ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଢେଙ୍କାନାଳରେ ଗୋଠଛଡ଼ା ଦନ୍ତା ହାତୀ ୧୩ ଦିନରେ ୩ ଜଣଙ୍କୁ ମାରିଲାଣି; ଲୋକେ ଭୟଭୀତ

ଢେଙ୍କାନାଳରେ ଗୋଠଛଡ଼ା ଦନ୍ତା ହାତୀ ୧୩ ଦିନରେ ୩ ଜଣଙ୍କୁ ମାରିଲାଣି; ଲୋକେ ଭୟଭୀତ

ଦନ୍ତା ହାତୀର ଆକ୍ରମଣରେ ତିନି ତିନିଟି ଜୀବନ ଯିବା ପରେ ଏବେ ଭୟରେ ୧୫ ଖଣ୍ଡ ଗାଁରେ ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ । ବନ ବିଭାଗର ଉଦାସୀନତା ବିରୋଧରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଚାଲିଛି ।

ଢେଙ୍କାନାଳରେ ଗୋଠଛଡ଼ା ଦନ୍ତା ହାତୀ ୧୩ ଦିନରେ ୩ ଜଣଙ୍କୁ ମାରିଲାଣି; ଲୋକେ ଭୟଭୀତ
ଢେଙ୍କାନାଳରେ ଗୋଟିଏ ହାତୀ ଗୋଠ ଏକ ଗ୍ରାମ ଅଭିମୁଖେ ଆସୁଥିବା ଦୃଶ୍ୟ
  • News18 Odia
  • Last Updated: February 3, 2021, 8:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଆଶିଷ ରଞ୍ଜନ ଶତପଥୀ | News18 Odia Digital

ଢେଙ୍କାନାଳ: ଗୋଟିଏ ଗୋଠଛଡ଼ା ଦନ୍ତା ହାତୀ ୧୩ ଦିନ ଭିତରେ ତିନି ଜଣ ଲୋକଙ୍କ ଜୀବନ ନେଲାଣି । ତାକୁ କାବୁ କରିବାରେ ବିଫଳ ହୋଇଛି ବନ ବିଭାଗ । ନରହନ୍ତା ଦନ୍ତା ଭୟରେ ୧୫ ଖଣ୍ଡ ଗାଁରେ ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ ।

ଢେଙ୍କାନାଳ କପିଳାସ ଓ ସଦର ରେଞ୍ଜରେ ପନ୍ଦର ଦିନ ହେବ ଏହି ନରହନ୍ତା ଦନ୍ତା ଆତଙ୍କ ସୃଷ୍ଟି କରିଛି । ଲୋକଙ୍କୁ ଦେଖିଲେ ଗୋଡାଇ ଗୋଡାଇ ମାରୁଛି ବୋଲି ପ୍ରତ୍ୟକ୍ଷଦର୍ଶୀ ଥିବା ଅଧିକାଂଶ ଗ୍ରାମବାସୀ କହୁଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ତିନି ଜଣ ନୀରିହ ଲୋକଙ୍କ ଜୀବନ ନେବା ପରେ ସେ ଏବେ ଅଧିକ ଉଗ୍ର ରୂପ ଧାରଣ କରିଛି । ତା'ର ଗତିବିଧି ଉପରେ ବନ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଉ ନ ଥିବାରୁ ଏ ଭଳି ସମସ୍ୟା ଦେଖାଦେଇଛି ବୋଲି କହିଛନ୍ତି ଭୟଭୀତ ଗ୍ରାମବାସୀମାନେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନୁରାଗ କଶ୍ୟପଙ୍କ ଝିଅ ନିଜ ଅତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡି଼ଆରେ ହଙ୍ଗାମା ସୃଷ୍ଟି କଲେ

ନରହନ୍ତା ଦନ୍ତା ପ୍ରଥମେ ଜାନୁୟାରୀ ୨୦ ତାରିଖ ଦିନ ସଦର ରେଞ୍ଜ କାଇମାଟି ପଞ୍ଚାୟତ ଗହମଖୁଣ୍ଟି ଗାଁ ନିକଟରେ ଜଣେ ଚାଷୀଙ୍କୁ ମାରିଥିଲା । ଚାଷୀ ରମେଶ ସାହୁ ନିଜ ଦୁଇ ଏକର ଜମିରେ କରିଥିବା ପନିପରିବା ଫସଲ ଜଗିଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ବିଳମ୍ବିତ ରାତିରେ ତାଙ୍କୁ କୁଡିଆ ଭିତରୁ ନରହନ୍ତା ହାତୀଟି ଟେକି ନେଇ ଦଳି ଦେଇଥିଲା ।

ଏକ ଘର ଭିତରୁ ନିଆଯାଇଥିବା ଫଟୋରେ ଆତଙ୍କ ଖେଳାଇଥିବା ହାତୀ


ପ୍ରଥମ ଘଟଣାର ଚାରି ଦିନ ନ ପୂରୁଣୁ ଦନ୍ତା ହାତୀଟି ସଦର ରେଞ୍ଜରୁ ଯାଇ କପିଳାସ ରେଞ୍ଜ୍ ଦାମୋଦରନାଳି ଧଉରାମରା ଗାଁରେ ଆଉ ଜଣଙ୍କ ଜୀବନ ନେଇଥିଲା । ଭୋର୍‌ ପାଞ୍ଚଟା ସମୟରେ ଶୌଚ ପାଇଁ ଉଠିଥିବା ଲକ୍ଷ୍ମଣ ମହାନ୍ତି (୫୧) ଦୁଆର ମୁହଁରେ ନରହନ୍ତା ଦନ୍ତା ହାବୁଡରେ ପଡିଥିଲେ । ସେ ବଣସିଂହ ଗାଁରୁ ନିଜ ଝିଅ ଘରକୁ ବୁଲିବାକୁ ଆସିଥିଲେ ।

ପ୍ରଥମେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ରେଞ୍ଜର ସୀମାନ୍ତ ଅଞ୍ଚଳରେ ଏହି ନରହନ୍ତା ଦନ୍ତା ଦୁଇ ଜଣଙ୍କୁ ମାରିବା ପରେ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହିତ ହାତୀକୁ ତୁରନ୍ତ ବନ ବିଭାଗ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ନେବାକୁ ଦାବି ଉଠିଥିଲା । କିନ୍ତୁ ବନ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଦିନକୁ ଦିନ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଲୋକଙ୍କ ଭିତରେ ଭୟ ବଢିବା ସହିତ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଡିଜେଲ୍‌; ମଦ ବି ମହଙ୍ଗା ହେବ

ସୋମବାର ଦିନ ପୁଣି ନରହନ୍ତା ଦନ୍ତା ହାତୀ ସଦର ରେଞ୍ଜ୍ ଗୋବିନ୍ଦପୁର ଗାଁ ଭିତରେ ପଶି ଉପଦ୍ରବ କରିଥିଲା । ଅଧିକାଂଶ ଲୋକଙ୍କ ଘରର ପାଚେରୀ ଭାଙ୍ଗିବା ସହିତ କଟା ସରିଥିବା ଧାନ ଜଗିଥିବା ଜଣେ ଚାଷୀଙ୍କୁ ସ୍କୁଲ ବାରଣ୍ଡାରୁ ଘୋଷାଡି ଆଣିଥିଲା । ଏଥିରେ ଗାଁର ଚାଷୀ ପ୍ରଶାନ୍ତ ରାଉତ ଗୁରୁତର ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଥିଲା । ଗୋବିନ୍ଦପୁର ଗ୍ରାମର ଶତାଧିକ ଗ୍ରାମବାସୀ ଜାତୀୟ ରାଜପଥ ୫୫ ନିକଟରେ ତିନି ଘଣ୍ଟା କାଳ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ

‘‘ବନ ବିଭାଗ ନରହନ୍ତା ଦନ୍ତାକୁ ଖୁବ୍‌ ଶୀଘ୍ର ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ସ୍ଥାନାନ୍ତର କରିବାଉଚିତ । ହାତୀଟି ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି,’’ କହିଛନ୍ତି ଓଡି଼ଶା ଜଙ୍ଗଲ ମଞ୍ଚର ସହ-ସମ୍ପାଦକ ଶିଶିର ଶତପଥୀ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ‘କିଛି ସତର୍କତା ଜରୁରୀ,’ କହିଲେ ବିଶେଷଜ୍ଞ

ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବେ ବନବିଭାଗ ନିକଟରେ ଅଧିକାଂଶ ଗ୍ରାମବାସୀ ହାତୀ ଉପଦ୍ରବ ରୋକିବା ପାଇଁ ନିଜର ଦାବି ଜଣାଇ ଆସୁଥିଲେ । କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଶେଷରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ବାଧ୍ୟ ହୋଇଥିଲେ ଲୋକେ । ଘଟଣା ସ୍ଥଳରେ ସଦର ରେଞ୍ଜର ଧରିତ୍ରୀ ମୁର୍ମୁ, ସଦରଥାନା ଅଧିକାରୀ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।



‘‘ଲୋକଙ୍କ ଦାବୀକୁ ପ୍ରାଧାନ୍ୟ ଦେବା ସହିତ ହାତୀକୁ ତୁରନ୍ତ ଟ୍ରାଙ୍କୁଲାଇଜ କରାଯାଇ ଅନ୍ୟ ସ୍ଥାନକୁ ନିଆଯିବା ନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ଚାଲିଛି,’’ କହିଛନ୍ତି ଡି.ଏଫ୍‌.ଓ. ପ୍ରକାଶ ଚାନ୍ଦ ଗୋଗିନେନୀ ।
Published by: Anand Shankar Thankur Das
First published: February 3, 2021, 8:40 PM IST