News18 Odia Digital
ଭୁବନେଶ୍ୱର: ପାରଳାଖେମୁଣ୍ଡିରେ ନିଯୁକ୍ତ ଥିବା ଯୁବ ବନ ବିଭାଗ ଅଧିକାରୀ (ଏ.ସି.ଏଫ୍.) ସୌମ୍ୟରଞ୍ଜନ ମହାପାତ୍ରଙ୍କର ନିଜ ବାସଭବନରେ ନିଜ ପତ୍ନୀଙ୍କ ଉପସ୍ଥିତିରେ ସନ୍ଦେହଜନକ ଭାବରେ ହୋଇଥିବା ମୃତ୍ୟୁ ଘଟଣାକୁ ମାସେ ପୂରିଥିଲେ ବି ପୋଲିସର ତଦନ୍ତରେ ଶିଥୀଳତା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ୩୨-ବର୍ଷୀୟ ସୌମ୍ୟରଞ୍ଜନଙ୍କ ପରିବାର ବର୍ଗ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଥମରୁ ପ୍ରଶ୍ନ ଉଠାଇଆସୁଥିଲେ । ଏବେ ସେମାନେ ଆତ୍ମାହୂତି ଦେବା ଧମକ ଦେଇଛନ୍ତି । ଏହି ମାମଲା ଉପରେ ନଜର ରଖିଥିବା ଲୋକେ ଅଭିଯୋଗ କରିଛନ୍ତି ଯେ ରାଜନୈତିକ ଚାପ ଯୋଗୁଁ ପାରଳାଖେମୁଣ୍ଡି ପୋଲିସ ତଦନ୍ତକୁ ଉପଯୁକ୍ତ ଓ ତର୍କସଙ୍ଗତ ଢଙ୍ଗରେ ଆଗକୁ ବଢ଼ାଇବାକୁ ଚାହୁଁନାହିଁ ।
ସୌମ୍ୟରଞ୍ଜନଙ୍କ ଅଭିଯୁକ୍ତା ପତ୍ନୀ ବିଦ୍ୟାଭାରତୀଙ୍କର ଅନେକ ହାତଲେଖା ଚିଠି ଓ ଡାଏରୀ ପୃଷ୍ଠା ତଦନ୍ତ ବେଳେ ସାମନାକୁ ଆସି ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଅତି ତିକ୍ତ ଥିଲା ବୋଲି ସ୍ପଷ୍ଟ କରିବା ସତ୍ତ୍ୱେ ପୋଲିସ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କ ଦେହରେ କେମିତି ନିଆଁ ଲାଗିଲା ତାହା ସାମନାକୁ ଆଣି ପାରିନାହିଁ । ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ପାରଳାଖେମୁଣ୍ଡିରେ ନିଜ ବାସଭବନରେ ନିଆଁରେ ସୌମ୍ୟରଞ୍ଜନ ୯୫ ପ୍ରତିଶତ ଜଳିଯାଇଥିଲେ । ସେତିକି ବେଳେ ସେହି ଘରେ ତାଙ୍କ ସହ କେବଳ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ହିଁ ଥିଲେ । ତା’ ପର ଦିନ ସୌମ୍ୟ କଟକରେ ଏକ ହସପିଟାଲରେ ପ୍ରାଣ ହରାଇଥିଲେ । ଦୁହିଁଙ୍କ ବିବାହ ଏହି ଘଟଣାର ମାତ୍ର ଛଅ ମାସ ତଳେ ହୋଇଥିଲା ।
ଏହା ବି ପଢ଼ନ୍ତୁ | ସରକାରୀ ବ୍ୟାଙ୍କ୍ କର୍ମଚାରୀମାନଙ୍କ ପାଇଁ ଆସିଲା ଖୁସି ଖବର; ଅଗଷ୍ଟ ମାସରୁ ବଢ଼ିଲା ଦରମାସୌମ୍ୟଙ୍କ ମୃତ୍ୟୁ ପରେ ପୋଲିସ ଏହି ମାମଲାକୁ ଆତ୍ମହତ୍ୟା (ଅପମୃତ୍ୟୁ) ବୋଲି କହିଥିଲା, ହେଲେ ତାଙ୍କ ପିତାଙ୍କ ଏତାଲା ପରେ ଏକ ସେହି ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରି ତଦନ୍ତ ଆରମ୍ଭ ହୋଇଥିଲା । ଏତାଲାରେ ବିଦ୍ୟାଭାରତୀ ଓ ପାରଳାଖେମୁଣ୍ଡି ଡି.ଏଫ୍.ଓ. ସଂଗ୍ରାମ କେଶରୀ ବେହେରାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ସୌମ୍ୟଙ୍କ ପିତା ଅଭିରାମ ମହାପାତ୍ର ଲେଖିଥିଲେ କେମିତି ସୌମ୍ୟ ଘରେ କହୁଥିଲେ ଯେ ବିଦ୍ୟାଭାରତୀଙ୍କର ସଂଗ୍ରାମଙ୍କ ସହ ଅନୈତିକ ସମ୍ପର୍କ ରହିଛି । ସୌମ୍ୟ ନିଜ ବଦଳି ପାରଳାଖେମୁଣ୍ଡିରୁ ବାରିପଦା କରାଇ ନେବାରେ ବାପାଙ୍କ ସାହାଯ୍ୟ ବି ଲୋଡ଼ିଥିଲେ ବୋଲି ସେହି ଏତାଲାରେ ଉଲ୍ଲେଖ ଅଛି ।

ଡିଜିପି ଅଭୟଙ୍କୁ ଦେଖା କରିବା ପରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର (ବାମ)
‘‘ବିଦ୍ୟାଭାରତୀଙ୍କ ବିରୁଦ୍ଧରେ ଯଥେଷ୍ଟ ଓ ସଙ୍ଗୀନ ତଥ୍ୟ-ପ୍ରମାଣ (ମ୍ୟାଟେରିଆଲ୍) ଅଛି । ତାଙ୍କୁ ଗିରଫ କରାଯାଇ ପାରିଥାନ୍ତା । ଯେଉଁ ଘର ଭିତରେ ସୌମ୍ୟରଞ୍ଜନ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ନିଆଁରେ ଜଳି ମରିଗଲେ, ତାହା କେମିତି ଓ କେଉଁ ପରିସ୍ଥିତିରେ ହେଲା ତାହା ଜାଣିବାକୁ ପୋଲିସ ବିଦ୍ୟାଭାରତୀଙ୍କୁ ସେଠାକୁ ନେଇ ସିନ୍ ରିକ୍ରିଏସନ୍ କରାଇବା ଉଚିତ ଥିଲେ ବି ପୋଲିସ ଏ ପର୍ଯ୍ୟନ୍ତ ତାହା କରାଉ ନାହିଁ । ଏଥିରୁ ପ୍ସଷ୍ଟ ହେଉଛି ଯେ ପୋଲିସ ଯୁକ୍ତିସଙ୍ଗତ ତଦନ୍ତ କରୁନାହିଁ । ଏହା ପୂର୍ବରୁ ଏହି ମାମଲାରେ ଦପଇ ଜଣ ଅଭିଯୁକ୍ତଙ୍କୁ (ଡି.ଏଫ୍.ଓ. ଓ ରୋଷେଇଆ) ଗଜପତି ପୋଲିସ ବଡ଼ ସନ୍ଦେହଜନକ ଢଙ୍ଗରେ କ୍ଲିନ୍ ଚିଟ୍ ଦିଆଯାଇଥିବା କଥା ବି କହିଛି,’’ କହିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଗର୍ଲଫ୍ରେଣ୍ଡଙ୍କ ବିଷୟରେ ପ୍ରଶ୍ନକୁ ନେଇ ଲାଜେଇ ଯାଉଛନ୍ତି ନୀରଜ ଚୋପ୍ରା; କ’ଣ ଅଛି ତାଙ୍କ ମନ ଭିତରେ?ଅଗଷ୍ଟ ୩ ତାରିଖ ଦିନ ପାରଳାଖେମୁଣ୍ଡି ପୋଲିସ ବିଦ୍ୟାଭାରତୀଙ୍କ ମୟୂରଭଞ୍ଜ କପ୍ତିପଦା ବାପଘରେ ଦ୍ୱିତୀୟ ଥର ପହଞ୍ଚି ତାଙ୍କ ସହ ଦ୍ୱିତୀୟ ଥର ଜେରା କରିଥିଲା, ହେଲେ ସେଥିରୁ କିଛି ବିଶେଷ ମିଳି ନ ଥିଲା । ଏହା ପରେ କୁହାଯାଉଥିଲା ଯେ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ନେଇ ସିନ୍ ରିକ୍ରିଏସନ୍ କରାଯିବ । ହେଲେ ନଅ ଦିନ ପରେ ବି ପୋଲିସ ତରଫରୁ ସେ ଦିଗରେ କୌଣସି ସକ୍ରିୟତା ଦେଖାଯାଇ ନ ଥିବାରୁ ଏହି ମାମଲାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି ।

ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ
‘‘ବିଦ୍ୟାଭାରତୀଙ୍କୁ ଦୁଇ ଥର ଜେରା ପରେ ଯଦି ପୋଲିସକୁ କିଛି ମିଳିଲା ନାହିଁ, ତାହେଲେ ତାଙ୍କୁ ପୋଲିସ ଗିରଫ କରୁନାହିଁ କାହିଁକି? ତାଙ୍କ ସ୍ୱାମୀ ନିଆଁରେ ଜଳିବା ବେଳେ ସେହି ଘରେ ତ ତାଙ୍କ ସହ କେବଳ ସେ ହିଁ ଥିଲେ । ବିଦ୍ୟାଭାରତୀଙ୍କୁ ଗିରଫ କରି ଜେରା କଲେ ସେ ପୋଲିସକୁ ସବୁ ସତ କହିଦେବେ ଓ ଏଥିରେ ଡି.ଏଫ୍.ଓ. ସଂଲିପ୍ତ ଥିବା କଥା ସାମନାକୁ ଆସିଯିବ ବୋଲି ଡରରେ ପୋଲିସ ତାହା କରୁନାହିଁ । ଏହା ପଛରେ ନିଶ୍ଚୟ ରାଜନୈତିକ ଓ ପ୍ରାଶାସନିକ ଚାପ ରହୁଛି । ଏତେ ବଡ଼ ଗୋଟେ ମାମଲାରେ ଏମିତି ହେବା ନିହାତି ଦୁର୍ଭାଗ୍ୟଜନକ । ଏହି ମାମଲା ଉପରେ ସାରା ଓଡ଼ିଶାର ନଜର ରହିଛି,’’ କହିଛନ୍ତି ଗଜପତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର ।
ଏହା ବି ପଢ଼ନ୍ତୁ | ‘‘ଚେୟାର୍ କାହାରି ବାପର ନୁହେଁ’’: ଲାଲୁଙ୍କ ବଡ଼ ପୁଅ ତେଜ୍ ନିଜ ଦଳର ରାଜ୍ୟ ମୁଖ୍ୟଙ୍କୁ ହିଟଲର୍ ବୋଲି କହିଲେଏ ପର୍ଯ୍ୟନ୍ତ ପୋଲିସର ତଦନ୍ତ କେତେ ବାଟ ଆଗେଇଛି ଓ ଆଗକୁ କେଉଁମାନେ ତଦନ୍ତ ପରିସରକୁ ଆସିବେ ଏ ସବୁ ପ୍ରଶ୍ନର ଉତ୍ତର ପୋଲିସ ପାଖରେ ନାହିଁ । ପୋଲିସ ଏବେ କେବଳ ଗୋଟିଏ କଥା କହୁଛି – ଏବେ ‘‘ଟେକ୍ନିକାଲ ଇନକ୍ବାରୀ’’ ଚାଲିଛି ଓ ଫରେନସିକ୍ ରିପୋର୍ଟ ଆସିଲେ ରହସ୍ୟ ଖୋଲିବ । ଏହାକୁ ବୁଦ୍ଧିଜୀବୀ ବର୍ଗ ଓ ସୌମ୍ୟରଞ୍ନଙ୍କ ପରିବାର ପୋଲିସର କାଳକ୍ଷେପଣ ନୀତି ବୋଲି କହିଛନ୍ତି । ଶୀଘ୍ର ନ୍ୟାୟ ନ ମିଳିଲେ ସୌମ୍ୟରଞ୍ଜନଙ୍କ ପୂରା ପରିବାର ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେବା ପରେ ପରିବାର ବାଲେଶ୍ବର ପୋଲିସର ଏକ ଟିମ୍ ସେମାନଙ୍କୁ ଭେଟି ବୁଝାସୁଝା କରିଛନ୍ତି ।

ଗଜପତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର
‘‘ବର୍ତ୍ତମାନ ଆମର ପୂରା ଟେକ୍ନିକାଲ୍ ଟିମ୍ ଯାଇଛି । ଟେକ୍ନିକାଲ୍ ଟିମ୍ ସାରା ଇୟେ କରୁଛି । ଆମର ଟେକ୍ନିକାଲ୍ ରିପୋର୍ଟ ଆସିନି… କିଛି ପ୍ରେସର୍ ନାହିଁ । ସେଟା ମୁଁ ଆପଣଙ୍କୁ ପରେ କହିବି । ତଦନ୍ତ ବର୍ତ୍ତମାନ ଯେହେତୁ ଚାଲୁ ରହିଛି ଆଉ ଟେକ୍ନିକାଲ୍ ଆମର ଇୟେ ଅଛି ମୁଁ ପରେ କହିବି ସେ କଥା,’’ ପୋଲିସର ତଦନ୍ତରେ ପ୍ରଗତି ଉପରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଗଜପତି ଏ.ଏସ୍.ପି. ବାମଦେବ ସିଂ ।
ଏହା ବି ପଢ଼ନ୍ତୁ | ଦେଶର ୬.୫ କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଭଲ ଖବର: ଏ ଥର PF ଖାତାରେ ଆସିବ ଅଧିକ ଟଙ୍କାପୋଲିସର ତଦନ୍ତରୁ ନ୍ୟାୟ ପାଇବା ଅପେକ୍ଷାରେ ଥିବା ସୌମ୍ୟରଞ୍ଜନଙ୍କ ବଡ଼ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି, ‘‘ମୋ’ ବାପା, ମାଆ ଓ ଆମେ ସାରା ପରିବାର ପୋଲିସର ତଦନ୍ତକୁ ଏ ପର୍ଯ୍ୟନ୍ତ ଦେଖୁଛୁ । ଯଦି ଆମକୁ ନ୍ୟାୟ ନ ମିଳେ, ଆମେ ସପରିବାର ଆତ୍ମାହୂତି ଦେବୁ ।’’
(ଏହି ମାମଲା ବିଷୟରେ ଅଧିକ ପଢ଼ିବାକୁ
ଏଇଠି କ୍ଲିକ୍ କରନ୍ତୁ ।) ଏହି ଚାଞ୍ଚଲ୍ୟକର ମାମଲାରେ ଆରମ୍ଭରୁ ପାରଳାଖେମୁଣ୍ଡି ପୋଲିସର ତଦନ୍ତ ବିବାଦ ଘେରରେ ରହିଆସିଛି । ନିଆଁରେ ଜଳିଯାଇଥିବା ସୌମ୍ୟଙ୍କୁ ହସପିଟାଲକୁ ନେବା ପରେ ତାଙ୍କ ଘରର ଚାବି ଡି.ଏଫ.ଓ.ଙ୍କ କାର୍ଯ୍ୟାଳୟକୁ ଦିଆଯିବା, ଡି.ଏଫ.ଓ.ଙ୍କୁ ଘଟଣାର ଦଶ-ବାର ଦିନ ପରେ ସାମାନ୍ୟ ଜେରା ପରେ ଦୋଷମୁକ୍ତ ବୋଲି କହିବା, ମାମଲାରେ ଅନଧିକୃତ ଭାବେ ହସ୍ତକ୍ଷେପ କରିଥିବା ଗୁରାଣ୍ଡି ଥାନା ଅଧିକାରୀଣୀ ତଥା ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ଭାଉଜ ମମତା ପଣ୍ଡାଙ୍କୁ କ୍ଲିନ୍ ଚିଟ୍ ଦିଆଯିବା ଓ ବିଦ୍ୟାଭାରତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଭଳି ପଦକ୍ଷେପ ପୋଲିସର ତଦନ୍ତକୁ ସନ୍ଦେହପୂର୍ଣ୍ଣ କରି ରଖିଛି ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।