News18 Odia Digital
ଭୁବନେଶ୍ୱର: ସୁନା ଦର(Gold Price) ଏବେ ଆକାଶଛୁଆଁ ହେବାକୁ ଲାଗିଛି । ତାହା ସହିତ ରହିଛି ଗଢା ମଜୁରୀ(Making Charge) । ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି । ଆଗକୁ ମଧ୍ୟ ଏହି ଦର ଚଢା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ ।
ଅଧିକାଂଶ ସୁନା ବ୍ୟବସାୟୀଙ୍କ ମତରେ, କ୍ରମାଗତ ଭାବେ ଏବେ ଡ଼ରାଉଛି ସୁନା ଦର । ନିୟମିତ ବ୍ୟବଧାନରେ ବୃଦ୍ଧି ପାଉଥିବା ସୁନାର ଦର କାରଣରୁ ଓଡ଼ିଶା ବଜାରରେ ବିଭିନ୍ନ କ୍ୟାରେଟ୍ର ସୁନାର ଦର ବଢି ବଢି ଚାଲିଛିି । ସୁନା ବ୍ୟବସାୟୀ ଦେବାଶିଷ ମହାପାତ୍ରଙ୍କ ସୂଚନା ଅନୁସାରେ, ଗୋଟିଏ ମାସ ସୁନା ଦର ୫୩ ହଜାର ଟଙ୍କାରେ ସୀମିତ ଥିଲା । ସେହିଭଳି ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦର ରହିଛି ୬୨ ହଜାର ୭୦୦ରୁ ଅଧିକ । କିଛି ମାସ ଏହା ୬୦ ହଜାର ଭିତରେ ରହିଥିଲା । ଗତ କିଛି ମାସ ଭିତରେ ଆନ୍ତର୍ଜାତୀୟ ବଜାରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି ।
TODAY GOLD PRICE: ଗ୍ରାହକଙ୍କର ଚମକିବ ଭାଗ୍ଯ; ଶସ୍ତା ହେଲା ସୁନା ଦରବିଶେଷ କରି ବାହାରୁ ସୁନା ଆମଦାନୀ ପାଇଁ ଆମେ ଡ଼ଲାର ବ୍ୟବହାର କରୁଥିବାରୁ ସେହି ଅନୁସାରେ ଭାରତୀୟ ବଜାରରେ ସୁନାର ଦର ଧାର୍ଯ୍ୟ ହେଉଛି । ତେବେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହା ଭାରତୀୟ ବଜାରରେ ଚଢା ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ । ଏହା ସହିତ ଋଷ-ୟୁକ୍ରେନ ଯୁଦ୍ଧ ତଥା ବିଦେଶ ବଜାରରେ ମୁଦ୍ରାସ୍ଫିତୀର ଆଶଙ୍କା ଥିବାରୁ ସୁନା ଦର ବଢୁଥିବାରୁ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି । ହୁଏତ ଏହି ବଢିବା ଧାରା ଆଗକୁ ଜାରି ରହିବ ବୋଲି ବ୍ୟବସାୟୀ ଆଶଙ୍କା କରୁଛନ୍ତି । ସୁନା ଦର ବୃଦ୍ଧି ପାଉଥିବାରୁ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ହତାଶ ହୋଇଛନ୍ତି ।
ଏପଟେ କ୍ରମାଗତ ଭାବେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହା ୧୦ ଗ୍ରାମ ପିଛା ଏକ ଲକ୍ଷ ଟଙ୍କା ଛୁଇଁପାରେ ବୋଲି ଆଶଙ୍କା କରୁଛନ୍ତି ଅନେକ । ତେବେ ଏହି ଆଶଙ୍କା ଠିକ୍ ନୁହେଁ ବୋଲି ମତ ରଖିଛନ୍ତି ଅର୍ଥନିତୀଜ୍ଞ । ବରିଷ୍ଠ ଅର୍ଥନୀତିଜ୍ଞ ବିଭୁ ପଦାରବିନ୍ଦ ତ୍ରିପାଠୀଙ୍କ ମତରେ, ଆଗକୁ ଆହୁରି ବଢିବ ସୁନାର ଦର । କିନ୍ତୁ ଏହା ଏତେ ଶୀଘ୍ର ଲକ୍ଷେ ଟଙ୍କା ଛୁଇଁବ ନାହିଁ। ସାଧାରଣତଃ ଭାରତୀୟ ବଜାରରେ ସୁନାର ଦର ଅନ୍ତର୍ଜାତୀୟ ବଜାରରେ ଧାର୍ଯ୍ୟ ହୋଇଥିବା ବଜାର ଦର ଦ୍ୱାରା ପ୍ରଭାବିତ ହୋଇଥାଏ । କାରଣ ଭାରତ ଏକ ସୁନା ଆମଦାନୀକାରୀ ରାଷ୍ଟ୍ର । ଆବଶ୍ୟକୀୟ ସୁନା ପାଇଁ ଆମେ ବିଦେଶ ବଜାରରେ ଉପରେ ନିର୍ଭର କରିଥାଉ । ସେହି କାରଣରୁ ଆଗକୁ ବଢିପାରେ ସୁନାର ଦର ।
GOLD PRICE: ଶସ୍ତା ହେଲା ସୁନା; ୩୪ ହଜାରରେ ମିଳୁଛି ୧୦ ଗ୍ରାମ ସୁନାସୁନା ଦର ବଢୁଥିବାରୁ ଉଭୟ ବ୍ୟବସାୟୀ ଓ ଗ୍ରାହକ ଚିନ୍ତିତ । ଏକ୍ସପର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ସୁନାକୁ ପୁଞ୍ଜି ଭାବେ ରଖି ବ୍ୟବସାୟ କରିବାକୁ ଚାହୁଛନ୍ତି ସେମାନେ ସୁନା ଗହଣା ନୁହେଁ, ବରଂ ସୁନାର ବଣ୍ଡ କିଣିବା ଆବଶ୍ୟକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।