News18 Odia Digital
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତାରାସିଙ୍ଗି ବନାଚଞ୍ଚରେ ସବୁବେଳେ ଦେଖା ଦେଇଥାଏ ବଣୁଅଆ ହାତୀଙ୍କ ଆତଙ୍କ। ହେଲେ ଧାନ ଅମଳ ସମୟରେ ଏହି ଆତଙ୍କ ଆହୁରି ବଢ଼ିଯାଏ। ଆଉ ପଲ ହାତୀ ସନ୍ଧ୍ୟା ହେବା ମାତ୍ରକେ ଏକର ଏକର ଚାଷ ଜମିରେ ଧଷେଇ ପଶି ଖାଇଦିଅନ୍ତି ବାପୁଡା ଚାଷୀର ପରିଶ୍ରମର ଧାନକୁ।
ତଥାପି ଏଠାକାର ଲୋକେ ହାତୀକୁ ଘଉଡ଼ାଇବା ପାଇଁ କିଏ ଗଛ ଉପରେ ଘର କରି ହାତୀକୁ ଜଗି ବସେ ତ ଅ।ଉ କିଏ ଅତି ବିପଦ ଭାବେ ବିତ୍ୟୁତ ଖୁଣ୍ଟ ଉପରେ ବସି ଘଉଡ଼ାଇଥାଏ ବଣୁଆ ହାତୀକୁ। କେବଳ ଯେ ହାତୀ ନୁହେଁ ବରଂ ବାରହା ଓ ହାତୀ ମଣିଷ ମଧ୍ୟରେ ଏଠାରେ ସବୁବେଳେ ଚାଲେ ଲଢ଼େଇ।
ଜଗନ୍ନାଥପ୍ରସାଦ ବ୍ଳକର ତାରାସିଙ୍ଗି ବନାଚଞ୍ଚରେ ସବୁବେଳେ ବଣୁଆ ହାତୀଙ୍କ ଉପ୍ତାତ ଲାଗିରହୁଥିବା ବେଳେ ଧାନ ସିଜନ ପଳି ଆସିଲେ ଉପ୍ତାତ ଆହୁରି ବଢ଼ିଯାଏ। ଆଉ ଆକାଶରେ ସୂର୍ଯ୍ୟ ଅସ୍ତ ହୋଇବା ମାତ୍ରକେ ଜଙ୍ଗଲରୁ ଖସି ଆସନ୍ତି ପଲପଲ ବଣୁଆ ହାତୀ ସାଙ୍ଗକୁ ବାରହା ପଲ। ଆଉ ପଶି ଯାଆନ୍ତା ଧାନ କିଅ।ରିରେ। ଖାଇବା ସାଙ୍ଗକୁ ଦଳି ଚକଟି ନଷ୍ଟ କରି ଦିଅନ୍ତି ଚାଷୀମାନଙ୍କ କଷ୍ଟ ଅର୍ଜିତ ଧାନ ଫସଲକୁ। ତଥାପି ସେମାନଙ୍କ ପେଟରୁ ଝିକି ଅ।ଣି ନିଜେ ବଞ୍ଚିବା ପାଇଁ ଏଠାକାର ଅନେକ ଗ୍ରାମର ଚାଷୀମାନେ ଯୁଗଯୁଗ ଧରି ସଂଘର୍ଷ କରୁଥିବା ବେଳେ କିଏ ଗଛ ଉପରେ ଭାଡ଼ି କରି ରାତି ତମାମ ଜଗି ବସେ ତ ଆଉ କିଏ ବିଦ୍ୟୁତ ଖୁଣ୍ଟ ଉପରେ ବସି ହାତୀ ଘଉଡାଏ । ତଥାପି ହାତୀ ବାରହା ପେଟରୁ ବର୍ତ୍ତି ପାରେ ନାହିଁ ଚାଷୀଙ୍କ ଅମଳ ଧାନ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତାରାସିଙ୍ଗି ବନାଚଞ୍ଚ
ତଥାପି ନିଜ ଜୀବନକୁ ବାଜି ଲଗାଇ ଗଛ ଉପରେ କିମ୍ଵା ବିଦ୍ୟୁତ ଖୁଣ୍ଟ ଉପର ଚାଳିଆ କୁଢ଼ିଆ କରି ହାତୀ ଘଉଡାଇବା ପାଇଁ ଉଦ୍ୟମ କରିଥାଉ ବୋଲି କହିଛନ୍ତି ତାରାସିଙ୍ଗି ଗ୍ରାମର ଚାଷୀ ଜୟରାମ ପ୍ରଧାନ।
ଏମିତି କି ଅନେକ ସମୟରେ ମଧ୍ୟ ଏଠାରେ ହାତୀ ମଣିଷ ଲଢ଼େଇରେ କେତେବେଳେ ମଣିଷ ମରେ ତ ଆଉ କେତେବେଳେ ହାତୀକୁ ମଧ୍ୟ ମରିବାକୁ ପଡ଼େ। ତଥାପି ସବୁବେଳେ ଏହି ଅଞ୍ଚଳର ଶହଶହ ଗ୍ରାମର ଚାଷୀମାନେ ସବୁବେଳେ ନିଜର ଧାନ ଚାଷକୁ ନେଇ କ୍ଷତି ସହୁଥିବା ବେଳେ ବନ ବିଭାଗ ପକ୍ଷରୁ କାହାରିକୁ ସହାୟତା କରାଯାଏ ନାହିଁ ଚାଷୀମାନେ ସବୁବେଳେ ଅଭିଯୋଗ କରନ୍ତି।
“ଏପଟେ କିନ୍ତୁ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ କ୍ଷତିଗ୍ରସ୍ତ ଚାଷୀମାନେ ସଠିକ ଭାବେ ଅବେଦନ କଲେ କ୍ଷତି ପୂରଣ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ,’’ କହିଛନ୍ତି ତାରାସିଙ୍ଗି ରେଞ୍ଜର।
ତେବେ ସତରେ ଧାନକୁ ବଞ୍ଚାଇ ରଖିବା ପାଇଁ ଏଠାକାର ଲୋକେ ମରଣ ସହ ଲଢ଼ିବା ପାଇଁ ବାଧ୍ୟ ହୋଇଥାନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।