ଡେଙ୍ଗା ମୁଖ୍ୟମନ୍ତ୍ରୀଙ୍କର ଛୋଟିଆ କାର: ଭି.କେ ପାଣ୍ଡିଆନ

VK Pandian on CM car: ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟବହାର ହେଉଥିବା ସରକାରୀ ଗାଡ଼ି ମାରୁତି ଏଷ୍ଟିମ୍ କାହିଁକି ବଦଳାଇଲେ ନବୀନ। ଶସ୍ତା ଓ ଛୋଟିଆ ଗାଡ଼ିଟିକୁ ନେଇ ବର୍ଷ ବର୍ଷ ଯିବାଆସିବା କରୁଥିବା ନୀବନଙ୍କ ପାଇଁ କାହିଁକି ଲୋଡ଼ା ପଡ଼ିଲା ଆଉ ଏକ ନୂଆ କାର।

ନବୀନ ପଟ୍ଟନାୟକଙ୍କ ଛୋଟିଆ କାର ବିଷୟରେ କହିଲେ ପାଣ୍ଡିଆନ

ନବୀନ ପଟ୍ଟନାୟକଙ୍କ ଛୋଟିଆ କାର ବିଷୟରେ କହିଲେ ପାଣ୍ଡିଆନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

VK Pandian on CM car: ଦେଶର ସବୁ ମୁଖ୍ୟମନ୍ତ୍ରୀ (India CM) ମଧ୍ୟରେ ଡେଙ୍ଗା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶା ସିଏମ ନବୀନ ପଟ୍ଟନାୟକ (CM Naveen Patnaik)। ହେଲେ ବ୍ୟବହାର କରନ୍ତି ସବୁଠୁ ଛୋଟିଆ ଗାଡ଼ି (Small Car)।

ସରଳ ଜୀବନଯାପନ ଓ ବେଶ୍ ସାଧାସିଧା ଭାବମୂର୍ତ୍ତିକୁ ନେଇ ଚର୍ଚ୍ଚାରେ ଥିବା ନବୀନ ପଟ୍ଟନାୟକଙ୍କ ବିଷୟରେ ଆଉ କିଛି ଗୁମର ଖୋଲିଛନ୍ତି ତାଙ୍କ ବ୍ୟକ୍ତି ସଚିବ ଭି.କେ ପାଣ୍ଡିଆନ (VK Pandian)।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟବହାର ହେଉଥିବା ସରକାରୀ ଗାଡ଼ି ମାରୁତି ଏଷ୍ଟିମ୍ (Maruti stm car) କାହିଁକି ବଦଳାଇଲେ ନବୀନ। ଶସ୍ତା ଓ ଛୋଟିଆ ଗାଡ଼ିଟିକୁ ନେଇ ବର୍ଷ ବର୍ଷ ଯିବାଆସିବା କରୁଥିବା ନୀବନଙ୍କ ପାଇଁ କାହିଁକି ଲୋଡ଼ା ପଡ଼ିଲା ଆଉ ଏକ ନୂଆ କାର।

ଏମିତି କଣ ଘଟିଲା ଯାହା ନବୀନଙ୍କୁ ବାଧ୍ୟ କଲା ନିଜର ଅଫିସିଆଲ କାରକୁ ପରିବର୍ତ୍ତନ କରିବାକୁ ପଡ଼ିଲା। ଦୁବାଇରେ ଆୟୋଜିତ ‘ଓଡ଼ିଶା ଦିବସ’ କାର୍ଯ୍ୟକ୍ରମରେ ଏନେଇ ଖୁଲାସ କରିଛନ୍ତି ଭି.କେ ପାଣ୍ଡିଆନ।

ହଠାତ ଦିନେ ନବୀନଙ୍କୁ ଆସି ପାଣ୍ଡିଆନ କହିଲେ ଆପଣଙ୍କ ଗାଡ଼ି ପରିବର୍ତ୍ତନ କରିବାର ସମୟ ଆସିଯାଇଛି। ହେଲେ ନବୀନ କିନ୍ତୁ ରାଜି ହୋଇନଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆଉ ୬ ମାସ ଯାଉ ନୂଆ କାର କଥା ଚିନ୍ତା କରିବା।
ଏହାରି ଭିତରେ ହଠାତ ଦିନ ନବୀନଙ୍କ କାର ରାସ୍ତାରେ ଅଟକିଗଲା। ଆଉ କାରରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି। ନବୀନଙ୍କ ଗାଡ଼ିର କଣ୍ଡିସନ ଭଲ ନାହିଁ ବୋଲି ପୁଣି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ପାଣ୍ଡିଆନ।

ଏଥର ଗାଡ଼ି ପରିବର୍ତ୍ତନ ହେବ କି ନାହିଁ ଜଣାଇବା ପାଇଁ ଆଉ ଗୋଟିଏ ଦିନ ସମୟ ନେଇଥିଲେ ନବୀନ ପଟ୍ଟନାୟକ। ତା' ପରଦିନ ନବୀନ ପଚାରିଥିଲେ ମାରତି ଏଷ୍ଟିମ୍ ବଦଳରେ ସେହି ସମାନ ଛାଞ୍ଚାରେ ମାରତି କମ୍ପାନୀର ଆଉ କେଉଁ କାର ରହିଛି।

ପାଣ୍ଡିଆନ ଜଣାଇଥିଲେ ମାରତି ଏସଏକ୍ସ-୪ ମାରତି ଏଷ୍ଟିମ୍ ବଦଳରେ ନିଆଯାଇପାରେ। ଏହାପରେ ନବୀନଙ୍କ କାର ବଦଳିଥିଲା। ସେତେବେଳେ ଏତେ ଶସ୍ତା ଓ ଛୋଟିଆ ଗାଡ଼ି କାହିଁକି ଆପଣଙ୍କ ପସନ୍ଦ କରନ୍ତି ଆମେ ଜାଣିବାକୁ ଚାହିଁଥିଲୁ ବୋଲି କହିଛନ୍ତି ପାଣ୍ଡିଆନ।

କାର ବାବଦରେ ନବୀନ କହିଥିଲେ ଓଡ଼ିଶାବାସୀଙ୍କ ଟଙ୍କାରେ ମୁଁ କାର ଚଢୁଛି। ମୋର ବିଳାସପୂର୍ଣ୍ଣ ସମୟ ପାଇଁ ଏହି କାର ନୁହେଁ। ଲୋକଙ୍କ ଟଙ୍କା ଅଯଥାରେ ନଷ୍ଟ ହେବା ଉଚିତ୍ ନୁହେଁ। ଉଚ୍ଚତାରେ ୬ ଫୁଟରୁ ଅଧିକ ଥିବା ନବୀନ ପଟ୍ଟନାୟକ ଏହି ଛୋଟିଆ କାର ବ୍ୟବହାର କରିବା ହିଁ ତାଙ୍କ ସାଧାସିଧା ଜୀବନଶୈଳୀର ପରିଚୟ କହିଛନ୍ତି ଭି.କେ ପାଣ୍ଡିଆନ।

ପଢ଼ନ୍ତୁ ଏହି ଖବର:  ଓଡ଼ିଆ ଜାତିର ସବୁଠୁ ବଡ଼ ପରିଚୟ ହେଉଛନ୍ତି ନବୀନ ପଟ୍ଟନାୟକ: 5T ସଚିବ

ଏହି ଅବସରରେ ସେ ଆହୁରି କହିଛନ୍ତି ଯେ ଆମ ଦେଶରେ ବହୁ ମହାନ ବ୍ୟକ୍ତିବିଶେଷ ଥିଲେ ଆଉ ଅଛନ୍ତି ମଧ୍ୟ; କିନ୍ତୁ ନବୀନ ପଟ୍ଟନାୟକ ସେମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଭିନ୍ନ। ଅତ୍ୟନ୍ତ ସରଳ, ଉଦାର, ସମ୍ବେଦନଶୀଳ ମଣିଷ ଭାବରେ ସେ ସ୍ୱତନ୍ତ୍ର। ତାଙ୍କ ପାଖରେ ଏତେ ସଦ୍‌‌ଗୁଣ ରହିଛି ତାହା ଉପରେ ଚର୍ଚ୍ଚା କଲେ ପୂରା ଦିନ ବିତିଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାବାସୀଙ୍କ ସେବାରେ ସମର୍ପି ଦେଇଛନ୍ତି।
Published by:Lipina Das
First published: