ହୃଦୟ ବିଦାରକ ଦୃଶ୍ୟ; ମୁଁ ଖୋଳୁଛି ମୋ ସ୍ୱାମୀର କବର

ଭାଗ୍ୟକୁ ଦୋଷ ଦେବେ ନାଁ କର୍ମକୁ ? ଜଣେ ନିଃସହାୟ ବୃଦ୍ଧା ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜେ ତାଙ୍କୁ ସମାଧି ଦେବା ପାଇଁ ଗାତ ଖୋଳୁଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଲୋକଙ୍କ ଆଖିରେ ଲୁହ ଆଣିଛି ।

  • News18 Odia
  • Last Updated :
  • Kendujhar, India
  • Share this:
News 18 Odia Digital

କେନ୍ଦୁଝର; ଭାଗ୍ୟକୁ ଦୋଷ ଦେବେ ନାଁ କର୍ମକୁ ? ଜଣେ ନିଃସହାୟ ବୃଦ୍ଧା ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜେ ତାଙ୍କୁ ସମାଧି ଦେବା ପାଇଁ ଗାତ ଖୋଳୁଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଲୋକଙ୍କ ଆଖିରେ ଲୁହ ଆଣିଛି । ଏହି ଦୃଶ୍ୟ ଏବେ ଆମ ସମାଜରେ ବାସ କରୁଥିବା ଲୋକଙ୍କୁ ମଣିଷତ୍ୱର ପ୍ରଶ୍ନ ପଚାରୁଛି ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ବଡ଼ନଇଁ ଗ୍ରାମରେ ଦେଖିବାକୁ ମିଳିଛି ଏହି ଚିତ୍ର। ଦୁଃଖର କଥା ହେଉଛି, ଜଣେ ମହିଳା ନିଜ ସ୍ୱାମୀ କତି ମୁଣ୍ଡାଙ୍କ ମୃତ୍ୟୁ ପରେ ନିଜେ ହି ଶବ ସତ୍କାର କରୁଛନ୍ତି । ଚମ୍ପୁଆ ମେଡିକାଲରୁ ଆମ୍ୱୁଲାନ୍ସ ମାଧ୍ୟମରେ କେନ୍ଦୁଝର ମେଡିକାଲକୁ ସ୍ୱାମୀଙ୍କୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ସ୍ୱାମୀଙ୍କ ଶବକୁ ଘରକୁ ଆଣିବାକୁ ସ୍ଥାନୀୟ ଲୋକଙ୍କ ଠାରୁ ଟଙ୍କା ମାଗିଥିଲେ । ୧୫ଶହ ଟଙ୍କା ଦେବାପରେ ଗାଡିରେ ନିଜ ଗାଁକୁ ଶବ ଆଣିଥିଲେ ମହିଳା ଜଣକ । ଦମ୍ପତୀଙ୍କର କୌଣସୀ ସନ୍ତାନ ନଥିଲା । ସାହା ହେବାକୁ କେହି ନାହାନ୍ତି ଜାଣି ନିଜେ ନିଜ ସ୍ୱାମୀଙ୍କ ଶବକୁ ସତ୍କାର କରିବାକୁ ଧର୍ଯ୍ୟର ସହ ଅଣ୍ଟା ଭିଡିଥିଲେ ।

ସ୍ୱାମୀଙ୍କ ବାସୀ ମଡାକୁ ଆଉ କେତେ ଦିନ ବା ରଖିଥାନ୍ତେ । ସେଥିପାଇଁ ମହିଳା ଜଣକ ଏପରି ନିଷ୍ପତି ନେଇଥିବା କଥା କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ସରକାରୀ ସ୍ୱର୍ଗ ଦ୍ଵାର ବାହାନ ଗାଡି ଏ ଗରିବ ଲୋକଙ୍କ ଭାଗ୍ୟରେ ନାହିଁ ଏବଂ ପ୍ରଶାସନର ଲଢୁଆ ଚତୁରତା ଖେଳ ଆଗରେ ନିଃସହାୟ ଆଦିବାସୀଙ୍କ କୌଣସି କରାମତି ମଧ୍ୟ ନାହିଁ l ଭଗବାନ ବିଚାର କରନ୍ତୁ l
Published by:Soubhagya Mishra
First published: