ପୁରୀ: ସହରମୁହାଁ ହେଲେ ଜଙ୍ଗଲି ବାରହା; ଆକ୍ରମଣ କରି ୧୨ ଜଣଙ୍କୁ ଆହତ କଲେଣି

ସମୁଦ୍ର କୂଳ ଅଞ୍ଚଳରେ ଭୋର୍ ୩ଟାରେ ଦୁଇ ଜଣ ସଫେଇ କର୍ମଚାରୀ ରାସ୍ତା ଓଳାଉଥିବା ବେଳେ ବାରହାଟି ସେମାନଙ୍କୁ ଆକ୍ରମଣ କରିଥିଲା । ଉର୍ମିଳା ନାୟକ ଓ ରୋହିଣୀ ନାୟକ ଗୁରୁତର ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି ।

ପୁରୀ: ସହରମୁହାଁ ହେଲେ ଜଙ୍ଗଲି ବାରହା; ଆକ୍ରମଣ କରି ୧୨ ଜଣଙ୍କୁ ଆହତ କଲେଣି
ସିସିଟିଭି କ୍ୟାମେରାରେ ଜଙ୍ଗଲୀ ବାରହାର ଗମନାଗମନର ଭିଡିଓ ରହିଛି ।
  • News18 Odia
  • Last Updated: December 9, 2020, 9:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କାନ ଉଠିବା ଦିନୁ ପୁରୀ ସହରର ଲୋକେ ସହରରେ ଜଙ୍ଗଲି ଜନ୍ତୁ ବାରହାର ଆତଙ୍କ ବିଷୟରେ ଶୁଣି ନ ଥିଲେ । ହେଲେ ଏବେ ସହର ଭିତରେ ପଶି ଲୋକଙ୍କୁ ଆକ୍ରମଣ କରୁଛନ୍ତି ବାରହାମାନେ । ସେମାନଙ୍କ ଆକ୍ରମଣରେ ପ୍ରାୟ ୧୨ ଜଣ ଲୋକ ଆହତ ହୋଇଥିବା ବେଳେ ଦୁଇ ଜଣ ମହିଳା ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଅଛି । ଦୁଇ ମହିଳାଙ୍କ ମଧ୍ୟରୁ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି ।

ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରୁ ବାରହାଗୁଡ଼ିକ ପୁରୀ ସହର ମୁହାଁ ହେଉଛନ୍ତି । ସହରରେ ଆତଙ୍କ ସୃଷ୍ଟି କରୁଥିବା ଗୋଟିଏ ବାରହାକୁ ଡିସେମ୍ବର ୭ ତାରିଖରେ ବନ ବିଭାଗ ପକ୍ଷରୁ ଲୋକନାଥ ରୋଡ଼ର ଏକ ନାଳରୁ ଉଦ୍ଧାର କରି ବାଲୁଖଣ୍ଡ ଜଙ୍ଗଲରେ ଛଡାଯାଇଥିଲା ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପୋଷା କୁକୁରକୁ ମାରି ଟାଣିନେଲା ଚିତା ବାଘ; ଭିଡିଓ ଭାଇରାଲ୍ ହେଲା; ଦେଖନ୍ତୁ VIDEO

‘’୨୪ ଘଣ୍ଟା ଧରି ପୁରୀ ସହରରେ ଆତଙ୍କ ଖେଳାଇଥିଲା ବାରହା । ଲୋକନାଥ ରୋଡ଼ ଅଞ୍ଚଳରୁ ଆରମ୍ଭ କରି ସ୍ୱର୍ଗଦ୍ୱାର ଅଞ୍ଚଳରେ ଦେଖିବାକୁ ମିଳିଛି ଜଙ୍ଗଲି ବାରହାଙ୍କ ଉତ୍ପାତ । ଡିସେମ୍ବର ୭ ତାରିଖ ସକାଳ ୬ଟାରେ ବାରହାଟି ବାସେଳିସାହି ଥାନା ଅଧୀନ ଲୋକନାଥ ରୋଡ଼ ଛପନ ଛକରୁ ବାହାରି ନଳା ଭିତରେ ପଶିଗଲା । ସେହି ସମୟରେ ମନ୍ଦିରକୁ ସାଇକେଲରେ ଯାଉଥିବା ସ୍ଥାନୀୟ ବାସିନ୍ଦା ନୃସିଂହ ପଣ୍ଡା ଏହି ବାରହାର ଶିକାର ହୋଇଥିଲେ,’’ କହିଛନ୍ତି ଉଦ୍ଧାରକାଳୀ ଦଳରେ ଥିବା ଅଗ୍ନିଶମ ବିଭାଗର କର୍ମଚାରୀ ମାନସ ସେଠୀ ।

୪୫ ବର୍ଷୀୟ ନୃସିଂହ ପଣ୍ଡା ବାରହା ଆକ୍ରମଣରେ ଆହତ ହୋଇଛନ୍ତି ।


ବାରହାଟି ୪୫ ବର୍ଷୀୟ ନୃସିଂହ ପଣ୍ଡାଙ୍କ ଉପରକୁ ଡେଇଁ ପଡିବା ପରେ ସେ ତଳେ ପଡ଼ି ଆହତ ହୋଇଯାଇଥିଲେ । ନୃସିଂହଙ୍କ କହିବା ଅନୁସାରେ ବାରହାଟି ତାଙ୍କ ଦେହରେ ମାଡ଼ ହେବା ପରେ ନଳା ଭିତରକୁ ପଶିଯାଇଥିଲା  । ତା’ ପରେ ଲୋକେ ଜମାହୋଇଯିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ ଓ ପୋଲିସ ପିସିଆର ପହଞ୍ଚିଥିଲା ।

ଏହା ବି ପଢ଼ନ୍ତୁ | ଯେବେ ଗବ୍ବର ସିଂ ବେଶରେ ବିସ୍କୁଟ ବିକ୍ରି କରିବାକୁ ରାଜି ହୋଇଥିଲେ ଅଭିନେତା ଅମଜାଦ୍ ଖାନ୍

‘‘ବାରହାଟିକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ତିନି ଘଣ୍ଟାର ଅପରେସନ । ପ୍ରଥମେ ଡ୍ରେନର ସ୍ଲାବକୁ ଗୋଟିଏ ଜାଗାରେ କଢାଯାଇ ଅନ୍ୟ ପଟେ ନିଆଁ ଜଳାଯାଇଥିଲା । ତା’ ପରେ ସ୍ଲାବ କଢ଼ାଯାଇଥିବା ଜାଗାରେ ଏକ ଯନ୍ତା ରଖାଯାଇଥିଲା । ସତର୍କତାର ସହ ଦଉଡ଼ି ବାନ୍ଧି ଉପରକୁ ଉଠାଯାଇ ଯନ୍ତାରେ ପୂରାଇ ଅଣ୍ଡିରା ବାରହାଟିକୁ ନିଆଯାଇଥିଲା । ଡ୍ରେନରେ ପଶିଯାଇଥିବାରୁ ବାରହାର ଦେହରେ ଅନେକ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହେଉଥିଲା । ତେଣୁ ବାରହାଟିକୁ ଚକିତ୍ସା କରିବା ପରେ ବାଲୁଖଣ୍ଡ ଅଭୟାରଣ୍ୟରେ ତାକୁ ଛଡାଯାଇଛି,’’ କହିଛନ୍ତି ସେଠୀ ।

ଲୋକନାଥ ରୋଡ଼ର ବାସିନ୍ଦା ୫୪ ବର୍ଷୀୟ ନିରଞ୍ଜନ ବେହେରାଙ୍କ କହିବା ଅନୁସାରେ ବ୍ଲୁ ଲିଲି ହୋଟେଲ ନିକଟ ତାଙ୍କ ଜମିରେ ତିନି ଦିନ ତଳେ ସେ ତିନିଟି ବାରହା ଦେଖିଥିଲେ । ସେଠାରେ ଏକ ଗାତ କରି କିଛି ବାରହା ରହୁଥିବା ସ୍ଥାନୀୟ ଲୋକେ କହୁଥିଲେ ।

ବାରହାଟିକୁ ବଡ଼ କଷ୍ଟରେ ଏକ ଯନ୍ତାରେ ଧରାଯାଇଥିଲା ।


ପାର୍ବତୀପୁର-ପାଇକସାହି ରାସ୍ତା ପଣ୍ଡା ବଗିଚାର ୬୫ ବର୍ଷୀୟ ଦୟାସାଗର ନାମକ ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ଜଙ୍ଗଲରୁ ସାତଟି ବାରହା ପଳାଇଆସିଛନ୍ତି  । ‘‘ସେଥିରେ ଅଛନ୍ତି ଚାରିଟି ବଡ଼ ଓ ତିନିଟି ଛୁଆ ବାରହା । ଏହି ବାରହାମାନଙ୍କ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ପୁରୀ-ବ୍ରହ୍ମଗିରି ରାସ୍ତାରେ ଯାଉଥିବା କିଛି ପଥଚାରୀ ଏହି ବାରହାଙ୍କ ଆକ୍ରମଣରେ ଆହତ ହୋଇ ପୁରୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ,’’ କହିଛନ୍ତି ଦୟାସାଗର ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତ୍ରୀ ଶାମା ସିକନ୍ଦର ଫ୍ଲୋରୋସେଣ୍ଟ୍ ସବୁଜ ସ୍ୱିମ ସୁଟରେ ଦେଲେ ହଟ୍ ଲୁକ୍; ଦେଖନ୍ତୁ ଫଟୋ!

ବାରହା ଆକ୍ରମଣକୁ ମନେ ପକାଇ ଭୟରେ ଥରିଯାଉଛନ୍ତି ଦୁଇ ସଫେଇ କର୍ମଚାରୀ । ସମୁଦ୍ର କୂଳ ଅଞ୍ଚଳରେ ଭୋର୍‌ ୩ଟାରେ ରାସ୍ତା ଓଳାଉଥିବା ବେଳେ ହଠାତ ବାରହାଟି ଆକ୍ରମଣ କରିଥିଲା । ପ୍ରଥମେ ୪୫ ବର୍ଷୀୟା  ଉର୍ମିଳା ନାୟକଙ୍କୁ କାମୁଡ଼ି ଗୁରୁତର କରିଥିଲା । ତାଙ୍କୁ ବଞ୍ଚାଇବା ପାଇଁ  ଅନ୍ୟ ଜଣେ ସଫେଇ କର୍ମଚାରୀ ରୋହିଣୀ ନାୟକ ମଧ୍ୟ ବାରହା ଆକ୍ରମଣର ଶିକାର ହୋଇଥିଲେ । ଉଭୟ ପୁରୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି  । ଉର୍ମିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ଲକୁ ସ୍ଥାନାନ୍ତର କରାଯାଇଛି ।

‘‘ମୁଁ ଦୁଇ ଘଣ୍ଟା ଧରି ମୁହଁରେ କମ୍ବଳ ଢାଙ୍କି ବାରହା ସାଙ୍ଗେ ହାତରେ ଧରିଥିବା ଝାଡୁରେ ଲଢେଇ କରିଥିଲା । ତା’ ପରେ ସେ ଦୈାଡ଼ିକି ପଳାଇଥିଲା,’’ କାନ୍ଦି କାନ୍ଦି କହିଛନ୍ତି ଆହତ ହୋଇଥିବା ପୌର ସଂସ୍ଥାର ସଫେଇ କର୍ମଚାରୀ ୪୦ ବର୍ଷୀୟା ରୋହିଣୀ ନାୟକ ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅରବାଜ୍ ଖାନଙ୍କ ଗର୍ଲଫ୍ରେଣ୍ଡ ବୋଲ୍ଡ ଷ୍ଟାଇଲରେ: ଛୋଟ ଡ୍ରେସରେ ନିଜ ଟାଟୁ ଦେଖାଇଲେ

ବାରହା ଆକ୍ରମଣରେ ବାଲି ନୋଳିଆ ସାହିର ଜଣେ ମତ୍ସ୍ୟଜୀବୀ କେ. ରାମାରାଓ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବ୍ରହ୍ମଗିରି ଅଞ୍ଚଳର ସାତ ଜଣ ଲୋକ ମଧ୍ୟ ବାରହା ଆକ୍ରମଣରେ ଆହତ ହୋଇ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ପାଇଛନ୍ତି । ସେମାନେ ପୁରୀ ସଦର ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।



ଡିସେମ୍ବର ୮ରେ ପୁଣି ଆହୁରି ଦୁଇ ଜଣ ବାରହା ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସ୍ୱଛତା କର୍ମୀମାନେ କାର୍ଯ୍ୟରେ ଥିବା ବେଳେ ବାରହା ଆକ୍ରମଣରେ ଆହତ ହୋଇ ଗୁରୁତର ହୋଇଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସହାୟତା କରାଯାଉ ବୋଲି ଦାବି ହୋଇଛି । ଜଙ୍ଗଲ ପଦା କରି ପୁରୀ ସହରର ଜନବସତି ବ୍ୟାପୁଥିବାରୁ ଏଭଳି ଜଙ୍ଗଲି ଜନ୍ତୁ ଏବେ ସହରମୁହାଁ ହେଉଥିବା ଦେଖାଯାଉଛି ।
Published by: Anand Shankar Thankur Das
First published: December 9, 2020, 9:30 PM IST
corona virus btn
corona virus btn
Loading