ସମ୍ବଲପୁର ଜିଲ୍ଲାର ସାତଟି ଗ୍ରାମରେ ବଣୁଆ ହାତୀଙ୍କ ଆତଙ୍କ; ଗାଁରେ ପଶି ଉପଦ୍ରବ କରୁଛନ୍ତି

ହାତୀ ପଲ କେବଳ କ୍ଷେତରେ ଥିବା ଫସଲ ନଷ୍ଟ କରୁଛନ୍ତି ତାହା ନୁହେଁ, ଗାଁ ଭିତରେ ପଶି ଆତଙ୍କ ଖେଳାଉଛନ୍ତି । ସନ୍ଧ୍ୟା ହେଲେ ଗାଁଗୁଡ଼ିକରେ ଭୟର ବାତାବରଣ ଲାଗିରହୁଛି ।

ସମ୍ବଲପୁର ଜିଲ୍ଲାର ସାତଟି ଗ୍ରାମରେ ବଣୁଆ ହାତୀଙ୍କ ଆତଙ୍କ; ଗାଁରେ ପଶି ଉପଦ୍ରବ କରୁଛନ୍ତି
ହାତୀ ପଲକୁ ଘଉଡ଼େଇବା ପାଇଁ ଲୋକେ ନିଆଁ ଜଳାଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ପଡ଼ିଆ ବାହାଲ ବନାଞ୍ଚଳ କୁକୁଡ଼ା ପାଲି ଗ୍ରାମାଞ୍ଚଳରେ ବଣୁଆ ହାତୀ ଆତଙ୍କ ଦେଖାଦେଇଛି । ହାତୀ ଉପଦ୍ରବ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ପ୍ରତି ଦିନ ଅଞ୍ଚଳରେ ଲାଗି ରହିଥିବା ହାତୀ ଉପଦ୍ରବ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ସ୍ଥାନୀୟ ଗ୍ରାମବାସୀମାନେ ମୁଖ୍ୟତଃ ଧାନ ଓ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଜଙ୍ଗଲୀ ହାତୀ ପଲ ଧାନ ଓ ପନିପରିବା ଚାଷ ଖାଇ ଓ ମାଡ଼ି ମକଚି ନଷ୍ଟ କରି ଦେଉଛନ୍ତି । କେବଳ କ୍ଷେତରେ ଥିବା ଫସଲ ନଷ୍ଟ କରୁଛନ୍ତି ତାହା ନୁହେଁ, ଗାଁ ଭିତରେ ପଶି ଆତଙ୍କ ଖେଳାଉଛନ୍ତି । ସନ୍ଧ୍ୟା ହେଲେ ଗାଁଗୁଡିକରେ ଭୟର ବାତାବରଣ ଲାଗିରହୁଛି ।

‘‘ଜୁଜୁମୁରା ବ୍ଳକର କୁକୁଡ଼ାପାଲି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଛଅ ମାସ ହେଲା ବଣୁଆ ହାତୀଙ୍କ ପ୍ରାଦୁର୍ଭାବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେଉଛି ।  ସନ୍ଧ୍ୟା ହେଲେ ନିକଟସ୍ଥ ବଡ଼ରମା ଅଭୟାରଣ୍ୟରୁ ହାତୀ ପଲ  ଗାଁକୁ ପଶି ଆସୁଛନ୍ତି । ଫସଲ ଓ ପନିପରିବା ଚାଷ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗି ଦେଉଛନ୍ତି । ବନବିଭାଗ ପାଖରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏ ନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ,’’ ଅଭିଯୋଗ କରିଛନ୍ତି କୁକୁଡ଼ା ପାଲି ଗାଁର ଦୋଳଗୋବିନ୍ଦ ନାୟକ ।

ଗୋଟିଏ ଗାଁ ଆଡ଼କୁ ମାଡ଼ି ଆସୁଛନ୍ତି ହାତୀ ପଲ


ପଡ଼ିଆବାହାଲ ରେଞ୍ଜ ଅନ୍ତର୍ଗତ କୁକୁଡ଼ା ପାଲି ପଞ୍ଚାୟତର କୁକୁଡାପାଲି  ଡୁମ୍ଭେରପାଲି, ଗିରିପାଲି, କୁସନପୁରୀ, ଡୁମାଲପଦର, ସିକ୍ରାପାଲି ଓ ବଇଦାର କଣ୍ଟା ଗ୍ରାମରେ ପ୍ରତି ଦିନ ସନ୍ଧ୍ୟାରେ ନିକଟସ୍ଥ ଜଙ୍ଗଲରୁ ଆସୁଥିବା ହାତୀ ପଲ ଲୋକଙ୍କ ଚାଷ ଜମିରେ ଧାନ ଫସଳ ଖାଇବା ସହ ସେଗୁଡିକୁ ନଷ୍ଟ କରି ଦେଉଛନ୍ତି ।

ସମ୍ବଲପୁର ଡିଏଫଓ ସଞ୍ଜୀତ କୁମାର


‘‘ହାତୀ ପଲ ଲୋକଙ୍କ ପରିବା ଚାଷ ନଷ୍ଟ କରିବା ସହ ଘର ଦ୍ୱାର ମଧ୍ୟ ଭାଙ୍ଗି ଦେଉଥିବା ଅଭିଯୋଗର ସ୍ଥାୟୀ ପ୍ରତିକାର ପାଇଁ ବନ ବିଭାଗ ତରଫରୁ କାର୍ଯ୍ୟ ଚାଲିଛି । ଜଙ୍ଗଲ ସୀମାରେ ଟ୍ରେଞ୍ଚ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସୋଲାର ଫେନ୍ସିଂ ମଧ୍ୟ କରାଯିବ,’’ କହିଛନ୍ତି ସମ୍ବଲପୁର ଡିଏଫଓ ସଞ୍ଜୀତ କୁମାର ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 7:06 PM IST
corona virus btn
corona virus btn
Loading