ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ନବୀନ NDA ପ୍ରାର୍ଥୀଙ୍କୁ ସମର୍ଥନ କରିବେ କି? ଚର୍ଚ୍ଚା ଜୋର୍

କଂଗ୍ରେସ କହିଛି ଯେ ଏବେ ଦେଖାଯିବ ବିଜେଡି ନିଜକୁ ସେକ୍ୟୁଲାର ପାର୍ଟି କହୁଥିବା ବେଳେ କାହାକୁ ସମର୍ଥନ କରୁଛି । ରାଜ୍ୟସଭାରେ NDAର ସଂଖ୍ୟା ବଳ ନ ଥିବାରୁ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ବାହାରେ ଥିବା ଦଳଙ୍କ ସହାୟତା ଦରକାର ପଡ଼ୁଛି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ନବୀନ NDA ପ୍ରାର୍ଥୀଙ୍କୁ ସମର୍ଥନ କରିବେ କି? ଚର୍ଚ୍ଚା ଜୋର୍
ନବୀନ ପଟ୍ଟନାୟକ
  • News18 Odia
  • Last Updated: September 12, 2020, 9:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାର ଶାସକ ଦଳ ବିଜେଡି ନିଜ ରାଜ୍ୟସଭା ସାଂସଦଙ୍କ ପାଇଁ ଏକ ତିନି-ଧାଡ଼ିଆ ହ୍ୱିପ ଜାରି କରି ସେପ୍ଟେମ୍ବର ୧୪ରେ ଗୃହରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛି । ସେପ୍ଟେମ୍ବର ୧୪ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଥିବାରୁ ଜଳ ହ୍ୱିପ ଜାରିକରିଥିବା ଜଣା ପଡିଛି ।

କଂଗ୍ରେସ କହିଛି ଯେ ଏବେ ଦେଖାଯିବ ବିଜେଡି ନିଜକୁ ସେକ୍ୟୁଲାର ପାର୍ଟି କହୁଥିବା ବେଳେ କାହାକୁ ସମର୍ଥନ କରୁଛି । ବିଜେପି କହିଛି ଯେଉଁମାନେ ଏନ.ଡି.ଏ. ସହିତ ନାହାନ୍ତି ସେମାନଙ୍କ ସମର୍ଥନ ମାଗିଛି ଜେଡିୟୁ । ସେପ୍ଟେମ୍ବର ୧୪ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେଉଥିବାରୁ ଗୁରୁବାର ଦିନ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବା ଲାଗି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କରି ଅନୁରୋଧ କରିଥିଲେ ବିହାର ମୁଖ୍ୟ ମନ୍ତ୍ରୀ ନୀତିଶ କୁମାର । ତା’ ପର ଦିନ ନିଜ ଦଳର ସାଂସଦ ମାନଙ୍କୁ ୧୪ ସେପ୍ଟେମ୍ବରରେ ଗୃହରେ ଉପସ୍ଥିତ ରହିବା ଲାଗି ହ୍ୱିପ ଜାରି କରିଥିଲା ବିଜେଡି ।

ନବୀନ ରାଜ୍ୟସଭା ଉପାଧକ୍ଷ ନିର୍ବାଚନରେ କାହାକୁ ସମର୍ଥନ ଦେବେ ତାହା ସ୍ପଷ୍ଟ ନ କରି ହ୍ପିପ ଜାରିକରିଛନ୍ତି । ଗଲା ଥର ଭଳି ଏଥର ମଧ୍ୟ ନିଜର ଆଭିମୁଖ୍ୟକୁ ରିପିଟ୍ କରିବେ କି ନବୀନ? ନା ଆଉ କିଛି କାର୍ଡ଼ ଖେଳିବେ? ଏ ସବୁ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି ।

ସେପ୍ଟେମ୍ବର ୧୪ରେ ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ବିଜେଡି କାହାକୁ ସମର୍ଥନ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯେହେତୁ ରାଜ୍ୟସଭାରେ ଏନଡିଏର ସଂଖ୍ୟା ବଳ ନାହିଁ ସେଥି ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ଜିତାଇବାକୁ ଏନଡିଏ ବାହାରେ ଥିବା ଦଳଙ୍କ ସହାୟତା ଦରକାର ପଡ଼ୁଛି ।

UPAର ପ୍ରାର୍ଥୀ ମନୋଜ ଝା ନାମାଙ୍କନ କରୁଛନ୍ତି ।


ଗଲା ଥର ଜେଡିୟୁକୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ଦେଇଥିଲେ ନବୀନ । ଏଥର ବି ବିଜେଡି ସଭାପତିଙ୍କ ସମାନ ଆଭିମୁଖ୍ୟ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଆଞ୍ଚଳିକ ଦଳଙ୍କର ବଡ଼ ଭୂମିକା ରହିବ । ଯେହେତୁ ଏନଡିଓ ପ୍ରାର୍ଥୀଙ୍କୁ ଜିତିବାକୁ ୧୨୩ ଭୋଟ ଦରକାର, ସେଥି ପାଇଁ ଏନଡିଏ ବାହାରେ ଥିବା ଦଳଗୁଡ଼ିକର ସମର୍ଥନ ଲୋଡ଼ିବେ ଏନଡିଏ ନେତା ।

ଏବେ ଏନଡିଏ ପାଖରେ ୧୧୪ ଜଣ ସାଂସଦ ଅଛନ୍ତି । ତେଣୁ ଓାଇଏସଆର୍ କଂଗ୍ରେସ, ଟିଆରଏସ୍ ଓ ବିଜେଡିର ସମର୍ଥନରେ ଏନଡିଏ ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାତେଇବାକୁ ଯୋଜନା କରିଛି । ବିଜେଡିର ୯ ଜଣ ସାଂସଦ ଅଛନ୍ତି । ଏମିତିରେ ବିଜେଡିର ସମର୍ଥନ ନର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ। ଯେହେତୁ  ହରିବଂଶ ଜେଡିୟୁର ତେଣୁ ନବୀନଙ୍କ ସହ କଥାବାର୍ତ୍ତା ପାଇଁ  ବିଜେପି ନୀତିଶଙ୍କୁ ଆଗକୁ ଛାଡ଼ିଥିବା ଚର୍ଚ୍ଚା ହେଉଛି ।

ଆରଜେଡି ଦଳର ମନୋଜ ଝା ରାଜ୍ୟସଭା ଉପାଧକ୍ଷ ପଦ ପାଇଁ ନାମାଙ୍କନ ଭରିଛନ୍ତି  । ଝା ହେଉଛନ୍ତି ୟୁପିଏ ସମର୍ଥିତ ପ୍ରାର୍ଥୀ । ତାଙ୍କ ସହିତ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ, ଅହମଦ ପଟେଲ ଓ ଜୟରାମ ରମେଶ ଭଳି ନେତାଙ୍କୁ ନାମାଙ୍କନ ସମୟରେ ଦେଖିବାକୁ ମିଳିଥିଲା । ମନୋଜ ଝାଙ୍କ ସମର୍ଥନରେ ୧୨ଟି ବିରୋଧୀ ଦଳ ରହିଥିବା ବେଳେ ୯୧ ଜଣ ସଦସ୍ୟ ରହିଛନ୍ତି । ସବୁ ଠୁ ରୋଚକ କଥା ହେଉଛି ଦୁଇ ଜଣ ଯାକ ନେତା – ହରିବଂଶ ଓ ମନୋଜ ଝା – ହେଉଛନ୍ତି ବିହାରର ।

‘‘ବିଜୁ ଜନତା ଦଳ ତରଫରୁ ଏକ ହ୍ୱିପ ଜାରି କରାଯାଇଛି । ସେହି ହ୍ୱିପଟି ଦଳର ରାଜ୍ୟସଭା ସାଂସଦମାନଙ୍କ ପାଇଁ । ସେଥିରେ କୁହାଯାଇଛି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦମାନେ ୧୪ସେପ୍ଟେମ୍ବରରେ ସମସ୍ତେ ଗୃହରେ ଉପସ୍ଥିତ ରହିବେ କାରଣ ଏକ ଗୁରୁତ୍ବ ପୂର୍ଣ୍ଣପ୍ରସଙ୍ଗ ଆସିବାକୁ ଯାଉଛି,’’ କହିଛନ୍ତି ବିଜେଡିର ରାଜ୍ୟସଭା ମୁଖ୍ୟ ସଚେତକ ସସ୍ମିତ ପାତ୍ର ।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଏହା ବି ପଢ଼ନ୍ତୁ | ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ‘‘ବିଜେଡି ନିଜକୁ ସେକ୍ୟୁଲାର ଦଳ କହୁଥିବା ବେଳେ କାହାକୁ ସମର୍ଥନ ଦେଉଛି ସେଥିରୁ ଦଳର ଆଦର୍ଶ ପ୍ରମାଣିତ ହେବ ।’’



ବିଜେପି ସାଂସଦ ସୁରେଶ ପୁଜାରୀ କହିଛନ୍ତି, ‘‘ଜେଡିୟୁ ସମର୍ଥନ ମାଗିଛି  । ବିଜେପିର ଏଥିରେ କୌଣସି ସମ୍ପର୍କ ନାହିଁ  । ବିଜେପି ବିରୋଧୀ ଦଳରେ ଥିଲା, ଅଛି ଓ ଆଗକୁ ବି ରହିବ ।’’
Published by: Anand Shankar Thankur Das
First published: September 12, 2020, 9:36 PM IST
corona virus btn
corona virus btn
Loading