି ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ । ତେବେ ଏକ ଉଚ୍ଚସ୍ତରୀୟ ବୈଠକରେ ସରକାରୀ ସ୍ତରରେ ଶିକ୍ଷକଙ୍କ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ରହିଛି । ତେବେ ଜଣେ ବିଇଓଙ୍କ କହିବାନୁଯାୟୀ ସରକାରୀ ଦସ୍ତାବିଜକୁ ଭାଈରାଲ୍ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାରଣ ସରକାରୀ ସ୍ତରରେ ଶିକ୍ଷକଙ୍କ ସିଏଲ ପିଏଲ ହିସାବ ନେଇ ରିପୋର୍ଟ ମଗାଯାଇଥିଲା ।
Published by:Soubhagya Mishra
First published: