News18 Odia Digital
ଭୁବନେଶ୍ବର : ପ୍ରାର୍ଥୀ ହେବାଠାରୁ ନେଇ ବିଜୟ ଯାଏଁ ଚର୍ଚ୍ଚାରେ ଧାମନଗରର ଯୁବ ବିଧାୟକ ତଥା ସ୍ବର୍ଗତ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ । କିନ୍ତୁ ଗତକାଲି ବିଧାନସଭାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା ହୋଇଥିଲା । ଏହା ଉପରେ ପ୍ରଥମେ ଭାଷଣ ରଖିଥିଲେ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । କଡ଼ା ଭାଷାରେ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରିଥିଲେ ସୂରଜ ସୂର୍ଯ୍ୟବଂଶୀ । ନୂଆକରି ବିଧାୟକ ହୋଇଥିବା ସୂରଜଙ୍କ ଭାଷଣ ଦେବାର ଶୈଳୀକୁ ଦେଖି ଖୁସି ପ୍ରକାଶ କରିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସୂରଜ ଭାଷଣ ରଖିସାରିବା ପରେ ନିଜ ସିଟରୁ ଉଠି ଆସି ତାଙ୍କ ପିଠି ଥାପୁଡାଇଥିଲେ ଓ ସାବସୀ ଦେଇଥିଲେ । ଏହି କଥାକୁ ନିଜେ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ନ୍ୟୁଜ୍ ୧୮ ଓଡ଼ିଆକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଆହୁରି କହିଛନ୍ତି ଯେ,‘ରାଜ୍ୟପାଳଙ୍କ ମୁହଁରୁ ଅନେକ ଅସତ୍ୟ କଥା କୁହାଉଛନ୍ତି ରାଜ୍ୟ ସରକାର । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ହାସ୍ର କରାଯାଉଛି । ସମସ୍ତଙ୍କର ପ୍ରେରଣା ଓ ଭଲପାଇବା ମତେ ରାଜ୍ୟ ସରକାରଙ୍କ ଦୋଷ,ତ୍ରୁଟିକୁ ଆହୁରି ତ୍ରୀବ ଓ ଶାଣିତ ସ୍ବରରେ କହିବାକୁ ପ୍ରେରିତ କରିବ ।’
ପଢନ୍ତୁ ପୂରା ଖବର :
http://ବରଗଡ଼ ସିଡିଏମଓଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର; ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ CDMOବିଧାନସଭାରେ ବି ସୂରଜଙ୍କ ପ୍ରଦର୍ଶନ ଦମଦାର ରହିଛି । କାଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ କଡା ଟାର୍ଗେଟ କରିଥିଲେ ସୂରଜ । ତଥ୍ୟର ସହ ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଘାଣିଥିଲେ । ଗୃହରେ ଜଣେ ନୂଆ ବିଧାୟକଙ୍କ ଦମଦାର ବକ୍ତବ୍ୟ ସମସ୍ତଙ୍କୁ ଅଭିଭୂତ କରିଥିଲା । ଏମିତିକି ଶାସକ ଦଳ ଓ କଂଗ୍ରେସ ବିଧାୟକ ମାନେ ବି ସୂରଜଙ୍କୁ ପ୍ରଶଂସା କରିଥିଲେ ।
https://youtu.be/aOAT5lv2cJw
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।