ଜଳେଶ୍ବରରେ ନିଶା କାରବାରରେ ରୋକ ଲଗାଇବେ କି ଅବକାରୀ ମନ୍ତ୍ରୀ?

ନିଶା କାରବାରର ପେଣ୍ଠସ୍ଥଳ ଜଳେଶ୍ବରରେ କମିବକି ନିଶା ବେପାର । ଜଳେଶ୍ବର ନିର୍ବାଚନ ମଣ୍ଡଳୀରୁ ଅବକାରୀ ମନ୍ତ୍ରୀ ହେବା ପରେଏହି କାରବାର ରୋକ ଉପରେ ବଡ଼ ପଦକ୍ଷେପ ନେବା ନେଇ ଆଶା କରାଯାଉଛି।

ବାଲେଶ୍ୱର ଅବକାରୀ ଥାନା (ପ୍ରତୀକାତ୍ମକ ଛବି)

ବାଲେଶ୍ୱର ଅବକାରୀ ଥାନା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ନିଶା କାରବାରର ପେଣ୍ଠସ୍ଥଳ ଜଳେଶ୍ବରରେ କମିବକି ନିଶା ବେପାର । ଜଳେଶ୍ବର ନିର୍ବାଚନ ମଣ୍ଡଳୀରୁ ଅବକାରୀ ମନ୍ତ୍ରୀ ହେବା ପରେଏହି କାରବାର ରୋକ ଉପରେ ବଡ଼ ପଦକ୍ଷେପ ନେବା ନେଇ ଆଶା କରାଯାଉଛି। ସେପଟେ ନିଶା କାରବାର ରୋକ ପାଇଁ ନିଜର ବିଭାଗର ସଂସ୍କାର କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି। ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

"ଏଭଳି ଚୋରା ଚାଲାଣ ଘଟଣାର ଉତ୍ସ ହେଉଛି ବାଂଲାଦେଶ। ବାଂଲାଦେଶ ଦେଇ ପଶ୍ଚିମବଙ୍ଗ ଓ ସୀମାନ୍ତବର୍ତ୍ତୀ ଜିଲ୍ଲା ବାଲେଶ୍ୱର ଦେଇ ଏହା ଓଡ଼ିଶା ଭିତରକୁ ପ୍ରବେଶ କରୁଛି । ଏହି ଘଟଣା ଏବେକାର ନୁହେଁ । ପୋଲିସର ଘନ ଘନ ଚଢ଼ାଉ ସତ୍ୱେ ବଢ଼ି ଚାଲିଛି ଏହି ଅବକାରୀ ଚୋରା ଚାଲାଣ । ତେବେ ଏହାକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବ ଅବକାରୀ ବିଭାଗ । ଏଥିପାଇଁ ବଛା ବଛା ଅଧିକାରୀଙ୍କୁ ଏହି ଟିମ୍‌ରେ ସାମିଲ କରାଯିବ,"କହିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ଵନୀ ପାତ୍ର।

ବଡ଼କଥା ବାଂଲାଦେଶରୁ ପଶ୍ଚିମବଙ୍ଗ ଆଉ ପଶ୍ଚିମବଙ୍ଗରୁ ଜଳେଶ୍ବର ଆସୁଛି ବ୍ରାଉନସୁଗାର ଓ ଜଳେଶ୍ବରରୁ ସାରା ରାଜ୍ୟ ସମେତ ବାହାର ରାଜ୍ୟକୁ ମଧ୍ୟ ଚାଲାଣ ହେଉଛି ଏହି ବ୍ରାଉନସୁଗାର । ସେହିପରି ବେଆଇନ ମଦ କାରବାର ହେଉ ବା ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ସବୁଠି ଜଳେଶ୍ବର ଅଞ୍ଚଳର ଲିଙ୍କ । ଜଳେଶ୍ବର ଅଞ୍ଚଳର କିଛି ବସ୍ତିରେ ବେଧଡ଼କ ଚାଲିଛି ନିଶା ରାକେଟ । ପଶ୍ଚିମବଙ୍ଗର ମାଫିଆ ଏଠାର କିଛି ଯୁବକ ସହିତ ସମ୍ପର୍କ ରଖି ଅତି ସହଜରେ ବ୍ୟବସାୟ ରଚୁଛନ୍ତି ।

ମୁଖ୍ୟତଃ ଅବକାରୀ ବିଭାଗ ବାରମ୍ବାର କର୍ମଚାରୀ ଅଭାବ କହୁଥିବା ବେଳେ ଏହାର ସମାଧାନ ସହିତ ଅତ୍ୟାଧୁନିକ ଶୈଳୀରେ କିପରି ନିଶା ରାକେଟକୁ ଧରାଯାଇ ପାରିବ ସେନେଇ ଅଧିକ ରିକ୍ରୁମେଣ୍ଟ, ବଜେଟ ଆଦି ବଢାଇବା ଆବଶ୍ୟକ। ଖାଲି ସେତିକି ନୁହେଁ କିଛି ଅଫିସର ନିଶା ମାଫିଆଙ୍କ ସମ୍ପର୍କରେ ଥିବା ଅଭିଯୋଗ ଆସୁଥିବା ବେଳେ ପୂର୍ବରୁ ଜଳେଶ୍ବରର ନିଲମ୍ବିତ ଥାନା ଅଧିକାରୀ ଓ ବାଲେଶ୍ୱରର ଦୁଇ କନେଷ୍ଟବଳ ଏହି ରାକେଟରେ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ଏଣୁ ବିଭାଗର ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ବଢ଼ାଇବା ମନ୍ତ୍ରୀ ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି।

"ବାଲେଶ୍ୱର ପାଇଁ ଗର୍ବର ବିଷୟ ଆମର ବିଧାୟକ ମନ୍ତ୍ରୀ ହୋଇଛନ୍ତି ହେଲେ ତାଙ୍କର ଦାୟିତ୍ବ ଯେଉପାଇଁ ବାଲେଶ୍ୱର ଜଳେଶ୍ବର ବଦନାମ ସେନେଇ ସେ ଦୃଢ଼ ପଦକ୍ଷେପ ନିଅନ୍ତୁ । ମୁଖ୍ୟତଃ ଅବକାରୀ ବିଭାଗର ନୂଆ କର୍ମଚାରୀ ନିଯୁକ୍ତି ସହିତ ସେମାନଙ୍କର ଦକ୍ଷତା ବିକାଶ କରିବା ଆବଶ୍ୟକ।  ସେହିପରି ମନ୍ତ୍ରୀ ନିଜ ଅଞ୍ଚଳରେ ଯୁବକ ଓ ଛାତ୍ର କିପରି ନିଶା ଠାରୁ ଦୂରେଇ ରହିବେ ସେନେଇ ଦାୟିତ୍ବ ନେବା ଆବଶ୍ୟକ,"କହିଛନ୍ତି ମିଳିତ ଓଡିଶା ନିଶା ନିବାରଣ ମଞ୍ଚ ସାଧାରଣ ସମ୍ପାଦିକା ମମତା ମହାପାତ୍ର।

ବାଲେଶ୍ୱର ବାର ଆସୋସିଏସନର ବରିଷ୍ଠ ସଭାପତି ମନୋଜ ନାୟକ କହିଛନ୍ତି," ବାଲେଶ୍ୱର ଜିଲ୍ଲା ଏବେ ଅପରାଧୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ନିଶା ରାକେଟର ପେଣ୍ଠସ୍ଥଳ ଜଳେଶ୍ବର ଏଣୁ ଏଠାରୁ ଅବକାରୀ ମନ୍ତ୍ରୀ ପରେ ଆମେ ଆଶା ରଖିବୁ ସେ ନିଶା କାରବାର ରୋକ ପାଇଁ ଦୃଢ଼ ପଦକ୍ଷେପ ନେବେ,"।
Published by:Soumya Das
First published: