ୱିକିପିଡିଆ ବଦଳାଇଲା ଆଶାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତଥ୍ୟ
News 18 Odia Digital
ଭୁବନେଶ୍ୱର; ଦ୍ରୌପଦୀ ମୁର୍ମୁ ନୂଆ ରାଷ୍ଟ୍ରପତି । ୱିକିପିଡିଆ ବଦଳାଇଲା ପ୍ରଫାଇଲ୍ । ମୁର୍ମୁ ରାଷ୍ଟ୍ରପତି ହେବା ନେଇ ସାରାଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସମସ୍ତେ ଆଶାବାଦୀ ଅଛନ୍ତି କି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ନିଶ୍ଚିତ ରାଷ୍ଟ୍ରପତି ହେବେ । ୨ୟ ରାଉଣ୍ଡ ଫଳାଫଳକୁ ଦେଖିଲେ ମଧ୍ୟ ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି । ବାସ୍ ଖାଲି ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି । ଏହାରି ମଧ୍ୟରେ କିଛି ସମୟ ପୂର୍ବରୁ ୱିକିପେଡ଼ିଆ ମୁର୍ମୁଙ୍କ ପ୍ରୋଫାଇଲ୍ ରେ କିଛି ଟା ପରିବର୍ତ୍ତନ କରିଛି । ଦ୍ରୌପଦୀ ମୁର୍ମୁଙ୍କ ପ୍ରୋଫାଇଲରେ କିଛି ଅଧିକ ତଥ୍ୟ ରଖାଯାଇଛି । ଓ୍ୱିକିପିଡିଆ ଲେଖିସାରିଛି ଯେ, ଦେଶର ୧୫ ତମ ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ ମୁର୍ମୁ ।

ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଦିନ ୧୧ଟାରୁ ଚାଲିଛି ଭୋଟ ଗଣତି । ଆଉ ଗୋଟିଏ ରାଉଣ୍ଡ ପରେ ଫଳାଫଳ ସ୍ପଷ୍ଟ ହେବା ଆଶା କରାଯାଉଛି । ପ୍ରଥମ ଓଡିଆ ତଥା ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ, ରାଇସିନା ହିଲ୍ ଯିବା ଏକପ୍ରକାର ନିଶ୍ଚିତ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।