ଖୋଲିବ କି ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ? ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ଋଷିୟ ପର୍ଯ୍ୟଟକ ଆଣ୍ଟଭ ପାଭେଲଙ୍କ ମୃତ୍ୟୁ ରହସ୍ୟକୁ ନେଇ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଆଜି ରାୟଗଡାରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିବା ପରେ ପୋଲିସଠାରୁ ତଥ୍ୟ ନେବାସହ ଆଲୋଚନା କରିଥିଲେ ।

ଖୋଲିବ କି ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ? ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ଖୋଲିବ କି ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ? ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାୟଗଡା ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ଋଷିୟ ପର୍ଯ୍ୟଟକ ଆଣ୍ଟଭ ପାଭେଲଙ୍କ ମୃତ୍ୟୁ ରହସ୍ୟକୁ ନେଇ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଆଜି ରାୟଗଡାରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିବା ପରେ ପୋଲିସଠାରୁ ତଥ୍ୟ ନେବାସହ ଆଲୋଚନା କରିଥିଲେ । ପରେ ଆଣ୍ଟଭ ରହୁଥିବା ସାଇ ଇଣ୍ଟର ନ୍ୟାସନାଲ ହୋଟେଲକୁ ଯାଇ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଯେଉଁ ଡାକ୍ତରୀ ଟିମ ଆଣ୍ଟଭଙ୍କ ଶବ ବ୍ୟବଚ୍ଛେଦ କରିଥିଲେ ତାଙ୍କ ସହ ଆଲୋଚନା କରିଥିଲେ ତଦନ୍ତକାରୀ ଟିମ ।

ରାୟଗଡା ସାଇ ଇଣ୍ଟରନ୍ୟାସନଲ ହୋଟେଲର କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା ତଦନ୍ତକାରୀ ଟିମ । ହୋଟେଲର ୨୦୩ ରୁମକୁ ଯାଇ ତଥ୍ୟ ଖୋଜିଥିଲା କ୍ରାଇମବ୍ରାଞ୍ଚ । ଯେଉଁ ଛାତରୁ ଆଣ୍ଟଭ ପଡି ପ୍ରାଣ ହରାଇଥିଲେ ସେଠି ସାଇଣ୍ଟିଫିକ ଟିମ ଜରିଆରେ ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ । ସେଠି ମାପଚୁପ କରିବା ସହ ଦୀର୍ଘ ସମୟ ଧରି ତଦନ୍ତ ଚଳାଇଥିଲା ତଦନ୍ତକାରୀ ଟିମ । ହୋଟେଲରୁ ବାହାରିବା ପରେ କ୍ରାଇମବ୍ରାଞ୍ଚ ଟିମ ରାୟଗଡା ପୋଲିସ ସହାୟତାରେ ରାୟଗଡା ମେଡ଼ିକାଲ ଓ ଶବଦାହ ସ୍ଥାନକୁ ଯାଇ ତଦନ୍ତ କରିଥିଲା। ରାୟଗଡା ମେଡ଼ିକାଲରେ ଶବ ବ୍ୟବଛେଦ କରିଥିବା ଡାକ୍ତରି ଟିମ ସହ ଆଲୋଚନା କରିଥିଲା କ୍ରାଇମବ୍ରାଞ୍ଚ । ଆଣ୍ଟଭଙ୍କ ମୃତ୍ୟ କେଉଁଠି ହୋଇଥିଲା ? କେଉଁ ଅବସ୍ଥାରେ ଆଣ୍ଟଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ? ଆଣ୍ଟଭଙ୍କ କେଉଁ କେଉଁ ସ୍ଥାନରେ କ୍ଷତ ଚିହ୍ନ ଥିଲା ? ଶବ ବ୍ୟବଛେଦ ରିପୋର୍ଟ ପରେ କାହିଁକି ଭିଷେରା ଯାଞ୍ଚ ପାଇଁ ନମୁନା ରଖାଗଲା ନାହିଁ ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜିଥିଲା ତଦନ୍ତକାରୀ ଟିମ । ସେହିଭଳି ଶବଦାହ ସ୍ଥାନକୁ ଯାଇ ସାଇଣ୍ଟଫିକ ଟିମ ଜରିଆରେ ନମୁନା ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ ।
Published by:Soubhagya Mishra
First published: