News 18 Odia Digital
ଭୁବନେଶ୍ୱର; ପୁଣି ବିବାଦ ଘେରକୁ ଆସିଛନ୍ତି ବରିଷ୍ଠ ବିଜେପି ନେତା ତଥା ପାଟଣାଗଡ଼ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓ (MLA Kanakabardhan Singhdeo) । ପୂର୍ବରୁ ବିଡିଓଙ୍କୁ ତାଗିଦ କରିଥିବା କେଭି, ଏଥର ଖୋଦ୍ ଏସ୍ପିଙ୍କ (SP) ଉପରେ ବର୍ଷିଛନ୍ତି । ବଲାଙ୍ଗିର (Balangir) ଏସ୍ପି ନୀତିନ କୁଶଲକରଙ୍କୁ ଆଇନଶୃଙ୍ଖଳାର ପାଠ ପଢ଼ାଇଛନ୍ତି କନକବର୍ଦ୍ଧନ ।
ଏହି ଖବର ପଢ଼ନ୍ତୁ -
http://ଏମିତି ବି ଆସେ ମୃତ୍ୟୁ; ଫୋନ୍ରେ କଥା ହେଉ ହେଉ ଟଳିପଡ଼ିଲେ ଯୁବକକେବଳ ପାଟଗଣାଗଡ଼ ନୁହେଁ, ପୂରା ବଲାଙ୍ଗିର ଜିଲ୍ଲାରେ ପୋଲିସ ଲୋକଙ୍କ ବିଶ୍ୱାସ ହରାଇଛି ବୋଲି କହିଛନ୍ତି । କନକ ଏକଥା ବି କହିଛନ୍ତି ଯେ ପୋଲିସର ଅବସ୍ଥା ଏବେ ଏମିତି ହୋଇଛି ଯେ, ସେମାନେ ପୋଲିସର ବର୍ଦ୍ଦି ପିନ୍ଧିବାକୁ ମଧ୍ୟ ଯୋଗ୍ୟ ନୁହଁନ୍ତି । ଏହାକୁ ପ୍ରତିବାଦ କରିଥିଲେ ଏସ୍ପି ନୀତିନ କୁଶଲକର । ଯେଉଁଥିରୁ ଦୁହିଁଙ୍କ ମଧ୍ୟରେ କିଛି ସମୟ ପାଇଁ ବାକ୍ ବିତଣ୍ଡା ହୋଇଥିଲା । ପାଟଣାଗଡ଼ ବ୍ଲକରେ ସଂଘଟିତ ବିଭିନ୍ନ ଅପରାଧ ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ପ୍ରତିବାଦ କରି ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା । ଯେଉଁ ଧାରଣାସ୍ଥଳରେ ନିଜେ ସାମିଲ ହୋଇଥିଲା ବିଜେପି ନେତା କନକବର୍ଦ୍ଧନ ସିଂହଦେଓ । ଧାରଣାସ୍ଥଳକୁ ୩୬ ଘଣ୍ଟା ପରେ ଏସପି ପହଞ୍ଚିବା ଦେଖି କନକଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା । ଆନ୍ଦୋଳନକାରୀଙ୍କ ସହ ଏସ୍ପି ଆଲୋଚନା କରୁଥିବା ବେଳେ କେଭି, ଏସ୍ପିଙ୍କୁ ଆଇନଶୃଙ୍ଖଳାର ପାଠ ପଢ଼ାଇଥିଲେ । ଆସନ୍ତୁ ଶୁଣିବା ଏସପି ଓ କେଭିଙ୍କ ଭିତରେ ହୋଇଥିବା କଥାବାର୍ତ୍ତା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଖବର ପଢ଼ନ୍ତୁ -
http://କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକଏହା ପ୍ରଥମ ଘଟଣା ନୁହଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା । ଗତ ଜାନୁଆରି ୧୯ ତାରିଖରେ ବଲାଙ୍ଗିର ଜିଲ୍ଲା ବେଲପଡା ବିଡିଓଙ୍କ ଉପରେ ବର୍ଷିଥିଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଡିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବ୍ଲକ ଅଫିସ ଆଗରେ ଦୁଇ ଜଣ ଜିଲ୍ଲା ପରିଷଦ ସଦସ୍ୟା ଧାରଣାରେ ବସିଥିବା ବେଳେ ସେଠାକୁ ଯାଇ ବର୍ଷିଥିଲେ କେଭି । ଧାରଣାସ୍ଥଳରେ ବିଡିଓଙ୍କୁ କେଭି ପଚାରିଥିଲେ କି ଲୋକଙ୍କ ସେବକ ହୋଇ ସେ କେଉଁ ସେବା କରୁଛନ୍ତି । ସେହିପରି ମାଆଙ୍କୁ ସମ୍ମାନ କଥା କହୁଥିବାବେଳେ ୨ ଜଣ ମହିଳା ଧାରଣା ବସିଥିଲେ ବି ତାଙ୍କୁ ସାକ୍ଷାତ ନକରିବା କେଉଁ ସମ୍ମାନ ବୋଲି ପ୍ରଶ୍ନ କରିଥିଲେ । କେଭିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଲୋକଙ୍କ ସେବକ ହୁଅନ୍ତୁ, ଶାସକ ଭଳି ବ୍ୟବହାର ନ କରିବାକୁ ସେ ବିଡିଓକୁ କହିଥିଲେ କେଭି । ସେହିଭଳି ପ୍ରଶ୍ନ ପଚାରିଲେ ଦୁର୍ବ୍ୟବହାର କରାଗଲା ବୋଲି କହି କଲାବ୍ୟାଜ୍ ପିନ୍ଧିବେ ବୋଲି କଟାକ୍ଷ କରିଥିଲେ କେଭି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।