ନୀଳଗିରିରେ ମାତିଲେ ଜଙ୍ଗଲୀ ଝିଣ୍ଟିକା, ଗଛ ପତ୍ର ଖାଇ ସଫା କରିଦେଉଛନ୍ତି; ଚିନ୍ତାରେ ଚାଷୀ

ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଙ୍ଗଲରେ ପ୍ରାୟ ଏକ କିଲୋମିଟରରୁ ଅଧିକ ଅଞ୍ଚଳର ଗଛପତ୍ର ଖାଇ ସଫା କରିଦେଲେଣି ଏଇ ପୋକ । ଜଙ୍ଗଲରୁ ସେମାନେ ଜନବସତି ମୁଁହା ହୋଇଥିବାରୁ ଲୋକେ ଆକଙ୍କିତ ହୋଇଛନ୍ତି ।

ନୀଳଗିରିରେ ମାତିଲେ ଜଙ୍ଗଲୀ ଝିଣ୍ଟିକା, ଗଛ ପତ୍ର ଖାଇ ସଫା କରିଦେଉଛନ୍ତି; ଚିନ୍ତାରେ ଚାଷୀ
ଏହି ପୋକଗୁଡ଼ିକ ସବୁ ଠାରୁ ବେଶୀ କଞ୍ଚା ଓ କଅଁଳ ପତ୍ର ଖାଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବଣୁଆ ଝିଣ୍ଟିକାକୁ ନେଇ ବାଲେଶ୍ୱର ଜିଲ୍ଲାରେ ଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି । ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ବଉଳଗଡ଼ିଆ ଅଞ୍ଚଳ ନିକଟସ୍ଥ ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ଏକ ପ୍ରକାର ଝିଣ୍ଟିକା ଦେଖା ଦେଇଛନ୍ତି । ସେମାନେ ସେହି ଅଞ୍ଚଳର ସବୁ ଗଛର ପତ୍ର ଖାଇ ସଫା କରିଦେଉଛନ୍ତି । ସାଧାରଣତ ଗଛର ପତ୍ର ଓ ଫଳ ଖାଇ ଦେଉଛନ୍ତି ଏହି ପୋକମାନେ ।

ପଙ୍ଗପାଳ ବିଭିନ୍ନ ରାଜ୍ୟର ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ କରିଦେଉଥିବା ଖବର ପରେ ବାଲେଶ୍ୱରରେ ଝିଣ୍ଟିକା ଆକ୍ରମଣ ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଆଗାମୀ ଦିନରେ ପଙ୍ଗପାଳ ଓଡ଼ିଶା ପ୍ରବେଶ କରିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି । ଏସବୁ ଭିତରେ ନୀଳଗିରି ଅଞ୍ଚଳର ଅଜବ ପୋକକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହଠାତ ଏହି ପୋକଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି ଓ ସେମାନେ ଜଙ୍ଗଲର ଅନେକ ଗଛକୁ ଲଣ୍ଡା କରି ଦେଇସାରିଲେଣି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି ।

ଏହି ପୋକଗୁଡ଼ିକ କଳା ଓ ଧଳା ରଙ୍ଗର । ସେମାନେ ସବୁ ଠାରୁ ବେଶୀ କଞ୍ଚା ଓ କଅଁଳ ପତ୍ର ଖାଉଛନ୍ତି । ଗୋଟିଏ ପଟେ ପଙ୍ଗପାଳ ଟେନସନ ଥିବା ବେଳେ ଏବେ ଏହି ଅଜଣା ପୋକକୁ ପୂର୍ବରୁ ଦେଖି ନ ଥିବା ସ୍ଥାନୀୟ ଲୋକେ ପଙ୍ଗପାଳ ଭାବି ଚାଷକୁ କିଭଳି ସୁରକ୍ଷା ଦେବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ବର୍ତ୍ତମାନ ନୀଳଗିରି ଓ ଔପଦା ଅଞ୍ଚଳର ଧାନ ଚାଷ ଅମଳ ସରିଛି, ହେଲେ ଅନେକ ଲୋକ ପରିବା ଚାଷ କରିଛନ୍ତି । ତେଣୁ ଏଇ ପୋକ ଗୁଡିକର ଆକ୍ରମଣ ସେମାନଙ୍କୁ ଆତଙ୍କିତ କରିଦେଇଛି ।

ବଉଳଗଡ଼ିଆରେ ଜଣେ ବ୍ୟକ୍ତି ଏହି ପୋକଗୁଡ଼ିକୁ ଘଉଡ଼େଇବାରେ ଲାଗିଛନ୍ତି ।


‘‘ଆଜି ଆମେ କେତେ ଜଣ ଜଙ୍ଗଲ ନିକଟକୁ ଆସିଥିବା ବେଳେ ଏଇ ଅଜଣା ପୋକଗୁଡ଼ିକୁ ଦେଖିଲୁ । ଟିଭିରେ ଆମେ ପଙ୍ଗପାଳ କଥା ଶୁଣିଥିଲୁ । ଏଇ ପୋକଗୁଡ଼ିକ ସେହି ଭଳି ଦେଖା ଯାଉଛନ୍ତି । ତେଣୁ ଆମେ କୃଷି ବିଭାଗଙ୍କୁ ଜଣାଇଛୁ । ଏହି ପୋକମାନେ ପ୍ରାୟ ଏକ କିଲୋମିଟରରୁ ଅଧିକ ଅଞ୍ଚଳର ଗଛ ପତ୍ର ଖାଇ ଦେଲେଣି,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ କୁମାର ।

ସ୍ଥାନୀୟ ଚାଷୀ ଭୁବନାନନ୍ଦ ସାହୁ ମଧ୍ୟ ଏହି ଭଳି ଝିଣ୍ଟିକାକୁ ଦେଖି ଭୟଭୀତ ହୋଇପଡ଼ିଥିବା କହିଛନ୍ତି । ‘‘ଆଗରୁ ଏଭଳି ପୋକ କେବେ ଦେଖି ନ ଥିଲୁ । ଏଇ ପୋକ କେଉଁଠୁ ଓ କେମିତି ଆସିଲେ ଜଣା ନାହିଁ, କିନ୍ତୁ ମୋ’ ବାଡ଼ିରେ ହୋଇଥିବା ପରିବା ଚାଷ ପାଖରେ ଏମାନେ ଯଦି ପହଞ୍ଚି ଯାଆନ୍ତି ତାହେଲେ ସବୁ ଛାରଖାର କରି ଦେବେ । ତେଣୁ କୃଷି ବିଭାଗ ଏଥି ପାଇଁ ଆମେ କଣ କରିବୁ କହିବା ଉଚିତ,’’ କହିଛନ୍ତି ସାହୁ ।

ତେବେ ନୀଳଗିରି ଅଞ୍ଚଳରେ ଦେଖା ଯାଇଥିବା ପୋକ ପଙ୍ଗପାଳ ନୁହେଁ ବୋଲି କହିଛନ୍ତି କୃଷି ବିଭାଗର ଜଣେ ଅଧିକାରୀ । ‘‘ଏହି ପୋକଗୁଡ଼ିକ ଜଙ୍ଗଲରେ ଦେଖାଯାଉଥିବା ଏକ ଝିଣ୍ଟିକା ଶ୍ରେଣୀର ପୋକ । ପଙ୍ଗପାଳ ଓଡିଶା ପ୍ରବେଶ କରି ନାହାନ୍ତି । ଯଦି ଆସିବେ ପ୍ରଥମେ ପଶ୍ଚିମ ଓଡିଶା ଆସିବେ । ନୀଳଗିରିରେ ଦେଖାଯାଉଥିବା ପୋକ ଜଙ୍ଗଲରେ ଦେଖା ଯାଆନ୍ତି ।  ଏଭଳି ପୋକ ମଧ୍ୟ ଚାଷ ନଷ୍ଟ କରିବା ଆଶଙ୍କା ରହିଛି । ଜଙ୍ଗଲ ନିକଟରେ ରହୁଥିବା ଚାଷୀମାନେ ପ୍ରତିଷେଧକ ବ୍ୟବହାର କରିପାରିବେ । ନିମ୍ବ ମଞ୍ଜିକୁ ସିଝାଇ ସ୍ପ୍ରେ କଲେ ଏଇ ପୋକ ଆଉ ଆସିବେନି । ଏଥି ପାଇଁ ଔଷଧ ମଧ୍ୟ ରହିଛି । ସବୁ VLWମାନଙ୍କୁ ସତର୍କ କରିବା ସହିତ ନଜର ରଖିବାକୁ କୁହାଯାଇଛି,’’ କହିଛନ୍ତି ନୀଳଗିରି କୃଷି ଅଧିକାରୀ ଭରତ ଚନ୍ଦ୍ର ନାଥ  ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଆଜି ଠାରୁ ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍‌

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 1, 2020, 11:21 PM IST
corona virus btn
corona virus btn
Loading