Cesarean delivery: ରାଜ୍ୟରେ ଚିନ୍ତାଜନକ ସ୍ଥିତି; କାହିଁକି ଘରୋଇ ହସ୍ପିଟାଲରେ ବଢୁଛି ସିଜରିଆନ୍‌ ‌ଡେଲିଭରି ?

Cesarean delivery: ରାଜ୍ୟରେ ଚିନ୍ତାଜନକ ସ୍ଥିତି; କାହିଁକି ଘରୋଇ ହସ୍ପିଟାଲରେ ବଢୁଛି ସିଜରିଆନ୍‌ ‌ଡେଲିଭରି ?

Cesarean delivery: ରାଜ୍ୟରେ ଚିନ୍ତାଜନକ ସ୍ଥିତି; କାହିଁକି ଘରୋଇ ହସ୍ପିଟାଲରେ ବଢୁଛି ସିଜରିଆନ୍‌ ‌ଡେଲିଭରି ?

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୁବନେଶ୍ବର : ରାଜ୍ୟରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି ଘରୋଇ ହସ୍ପିଟାଲର ସିଜରିଆନ୍‌ ଡେଲିଭରି । କାହିଁକି ଘରୋଇ ହସ୍ପିଟାଲରେ ଏତେ ସଂଖ୍ୟକ ସିଜରିଆନ୍‌ ‌ଡେଲିଭରି ହେଉଛି ସେନେଇ ଚର୍ଚ୍ଚା ଚାଲିଥିବାବେଳେ ବିଶେଜ୍ଞ ଏହାପଛର କାରଣ ଉପରେ ଆଲୋକପାତ କରିଛନ୍ତି । ବିଶେଷକରି ବିଳମ୍ବିତ ବିବାହ ଏବଂ ଗର୍ଭଧାରଣରେ ଜଟିଳତା ଏହାର ପ୍ରାରମ୍ଭିକ କାରଣ ବୋଲି କହିଛନ୍ତି ବିଶେଷଜ୍ଞ । ସବୁଠୁ ବଡ଼ କଥା ହେଉଛି ଆଜିକାଲି ଗର୍ଭବତୀ ଏବଂ ସେମାନଙ୍କ ପରିବାର ଲୋକେ ଯନ୍ତ୍ରଣା ନେବାକୁ ପ୍ରସ୍ତୁତି ହେଉନାହାନ୍ତି ଯେଉଁଥିପାଇଁ ଡାକ୍ତରଙ୍କ ଉପରେ ଚାପ ପକାଇ ସିଜରିଆନ୍‌ ଡେଲିଭରି କରାଉଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଜିକାଲି ଗର୍ଭଧାରଣର ୧୦୦ ପ୍ରତିଶତ କେସ୍‌ରୁ ୬୦ଟି କେସ୍‌ ନର୍ମାଲ ଥିବାବେଳେ ବାକି ୪୦ କେସ୍‌ କମ୍ପ୍ଲିକେସି ବା ଜଟିଳତା ରହୁଛି । ଯେଉଁଥିପାଇଁ ଏହି ୪୦ କେସ୍‌କୁ ସିଜରିଆନ କରାଯାଉଛି । ଏହି କମ୍ପ୍ଲେକେସିର କାରଣ ମଧ୍ୟରେ ରହୁଛି ଅଧିକ ବୟସରେ ଝିଅଟିର ବିବାହ, ବାରମ୍ବାର ଛୁଆ ନଷ୍ଟ ହେବା, ଗର୍ଭ ଧାରଣ ପରେ ଡାଇବେଟିସ୍‌ କି ଅନ୍ୟାନ୍ୟ ଜଟିଳ ରୋଗରେ ପୀଡିତ ହେବା, ପେଟ ଭିତରେ ଅସୁରକ୍ଷିତ ଅବସ୍ଥାରେ ଛୁଆ ରହିବା ଏବଂ ବାରମ୍ବାର ଗର୍ଭପାତ କରିବା କିମ୍ବା ମେଡିସିନ୍‌ ଖାଇ ପିଲା ନଷ୍ଟ କରିବା । ସରକାରୀ ହସ୍ପିଟାଲରେ ନର୍ସ, ଷ୍ଟାଫ ନର୍ସ ଓ ଏଏନ୍ଏମ ଆଦି ଟ୍ରେନିଂ ନେଇ ଡେଲିଭରି କେସ୍‌ ହ୍ୟାଣ୍ଡଲ କରୁଥିବାବେଳେ ତା ଭିତରେ ବି ଛନ୍ଦି ହୋଇରହିଛି ଆଇନଗତ ଦିଗ । ଡାକ୍ତର ବି ରିସ୍କ ନେବାକୁ ଚାହୁଁନାହାନ୍ତି । ଘରୋଇ ହସ୍ପିଟାଲରେ ଫିକ୍ସ କେସ୍‌ ଆଧାରରେ ସିଜରିଆନ୍‌ ହୋଇଥାଏ । ସେହିପରି ନର୍ସିଂ ହୋମ୍‌ରେ କିମ୍ବା ଘରୋଇ ହସ୍ପିଟାଲକେ ଅଧିକ ସୁବିଧା ସୁଯୋଗ ମିଳିଥାଏ । ତେଣୁ ଅଧିକାଂଶ ଜଟିଳ ପ୍ରସୂତି ଘରୋଇ ହସପିଟାଲକୁ ଆସିବାକୁ ଆଗ୍ରହୀ ହୋଇଥାନ୍ତି । ସିଜରିଆନ ଡେଲିଭରି ଅଧିକ ହେବାର କାରଣ ହେଲା ବର୍ତ୍ତମାନ ସମୟରେ ବିଳମ୍ବିତ ବିବାହ । ୩୦ ବର୍ଷରୁ ଅଧିକ ବୟସରେ ମହିଳାମାନେ ବିବାହ କରୁଛନ୍ତି । ୩୩ ବର୍ଷ ପରେ ଗର୍ଭଧାରଣ କରୁଥିବାରୁ ଏହି କ୍ଷେତ୍ରରେ ସିଜରିଆନ ଡ଼େଲିଭରି ଅଧିକ ଆବଶ୍ୟକ ହେଉଛି । ପ୍ରଥମ ଗର୍ଭରେ ଯେହେତୁ ସିଜରିଆନ ସଂଖ୍ୟା ଅଧିକ ରହୁଛି ସେ ଦୃଷ୍ଟିରୁ ଦ୍ବିତୀୟ ସନ୍ତାନ ଧାରଣରେ ସିଜରିଆନ ଡ଼େଲିଭରି କରାଯିବା ଆବଶ୍ୟକ ପଡ଼ୁଛି ।

ସେପଟେ ସିଜରୀଆନ ଡେଲିଭେରୀ ନେଇ ରାଜ୍ୟ ସ୍ଥାସ୍ଥ୍ୟ ବିଭାଗର ନିର୍ଦ୍ଦେଶମାନାକୁ ସ୍ବାଗତ କରିଛନ୍ତି ଅଧିକାଂଶ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ । ତେବେ ସିଜରୀଆନ ଡେ଼ଲିଭେରୀ ପାଇଁ ଏମାନେ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି । ବିଶେଷକରି ବିଳମ୍ବରେ ଗର୍ଭଧାରଣ କରିବା, ଗର୍ଭ ଧାରଣ ସମୟରେ ଜଟିଳତା ମୁଖ୍ୟ କାରଣ ହୋଇଥିବାବେଳେ ଆଜିକାଲି ଅଧିକ ଯନ୍ତ୍ରଣା ନେବାକୁ ମହିଳା ଏବଂ ସେମାନଙ୍କ ପରିବାର ଲୋକ ପ୍ରସ୍ତୁତ ହେଉନାହାନ୍ତି । ଆଉ ସେମାନେ ନର୍ମାଲ ବଦଳରେ ସିଜରୀଆନ ଡେଲିଭେରୀକୁ ପସନ୍ଦ କରୁଛନ୍ତି ।

ଜାତୀୟ ସ୍ତରରେ ସିଜରିଆନ ଡେଲିଭରି ହାର ୪୭.୪ ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହି ହାର ରହିଛି ୭୦.୭ ପ୍ରତିଶତ । ନ୍ୟାସନାଲ ଫ୍ୟାମିଲ ହେଲ୍ଥ ସର୍ଭେ- NFHS-5ର ରିପୋର୍ଟର ଏହି ତଥ୍ୟକୁ ନେଇ ଚିନ୍ତାରେ ପଡ଼ିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସେପଟେ କେଉଁ କାରଣରୁ ସିଜରିଆନ ଡେଲିଭରି ହାର ବଢୁଛି, ସେଥିପାଇଁ ସମସ୍ତ ଘରୋଇ ହସ୍ପିଟାଲରେ ଅଡିଟ୍‌ ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

ପଢନ୍ତୁ ଏହି ଖବର : Gold Price Update: କମିଲା ସୁନା ଦର... ୩୫ ହଜାର ଟଙ୍କାରେ କିଣନ୍ତୁ ୧୦ ଗ୍ରାମ ସୁନା !
Published by:Sujit Swain
First published: