News18 Odia Digital
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ରବିବାର ରାତିରେ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଲୋରମ୍ବା ଗାଁ ନିକଟ ଜଙ୍ଗଲ ରୁ ୧୬ ଟିକିଆ ହାତୀପଲ ଆସି ଲୋରମ୍ବା ଗାଁରେ ଉପଦ୍ରବ କରିଛନ୍ତି। ଫଳରେ ୧୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା।
ଏହାସହ ଧାନ, ଚାଉଳ, ସମେତ ଆସବାବପତ୍ର ନଷ୍ଟ କରି ଦେଇଥିବା ବେଳେ ଲୋକେ ଭୟରେ ଗାଁ ମୁଣ୍ଡରେ ବସବାସ କରିଥିବା ଦେଖିବାକୁ ମିଳିଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀମାନଙ୍କୁ ଘଉଡାଇବା ସହ କ୍ଷୟକ୍ଷତି ଆକଳନ କରିବା ପରେ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଏ ଗୋଟିଏ ଗାଁର କଥା ନୁହେଁ ଜିଲ୍ଲାର ଭବାନୀପାଟଣା, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ମଦନପୁର ରାମପୁର ଅଞ୍ଚଳରେ ପ୍ରତ୍ୟେକ ଦିନ ହାତୀ ଉପଦ୍ରତ ଘଟଣା ସାମ୍ନାକୁ ଆସୁଛି ଯାହା ଏକ ସମୀକ୍ଷାର ବିଷୟ।
ତେବେ ବନ ବିଭାଗହାତୀ ଘଉଡ଼ାଇବାରେ ସକ୍ଷମ ନ ହେବାରୁ ଗ୍ରାମବାସୀ ଅନେକ ସମୟରେ ଏଭଲି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଧନଜୀବନ ହାନି ହେଉଛି। ଏହାସହ ଅନେକ ସମୟରେ ଗଜରାଜଙ୍କ ମୃତ୍ୟ ହେଉଥିବା ବେଳେ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଯାହା ବନ ବିଭାଗର ପରିବା ପଣିଆ ଉପରେ ଉଠାଇଛି ପ୍ରଶ୍ନବାଚୀ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ଦିର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ରାତିରେ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଲୋରମ୍ବା ଗାଁ ନିକଟ ଜଙ୍ଗଲରୁ ୧୬ ଟିକିଆ ହାତୀପଲ ଆସି ଲୋରମ୍ବା ଗାଁରେ ଉପଦ୍ରବ କରିଛନ୍ତି। ଫଳରେ ୧୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା।
ଏହାସହ ଧାନ, ଚାଉଳ, ସମେତ ଆସବାବପତ୍ର ନଷ୍ଟ କରି ଦେଇଥିବା ବେଳେ ଲୋକେ ଭୟରେ ଗାଁ ମୁଣ୍ଡରେ ବସବାସ କରିଥିବା ଦେଖିବାକୁ ମିଳିଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀମାନଙ୍କୁ ଘଉଡ଼ାଇବା ସହ କ୍ଷୟକ୍ଷତି ଆକଳନ କରିବା ପରେ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି।
ତେବେ ଏ ଗୋଟିଏ ଗାଁର କଥା ନୁହେଁ ଜିଲ୍ଲାର ଭବାନୀପାଟଣା, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ମଦନପୁର ରାମପୁର ଅଞ୍ଚଳରେ ପ୍ରତ୍ୟେକ ଦିନ ହାତୀ ଉପଦ୍ରତ ଘଟଣା ସାମ୍ନାକୁ ଆସୁଛି ଯାହା ଏକ ସମୀକ୍ଷାର ବିଷୟ।ତେବେ ବନ ବିଭାଗହାତୀ ଘଉଡାଇବାରେ ସକ୍ଷମ ନ ହେବାରୁ ଗ୍ରାମବାସୀ ଅନେକ ସମୟରେ ଏଭଲି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଧନଜୀବନ ହାନି ହେଉଛି। ଏହାସହ ଅନେକ ସମୟରେ ଗଜରାଜଙ୍କ ମୃତ୍ୟ ହେଉଥିବା ବେଳେ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଯାହା ବନ ବିଭାଗର ପରିବା ପଣିଆ ଉପରେ ଉଠାଇଛି ପ୍ରଶ୍ନବାଚୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।