News18 Odia Digital
ଭୁବନେଶ୍ବର: ସ୍ବର୍ଗୀୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର (Naba Das) ଆଜି ହେବ ଶେଷକୃତ୍ୟ। ଭୁବନେଶ୍ୱର ସରକାରୀ ବାସଭବନରେ ଶେଷ ଦର୍ଶନ କରୁଛନ୍ତି ସମ୍ପର୍କୀୟଙ୍କଠୁ ନେଇ ନେତାଗଣ।
ମନ୍ତ୍ରୀଙ୍କ ବିୟୋଗରେ ରାଜ୍ୟବ୍ୟାପୀ ୩ ଦିନିଆ ଶୋକ ପାଳନ କରାଯିବ। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ଶୋକ ପାଳନ କରାଯିବ। ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ଅର୍ଦ୍ଧନମିତ ହେବ ଜାତୀୟ ପତାକା। ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ୩ ମନ୍ତ୍ରୀ ଉପସ୍ଥିତ ରହିବେ। ସଂସଦୀୟ ବ୍ୟାପର, ଅର୍ଥ, କୃଷି, ବାଣିଜ୍ୟ ଓ ପରିବହନ, ଜଳ ସମ୍ପଦ ମନ୍ତ୍ରୀ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିବେ।
ଇତିମଧ୍ୟରେ ଆସନ୍ତୁ ଜାଣିବା ଯେ କାହିଁକି କଂଗ୍ରେସ (Congress) ଛାଡ଼ି ବିଜୁ ଜନତା ଦଳରେ (BJD) ଯୋଗ ଦେଇଥିଲେ ନବ ଦାସ
ପ୍ରଥମେ କଂଗ୍ରେସର ଟାଣୁଆ ନେତା ଭାବେ କାମ କରୁଥିବା ନବ ଦାସ ୨୦୧୯ରେ ଯେତେବେଳେ ସେ କଂଗ୍ରେସ ଛାଡ଼ିଥିଲେ, ସେତେବେଳେ ସେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କହିଥିଲେ ଯେ ତାଙ୍କ ନିର୍ବାଚନମଣ୍ଡଳୀର ଲୋକ ତାଙ୍କୁ ବିଜୁ ଜନତା ଦଳରେ ଯୋଗଦେବାକୁ କହୁଛନ୍ତି।
କଂଗ୍ରେସ ପକ୍ଷରୁ ତିନିଥର ବିଧାୟକ ଦାସ ସେହି ସମୟରେ ରାହୁଲଙ୍କୁ ଏକ ଚିଠି ଲେଖି କହିଥିଲେ, “ମୋ ଅଞ୍ଚଳର ଲୋକ ଏବଂ ଭୋଟରମାନେ ଚାହାଁନ୍ତି ଯେ ମୁଁ ଆସନ୍ତା ନିର୍ବାଚନ ୨୦୧୯ରେ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରିବି କାରଣ ସେମାନେ ଚାହୁଁଛନ୍ତି ଯେ ଆମ ଅଞ୍ଚଳର ବିକାଶ ହେଉ ଏବଂ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ଜୀଙ୍କ ସହ ହାତ ମିଳାଇବା ଉଚିତ୍।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।