କାହିଁକି ସାମାନ୍ୟ ବର୍ଷାରେ କଣାସ ବ୍ଲକରେ ସୃଷ୍ଟି ହୁଏ ବନ୍ୟା; ବିଳମ୍ବରେ ପାଣି ଛାଡ଼ିବାର କାରଣ ଜାଣନ୍ତୁ

ପ୍ରତିବର୍ଷ ବର୍ଷା ହେବା ସହ ନଦୀ ବଢ଼ି ଆସିଥାଏ । ବନ୍ୟାଜଳରେ ତଳି ଅଞ୍ଚଳ ବୁଡେ । କିଛି ଦିନ ପରେ ପାଣି ଛାଡ଼ିଯାଏ । କିନ୍ତୁ କଣାସ ବ୍ଲକରେ ବନ୍ୟା ହେଲେ ଗାଆଁ ଗଣ୍ଡା ବାହ୍ୟ ଜଗତରୁ ବିଛିନ୍ନ ହେବାସହ ସ୍ଥିତି ହୋଇଯାଏ ସାଙ୍ଘାତିକ ।

କାହିଁକି ସାମାନ୍ୟ ବର୍ଷାରେ କଣାସ ବ୍ଲକରେ ସୃଷ୍ଟି ହୁଏ ବନ୍ୟା; ଜାଣନ୍ତୁ କାରଣ

କାହିଁକି ସାମାନ୍ୟ ବର୍ଷାରେ କଣାସ ବ୍ଲକରେ ସୃଷ୍ଟି ହୁଏ ବନ୍ୟା; ଜାଣନ୍ତୁ କାରଣ

  • Share this:
News 18 Odia Digital

ଭୁବନେଶ୍ଵର; ପ୍ରତିବର୍ଷ ବର୍ଷା ହେବା ସହ ନଦୀ ବଢ଼ି ଆସିଥାଏ । ବନ୍ୟାଜଳରେ ତଳି ଅଞ୍ଚଳ ବୁଡେ । କିଛି ଦିନ ପରେ ପାଣି ଛାଡ଼ିଯାଏ । କିନ୍ତୁ କଣାସ ବ୍ଲକରେ ବନ୍ୟା ହେଲେ ଗାଆଁ ଗଣ୍ଡା ବାହ୍ୟ ଜଗତରୁ ବିଛିନ୍ନ ହେବାସହ ସ୍ଥିତି ହୋଇଯାଏ ସାଙ୍ଘାତିକ । ସଙ୍ଗୀନ ପରିସ୍ଥିତି ଦେଇ ଲୋକ ଗତି କରନ୍ତି । ଗାଈ ଗୋରୁଙ୍କ ସହିତ ଛାତ ଉପରେ ବିତେ ଜୀବନ । ପେଟ ଚାଖଣ୍ଡେ ପାଇଁ ବନ୍ୟାଜଳ ସହିତ ସଂଘର୍ଷ କରିବାକୁ ପଡ଼େ ବନ୍ୟା ବିପନ୍ନଙ୍କୁ ।

ଦୟା ନଦୀ, ଲୁଣା ନଦୀ, ମଲାଗୁଣି ନଦୀ ରହିଛି କଣାସ ବ୍ଲକରେ । ନୟାଗଡ଼ର ରଣପୁରରୁ ବାହାରିଥିବା ମଲାଗୁଣି ନଦୀ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଦେଇ ବଳଭଦ୍ରପୁରଠାରେ ଦୟାରେ ମିଶିଛି । ସେଠାରେ ଦୟାର ଶାଖା ଭାବରେ ମଲାଗୁଣିର ନାମ ହୋଇଚି କାଣିଆ ନଦୀ । ଗୋଟିଏ ପଟେ ଦୟା , ଅନ୍ୟପଟେ କାଣିଆ ନଦୀ । ଏହା ଦୁଇ ଭାଗରେ ବିଭକ୍ତ ହୋଇ ବଡ଼ ଗୋଠ ନିକଟରେ ଚିଲିକା ସହ ମିଶିଛି ।

ଜନ ବସତି ଭିତରେ ପାଣି ପ୍ରବେଶ କରିବାର କାରଣ

୧- ମଲଗୁଣି ନଦୀରେ ଅଧିକ ପାଣି ହେବା ପରେ ତାହା ଭଗବତୀ ପଡ଼ା ରାଜ ବନ୍ଧ ଉପରେ ଅତିକ୍ରମ କରି ଵକୁ, ସହୁପଡା ପଞ୍ଚାୟତକୁ କ୍ଷତି ପହଁଚାଏ ।

୨ -  ମହାନଦୀରେ ଅଧିକ ପାଣି ହେଲେ ଦୟା ନଦୀ ଫୁଲେ । ଦୟା ନଦୀରେ ଘେରି ବନ୍ଧ ନଥିବା କାରଣରୁ ଦୋକନ୍ଦା ଓ ଗଡ଼ ବଳଭଦ୍ରପୁର ପଞ୍ଚାୟତ ପାଣି ଭିତରକୁ ଚାଲିଯାଏ ।

୩- ଦୟା, ମଲାଗୁଣିରେ ଅଧିକ ପାଣି ହେବା ଦ୍ୱାରା ନଦୀର ବିଭିନ୍ନ ସ୍ଥାନରେ ଘଳିଆ କାରଣରୁ ଘାଇ ସୃଷ୍ଟି ହୁଏ । ଯାହା ବଡ଼ ବନ୍ୟାର ରୂପ ନିଏ । ଚଳିତ ବର୍ଷ ମକରା ବନ୍ଧ ଭାଙ୍ଗିବା କାରଣରୁ ସେହି ପରିସ୍ଥିତି ଉପୁଜିଛି । ୯ଟି ପଞ୍ଚାୟତକୁ ଛାର ଖାର କରିଦେଇଛି ବନ୍ୟା ଜଳ ।

୪- ସେପଟେ ଡେଲାଙ୍ଗ , ତିଗିରିଆ ଦେଇ ଆସିଥିବା ଲୁଣା ନଦୀରେ ମଧ୍ୟ ବନ୍ୟା ହେବାପରେ ଅଣ୍ଡାର ସିଂ, ଖଣ୍ଡା ହତା, ବିଜିପୁର ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରେ ।

ପାଣି ନିଷ୍କାସନ ନହେବାର କାରଣ

୧- ବକୁ, କାଦୁଆ, ଦିବ୍ୟସିଂହପୁର, ସାହୁପଡ଼ା ଓ ଦେଇପୁର ପଞ୍ଚାୟତର ବନ୍ୟା ପାଣି ଭାଟପଡ଼ା ଓ ସୁନାଖେଳା ଶଙ୍ଖ ଦେଇ କାଣିଆ ନଦୀକୁ ଯାଇ ସିଧା ଚିଲିକାରେ ମିଶିଥାଏ । କିନ୍ତୁ ଯେ ପର୍ଯ୍ୟନ୍ତ ନଦୀର ଜଳ ସ୍ତର କମିନଥାଏ, ସେତେବେଳେ ଏହି ଶଙ୍ଖ ଦେଇ ପାଣି ଯାଇ ପାରିନଥାଏ । ଯାହା ଚଳିତ ବର୍ଷ ସ୍ଥିତି ଉପୁଜିଛି ।

୨- ବାଲିପଡ଼ା ଠାରୁ ଭାଟପଡ଼ା ଗ୍ରାମ ଯାଏ ୮ ଟି ହୋମ୍ ପାଇପ ବା ଗୋଲେଇ ଶଙ୍ଖ ଥିଲା । ଏହି ବାଟ ଦେଇ ପାଣି  ତଳିଆ ଅଞ୍ଚଳ ଖୁଣ୍ଟିଆ ବାଣ ଦେଇ ଚିଲିକା କୁ ଯାଇଥାଏ । କିନ୍ତୁ ସମୟ କ୍ରମେ ଜବର ଦଖଲ ଯୋଗୁ ହୋମ୍ ପାଇପ ୬ ଟି ପୋତି ହୋଇ ମାତ୍ର ଦୁଇଟି କାର୍ଯ୍ୟକ୍ଷମ ହେଉଛି । ଯାହା ଫଳରେ ପାଣି ନିଷ୍କାସନ ହୋଇ ପାରୁନି । 

୩ - ବଡାସ, ଗଡ ବଳଭଦ୍ରପୁର ଓ  ଦୋକନ୍ଦା ପଞ୍ଚାୟତ ଦୟା ନଦୀ ଫୁଲିବା ଓ ଅନ୍ୟପଟେ ଘାଇ ହେବା ଯୋଗୁ ବିଶେଷ ପ୍ରଭାବିତ ହୁଏ । 

ନଦୀରେ ଜଳ ସ୍ତର କମିଲେ କଣାସର ଲୋକେ ଶାନ୍ତିରେ ନିଃଶ୍ୱାସ ନିଅନ୍ତି ।  ଏହାରି ଭିତରେ ୧୯୮୨, ୧୯୬୭, ୧୯୫୫ ରେ ଆସିଚି ବଡ଼ ବନ୍ୟା, ୨୦୦୩ , ୨୦୦୭, ୨୦୧୩, ୨୦୧୪  ପରେ ଏବେ ଆସିଚି ବଡ଼ ବନ୍ୟା । ଯାହାକି ଲୋକଙ୍କୁ ସର୍ବସ୍ୱାନ୍ତ କରି ଦେଇଛି ।

ସମାଧାନର ସୁତ୍ର- ବାଲିପଡ଼ା ଠାରୁ ଭାଟପଡ଼ା ମଧ୍ୟରେ ୧୦ଟି ଗୋଲେଇ ଶଙ୍ଖର ଆବଶ୍ୟକତା ଅଛି । ତା ସହିତ ନଦୀ ସହିତ ସଂଯୋଗ ଭାଟପଡ଼ା ଓ ସୁନା ଖେଳା ଶଙ୍ଖକୁ ବଡ଼ କରାଯିବା ନିତାନ୍ତ ଜରୁରୀ ।
Published by:Soubhagya Mishra
First published: