News 18 Odia Digital
ଓଡ଼ିଶା: ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ଏବେ ବେଶ ଚର୍ଚ୍ଚା । କାରଣ କିଛି ବର୍ଷର ବ୍ୟବଧାନ ପରେ ଏବେ ଗୋପାଳପୁରରେ ସିଦ୍ଧାନ୍ତଙ୍କ ଉପସ୍ଥିତି ଅଧିକ ଦେଖିବାକୁ ମିଳିଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଏବେ ସିଦ୍ଧାନ୍ତଙ୍କୁ ଖୋଜା ପଡୁଛି । ସେ ଦଳୀୟ କାର୍ଯ୍ୟକ୍ରମ ହେଉ କିମ୍ବା କୌଣସି ଗାଁରେ ମାଙ୍ଗଳିକ କାର୍ଯ୍ୟକ୍ରମ ସବୁଠି ତାଙ୍କୁ ଦେଖିବାକୁ ମିଳୁଛି । ତେବେ ଏହାକୁ ନେଇ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା କହିଛନ୍ତି ସିଦ୍ଧାନ୍ତ ।
ଦୁଇ ଦୁଇ ଥର ବ୍ରହ୍ମପୁର ଲୋକସଭା ଆସନରେ ସାଂସଦ ରହିଥିଲେ ସିଦ୍ଧାନ୍ତ ମହାପାତ୍ର । କିନ୍ତୁ ୨୦୧୯ରେ ସିଦ୍ଧାନ୍ତଙ୍କୁ ଟିକେଟ୍ ନ ମିଳିବା ପରେ ଆଉ ତାଙ୍କର ଦେଖାଦର୍ଶନ ମିଳିନଥିଲା । ବର୍ତ୍ତମାନ କିଛି ମାସ ହେବ ହଠାତ୍ ସିଦ୍ଧାନ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ । ଗୋପାଳପୁରରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଯୋଗ ଦେବାସହ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାରେ ବ୍ୟସ୍ତ ରହୁଛନ୍ତି ସିଦ୍ଧାନ୍ତ । ଯାହାକୁ ନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀ ସହ ସିଦ୍ଧାନ୍ତଙ୍କୁ ଯୋଡ଼ି ବେଶ ଚର୍ଚ୍ଚା ହେଉଛି । ମଙ୍ଗଳବାର ସିଦ୍ଧାନ୍ତ, ଗୋପଳପୁର ନିର୍ବାଚନ ମଣ୍ଡଳୀର କୁଠାରସିଂ ଓ ନାରୟଣପୁର ଗସ୍ତ କରିଥିଲେ । ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସର୍ବସାଧାରଣରେ ପ୍ରସାଦ ସେବନ କରିଥିଲେ । ସିଦ୍ଧାନ୍ତଙ୍କ ଗସ୍ତ ସମୟରେ ଗୋପାଳପୁର ବିଜେଡି କର୍ମକର୍ତ୍ତାଙ୍କ ସହିତ ରଙ୍ଗେଇଲୁଣ୍ଡା ବ୍ଳକ ବିଜେଡିର କର୍ମକର୍ତ୍ତା ସାମିଲ ହୋଇଥିଲେ । ଏହାପରେ ଗୋପାଳପୁର ବିଜେଡ଼ି କର୍ମୀଙ୍କ ସହ ସାଙ୍ଗଠନିକ ବୈଠକରେ ମଧ୍ୟ ସାମିଲ ହୋଇଥିଲେ । ତେବେ ଗୋପାଳପୁରରେ ସିଦ୍ଧାନ୍ତଙ୍କ ଏଭଳି କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ସେ, ଖଣ୍ଡନ କରିଛନ୍ତି । ଲୋକଙ୍କ ଭଲପାଇବା ଓ ଗ୍ରାମ୍ୟ କମିଟିର ନିମନ୍ତ୍ରଣ କ୍ରମେ ବିଭିନ୍ନ ଗାଁକୁ ଆସିଥିବା କହିଥିଲେ। ଏଥିରେ କୌଣସି ରାଜନୀତି ନାହିଁ । ସୁପ୍ରିମଙ୍କ ନିର୍ଦ୍ଦେଶ ହିଁ ସବୁକିଛି । ପରବର୍ତ୍ତୀ ସମୟରେ ଯାହା ନିର୍ଦ୍ଦେଶ ଆସିବ ସେହିପ୍ରକାରେ ଜଣେ ଶୃଙ୍ଖଳିତ ସଦସ୍ୟ ପରି ନିଜ କାମ କରିବି ବୋଲି କହିଛନ୍ତି ପୂବର୍ତନ ସାଂସଦ ।
ପଢନନ୍ତୁ ଏହି ଖବର :
Business Idea: ୧୦ ହଜାର ବିନିଯୋଗ କରି ବ୍ୟବସାୟ କରନ୍ତୁ... ମାସିକ ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ବରେ ରହିଛନ୍ତି । ଆଉ ଏହି ସମୟରେ କେହି ବି ଆସି ଗୋପାଳପୁରରେ ସଙ୍ଗଠନ କରିବା ତାହା କେତେଦୂର ଠିକ୍ ବୋଲି କହିଛନ୍ତି ଗୋପାଳପୁର ବିଧାୟକ । ସେପଟେ ପୂର୍ବତନ ସାଂସଦ ଦୀର୍ଘ ୧୦ ବର୍ଷ ଧରି ବ୍ରହ୍ମପୁର ଲୋକସଭା ଆସନରେ ରହିଥିବା ବେଳେ ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ବର୍ତ୍ତମାନ ମଧ୍ୟ ରହିଛି । ସିଦ୍ଧାନ୍ତ ବିଜେଡ଼ି ଦଳର ବରିଷ୍ଠ ନେତା ଆଉ ତାଙ୍କର ମଧ୍ୟ ଦାୟିତ୍ବ ରହୁଛି ବିଜେଡ଼ିକୁ ଆହୁରି ତୃଣମୂଳ ସ୍ତରରେ ସଙ୍ଗଠନ କରିବା । ତେଣୁ ସେ ନିଜର ଦାୟିତ୍ବ ପାଳନ କରୁଛନ୍ତି ଜଣେ ଶୃଙ୍ଖଳିତ ନେତା ହିସାବରେ । ତେଣୁ ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବିଜେଡ଼ି ଜିଲ୍ଲା ସଭାପତି । ଗୋପାଳପୁରରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ଜୋର୍ । ତେବେ ଆଗାମୀ ଦିନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କାହାର ଏଣ୍ଟ୍ରି ହେଉଛି ତାହା ସମୟ ହେଲେ ଜଣାପଡ଼ିବ । ( ବ୍ରହ୍ମପୁରରୁ କୈଳାସ ବେହେରା )
ପଢନ୍ତୁ ଏହି ଖବର :
CSK Vs MI: CSKର ଦମ୍ଦାର୍ ପ୍ରଦର୍ଶନ; ମୁମ୍ବାଇକୁ ୬ ଓ୍ବିକେଟରେ ହରାଇଲା ଚେନ୍ନାଇନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।