କାହିଁକି ହେଉଛି ବିଦ୍ୟୁତ୍ କାଟ? ରାଜ୍ୟରେ ରହିଛି କି ଶକ୍ତି ସଙ୍କଟ? ଜାଣନ୍ତୁ କଣ କହିଲେ ମନ୍ତ୍ରୀ

ଖରାଦିନରେ ଅଧିକାଂଶ ସ୍ଥାନରୁ ଆସେ ବିଦ୍ୟୁତକାଟ ଅଭିଯୋଗ । ତେବେ ଜାଣନ୍ତୁ ପାୱାର କଟକୁ ନେଇ କଣ ରହିଛି ଶକ୍ତି ମନ୍ତ୍ରୀଙ୍କ ପ୍ରତିକ୍ରିୟା ।

କାହିଁକି ହେଉଛି ବିଦ୍ୟୁତ୍ କାଟ? ରାଜ୍ୟରେ ରହିଛି କି ଶକ୍ତି ସଙ୍କଟ? ଜାଣନ୍ତୁ କଣ କହିଲେ ମନ୍ତ୍ରୀ

କାହିଁକି ହେଉଛି ବିଦ୍ୟୁତ୍ କାଟ? ରାଜ୍ୟରେ ରହିଛି କି ଶକ୍ତି ସଙ୍କଟ? ଜାଣନ୍ତୁ କଣ କହିଲେ ମନ୍ତ୍ରୀ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଅଘୋଷିତ ବିଜୁଳି କାଟ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ। ଏପ୍ରିଲର ଖରାରେ ରାଜ୍ୟର
ବିଭିନ୍ନ ସ୍ଥାନରେ ବିଜୁଳି ଯାଉଛି । ଆଉ ବିତରଣ କମ୍ପାନି ଲୋକଙ୍କ ଅଭିଯୋଗକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ସେପଟେ ବିରୋଧୀ (opposition) ବି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଶକ୍ତିମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଦ୍ୟୁତ୍ ଯୋଗାଣରେ କୌଣସି ଅଭାବ ନାହିଁ। ପାୱାର କଟ (power cut) ନୁହେଁ ବରଂ ଓଭର ଲୋଡିଂ (over loading) ଦ୍ୱାରା ପାୱାର ଲାଇନ ଟ୍ରିପ୍ ହେଉଛି।

ନବରଙ୍ଗପୁର (nabarangpur) ଜିଲ୍ଲାରେ ବିଜୁଳି ଯିବା ନିତିଦିନିଆ ହେଲାଣି। ତାତି ଚାଳିଶି ଡିଗ୍ରୀ ବେଳେ ଫ୍ୟାନ ବନ୍ଦ ହୋଇଯାଉଥିବା ଅଭିଯୋଗ ଆସିଛି। ଯାହା ଫଳରେ ଘରେ ରହିବା ମୁସ୍କିଲ ହୋଇପଡିଛି । କୃଷିକ୍ଷେତ୍ର ,କଳ କାରଖାନା, ହୋଟେଲ, ଛୋଟ ବ୍ୟବସାୟୀ, ବିଦ୍ୟୁତ ଉପରେ ନିର୍ଭରଶୀଳ । ହେଲେ ବିଦ୍ୟୁତ ଗଲେ ସବୁ ଠପ୍ । ଅନ୍ୟ ଦିନ ତୁଳନାରେ ଗ୍ରୀଷ୍ମ ଋତୁରେ ବିଜୁଳିର ଆବଶ୍ୟକତା ଟିକେ ଅଧିକ ଥାଏ। କିନ୍ତୁ ବିଜୁଳିର ଲୁଚକାଳି ଜୀବନକୁ ଦୁର୍ବିସହ କରିଦେଉଛି। ବିଦ୍ୟୁତ ବିତରଣ କମ୍ପାନି ଟାଟା ପାୱାର (tata power) ନିକଟରେ ଅଭିଯୋଗ କଲେ ବି ଲାଭ ହେଉନି। ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ଦେଉ ନାହାଁନ୍ତି । ଠିକ ସମୟରେ ବିଲ୍ ପୈଠ କରି ମଧ୍ୟ ଉପଯୁକ୍ତ ସେବା ପାଉନଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା।

ସେପଟେ ବିଦ୍ୟୁତ୍ କାଟ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଜେପି କହିଛି ରାଜ୍ୟରେ ହେଉଛି ଅଘୋଷିତ ପାୱାର କାଟ। ଉପଭୋକ୍ତା ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। କଂଗ୍ରେସ ବି ସମାନ ଅଭିଯୋଗ ଆଣିଛି। ତେବେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ରାଜ୍ୟରେ ବିଦ୍ୟୁତ୍ ଯୋଗାଣରେ କୌଣସି ଅଭାବ ନାହିଁ। ପାୱାର କଟ ନୁହେଁ ବରଂ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ୍ ହେଉଛି । ଭୁବନେଶ୍ୱରରେ ଲାଇନ ଟ୍ରିପ୍ କରିଗଲେ ଠିକ କରିବାକୁ ୬ରୁ ୭ ଘଣ୍ଟା ଲାଗୁଛି । ଗାଁ ଗହଳିରେ ଠିକ୍ ହେବାକୁ ଅଧିକ ସମୟ ନେଉଛି। ଟେକ୍ନିକାଲ ତ୍ରୁଟି ଯୋଗୁଁ ଲୋ ଭୋଲଟେଜ ସମସ୍ୟା ହେଉଥିବା କହିଛନ୍ତି ଶକ୍ତି ମନ୍ତ୍ରୀ ।

ଗତ ବର୍ଷ ପିକ୍ ଆୱାରରେ ୫ ହଜାର ୫ ଶହ ମେଗାୱାଟ ବିଦ୍ୟୁତ୍ ଆବଶ୍ୟକ ହେଉଥିବା ବେଳେ ଏଥର ପିକ ପିରିୟଡ଼ରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟ ବିଜୁଳିର ଆବଶ୍ୟକତା ରହୁଛି । ହେଲେ ଆବଶ୍ୟକ ପରିମାଣରେ ବିଦ୍ୟୁତ୍ ରହିଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର।

ଏହି ଖବର ପଢ଼ନ୍ତୁ - PPF Benefits: ପିପିଏଫକୁ ନେଇ ବଡ଼ ଖବର: ପାଇବେ ଜବରଦସ୍ତ ରିଟର୍ଣ୍ଣ !
Published by:Soubhagya Mishra
First published: