ବଦଳିଗଲା ସାତ ଜନ୍ମର ସାଥୀ! ହସ୍ପିଟାଲରେ ସ୍ୱାମୀକୁ ଛାଡ଼ି ପ୍ରେମିକକୁ ବାହା ହେଲା ପତ୍ନୀ

ସ୍ୱାମୀଙ୍କ ଦୀର୍ଘାୟୁ କାମନା ବଦଳରେ ପ୍ରେମିକର ହାତ ଧରିଲେ ସ୍ତ୍ରୀ। ଗଲାବେଳେ ସାଥିରେ ନେଇଗଲ କୁନି ଝିଅ ଓ ସ୍ୱାମୀ ଦେଇଥିବା ସ୍କୁଟି ।

ସ୍ୱାମୀଙ୍କ ଦୀର୍ଘାୟୁ କାମନା ବଦଳରେ ପ୍ରେମିକର ହାତ ଧରିଲେ ସ୍ତ୍ରୀ। ଗଲାବେଳେ ସାଥିରେ ନେଇଗଲ କୁନି ଝିଅ ଓ ସ୍ୱାମୀ ଦେଇଥିବା ସ୍କୁଟି ।

ସ୍ୱାମୀଙ୍କ ଦୀର୍ଘାୟୁ କାମନା ବଦଳରେ ପ୍ରେମିକର ହାତ ଧରିଲେ ସ୍ତ୍ରୀ। ଗଲାବେଳେ ସାଥିରେ ନେଇଗଲ କୁନି ଝିଅ ଓ ସ୍ୱାମୀ ଦେଇଥିବା ସ୍କୁଟି ।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ୱର: ଦାମ୍ପତ୍ଯ ଜୀବନରେ ସାବିତ୍ରୀ-ସତ୍ଯବାନଙ୍କ କଥା ଆପଣ ନିଶ୍ଟିତ ଶୁଣିଥିବେ । ଦିନେ ସାବିତ୍ରୀ ସ୍ୱାମୀ ସତ୍ଯବାନଙ୍କୁ ଯମ ମୁହଁରୁ ଫେରାଇ ଆଣିଥିଲେ । ହେଲେ ଏଠି ଦୃଶ୍ଯ କିଛି ଭିନ୍ନ ଦେଖିବାକୁ ମିଳିଛି । ରୋଗାଗ୍ରସ୍ତ ସ୍ୱାମୀ ହସ୍ପିଟାଲର ବେଡ଼ରେ ପଡ଼ି ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ପ୍ରେମିକକୁ ବାହା ହୋଇ ଖୁସି ମନାଉଛି ସ୍ତ୍ରୀ।

ସ୍ୱାମୀଙ୍କ ଦେହ ଗୁରୁତର ଭାବେ ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ସ୍ୱାମୀଙ୍କ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ସ୍ୱାମୀଙ୍କ ଦୀର୍ଘାୟୁ କାମନା ବଦଳରେ ନିଜ ପ୍ରେମିକ ସହ ବିବାହ କରିବାରୁ ବାହାରି ପଡିଥିଲେ ସ୍ତ୍ରୀ । ଦୀପିକା ଶାଶୁ ଘରୁ ନିଜର ସମସ୍ତ ସୁନା ଗହଣା,ଟଙ୍କା , ବିଭିନ୍ନ ପରିଚୟ ପ୍ରମାଣପତ୍ର ସମେତ ୧୩ ମାସର ଶିଶୁ କନ୍ଯାକୁ ଧରି ସ୍ୱାମୀ କୁଞ୍ଜବିହାରୀ କିଣି ଦେଇଥିବା ସ୍କୁଟିରେ ଘରୁ ବାହାରି ଆସିଥିଲେ।

ରାତିରେ ଦୀପିକା ଘରକୁ ନଫେରିବାରୁ ଚିନ୍ତାରେ ପଡିଯାଇଥିଲେ ସ୍ୱାମୀଙ୍କ ପରିବାର । ପରେ ଖଇର୍ଦ୍ଦା ଅଞ୍ଚଳର ଜଣେ ଯୁବକ ସହ ଜଳେଶ୍ଵର ନିକଟସ୍ଥ ଚନ୍ଦନା ନିକଟରେ ମହିଳା ଜଣକ ଥିବା ନେଇ ଖବର ପାଇବା ପରେ ଦୀପିକାଙ୍କ ଦେଢଶୁର ଓ ନଣଦେଇ ସେଠାରେ ପହଞ୍ଚି ଘରକୁ ଫେରିଯିବା ପାଇଁ କହିଥିଲେ। ମାତ୍ର ସେ ଉକ୍ତ ଯୁବକକୁ ୩ ବର୍ଷ ହେଲା ଭଲ ପାଉଛନ୍ତି ଓ ବିବାହ କରିବାକୁ ଚାହୁଁଛନ୍ତି ବୋଲି ସିଧାସଳଖ କହିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା କିଛି ବ୍ଯକ୍ତି, ଆଇନଜୀବୀ ଓ ନୋଟାରିଙ୍କ ଉପସ୍ଥିତିରେ ଉକ୍ତ ଯୁବକଙ୍କ ସହ ତାଙ୍କର ବିବାହ ହୋଇଥିଲା । ବିବାହ ସରିବା ପରେ ସେ ବହୁତ ଖୁସି ବୋଲି ହସି ହସି ପ୍ରକାଶ କରିଛନ୍ତି। ତେବେ ଏପଟେ ଏହି ଘଟଣାରେ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ପତ୍ନୀ ଜଣକ ବିବାହ କରୁଥିବା ସମୟରେ ତାଙ୍କ ଦେଢଶୁର ଓ ନଣଦେଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉଭୟ ଏହି ଦୃଶ୍ଯ ଦେଖି ସହିନପାରି କାନ୍ଦି ପକାଇଥିଲେ।

ବାଇକ ଧକ୍କାରେ ଗୁରୁତର ମାଟ୍ରିକ ପରୀକ୍ଷାର୍ଥୀ; ଦେଇପାରିଲେନି ପରୀକ୍ଷା

ସୂଚନାଯୋଗ୍ଯ ଛମୌଜ ଗ୍ରାମର କୁଞ୍ଜବିହାରୀ ଦତ୍ତ ୨୦୨୦ ମସିହାରେ ବାଲିଆପାଳ ଥାନା ଅନ୍ତର୍ଗତ ସୁନାରୁଇ ଗ୍ରାମର ଦେବ କୁମାର ରଣଜିତଙ୍କ ଝିଅ ଦୀପିକା ରାଣୀ ରଣଜିତଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ଏବେ ୧୩ ମାସର ଏକ ଶିଶୁକନ୍ଯା ରହିଛି।
Published by:Soumya Das
First published: