ମାଲକାନଗିରିରେ କଂଗ୍ରେସ ବନ୍ଦର ବ୍ୟାପକ ପ୍ରଭାବ; ବିଜେଡି କହିଲା ଇଏ କଂଗ୍ରେସର ‘ପଲିଟିକାଲ୍ ଷ୍ଟଣ୍ଟ୍’

ଜିଲ୍ଲାପାଳ ନିଜେ ବିଭିନ୍ନ ଉପାୟରେ ଦୁର୍ନୀତିରେ ଲିପ୍ତ ଥିବା ବେଳେ ତାଙ୍କ ଯୋଗୁଁ ହିଁ ତାଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଛି ବେଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି । ଏପରିକି ଜିଲ୍ଲାପାଳ ସୁଶୀଲ ଅଗ୍ରବାଲ ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଦୁର୍ନୀତି କରୁଥିବାର ଅଡ଼ିଓ କ୍ଳିପ ତାଙ୍କ ପାଖରେ ଥିବା ଦାବି କରିଛନ୍ତି ମାଝି ।

ମାଲକାନଗିରିରେ କଂଗ୍ରେସ ବନ୍ଦର ବ୍ୟାପକ ପ୍ରଭାବ; ବିଜେଡି କହିଲା ଇଏ କଂଗ୍ରେସର ‘ପଲିଟିକାଲ୍ ଷ୍ଟଣ୍ଟ୍’
ମାଲକାନଗିରିରେ ଆୟୋଜିତ କଂଗ୍ରେସର ବନ୍ଦ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: January 10, 2020, 3:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ମାଲକାନଗିରି: ଜିଲ୍ଲାପାଳ ମନିଷ ଅଗ୍ରବାଲଙ୍କ ଗିରଫ ଦାବିରେ ଜୋର ଧରିଲା ଜିଲ୍ଲାରେ କଂଗ୍ରେସର ଆନ୍ଦୋଳନ । ଅନିର୍ଦ୍ଦିଷ୍ଟ ସମୟ ପାଇଁ  ଆଜି ଠାରୁ ଦଳ ତରଫରୁ ଆରମ୍ଭ ହୋଇଥିବା ଜିଲ୍ଲା ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ସ୍କୁଲ, କଲେଜ ସହ ସରକାରୀ ଅଫିସ ବନ୍ଦ ହୋଇ ରହିଛି ।

ଜିଲ୍ଲାର ସବୁ ସ୍ଥାନରେ ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାରର ସମ୍ମୁଖୀନ ହୋଇଛନ୍ତି । ଏହି ସମୁଦାୟ ଆନ୍ଦେଳନ ଘଟଣାକୁ କଂଗ୍ରେସର ପଲିଟିକାଲ ଷ୍ଟଣ୍ଟ ବୋଲି କହିଛି ବିଜେଡି ।

ଜିଲ୍ଲାପାଳଙ୍କ ବିରୋଧରେ ଆୟୋଜିତ ଏହି ବନ୍ଦରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁଭିଲା ମନିଷ ଅଗ୍ରବାଲଙ୍କ ବିରୋଧରେ ସ୍ଳୋଗାନବାଜି । କଂଗ୍ରେସ ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ବନ୍ଦ ରହିଛି । ଏପରିକି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ସମେତ ଅଧିକାଂଶ ସରକାରୀ ଅଫିସ ବି ବନ୍ଦ ରହିଛି ।

କଂଗ୍ରେସ ଜିଲ୍ଲାପାଳ ମନିଷ ଅଗ୍ରବାଲଙ୍କ ଗିରଫ ଦାବି କରି ବନ୍ଦ ଡାକିଛି ।


କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନେତ୍ରୁତ୍ବରେ ଦଳର ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

‘‘ଜିଲ୍ଲାପାଳ ନିଜେ ବିଭିନ୍ନ ଉପାୟରେ ଦୁର୍ନୀତିରେ ଲିପ୍ତ ଥିବା ବେଳେ ତାଙ୍କ ଯୋଗୁଁ ହିଁ ତାଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କଂଗ୍ରେସ ତରଫରୁ ଥାନାରେ ଏତଲା ଦିଆ ଯାଇଥିଲେ ବି ପୋଲିସ ହାତ ବାନ୍ଧି ବସିଛି,’’ କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି।

ଏପରିକି ଜିଲ୍ଲାପାଳ ସୁଶୀଲ ଅଗ୍ରବାଲ ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଦୁର୍ନୀତି କରୁଥିବାର ଅଡ଼ିଓ କ୍ଳିପ ତାଙ୍କ ପାଖରେ ଥିବା ଦାବି କରିଛନ୍ତି ମାଝି।

ଆଜିର ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ସହ ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଦୂର ଦୁରାନ୍ତକୁ ଯାଉଥିବା ସାଧାରଣ ଯାତ୍ରୀ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

‘‘ପ୍ରଦୀପ ମାଝି ଓ କଂଗ୍ରେସ ଲଗାତାର ନିର୍ବାଚନ ହାରିବା ପରେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଦୁଃଖଦାୟକ । ଏପରି ସମ୍ବେଦନଶୀଳ ଘଟଣାର ତଦନ୍ତ ପୋଲିସ କରୁଥିବାରୁ ପ୍ରଦୀପ ମାଝୀ ଧୈର୍ଯ୍ୟହରା ହୋଇ ଆଇନକୁ ହାତକୁ ନିଅନ୍ତୁ ନାହିଁ,’’ କହିଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀ ।

ଦୁର୍ନୀତି ସମ୍ପର୍କରେ ଜିଲ୍ଲାପାଳଙ୍କ ବିରୋଧରେ କଂଗ୍ରେସ ପାଖରେ ଅଭିଯୋଗ ଥିଲେ ସେହି ଅଭିଯୋଗ ଦଳ ନିର୍ଦିଷ୍ଟ ଫୋରମରେ କରିବା ଉଚ଼ିତ ବୋଲି ସେ କହିଛନ୍ତି।
First published: January 10, 2020, 3:25 PM IST