କାହିଁକି ମହିଳା ବିଡିଓଙ୍କୁ ଆକ୍ରମଣ କଲେ ନିଜ ବାପା ଓ ଭାଈ ? FIR ଦେଲେ ପଲ୍ଲବୀ

ନିଜ ବାପା ଓ ଭାଇଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ବିଡିଓ ପଲ୍ଲବୀ ରାଣୀ । କ'ଣ ହୋଇଥିଲା ଘରେ ?

କାହିଁକି ମହିଳା ବିଡିଓଙ୍କୁ ଆକ୍ରମଣ କଲେ ନିଜ ବାପା ଓ ଭାଈ ? FIR ଦେଲେ ପଲ୍ଲବୀ

କାହିଁକି ମହିଳା ବିଡିଓଙ୍କୁ ଆକ୍ରମଣ କଲେ ନିଜ ବାପା ଓ ଭାଈ ? FIR ଦେଲେ ପଲ୍ଲବୀ

  • News18 Odia
  • Last Updated :
  • Raurkela (Rourkela), India
  • Share this:
News 18 Odia Digital

ରାଉରକେଲା: ପୁଣି ଚର୍ଚ୍ଚାରେ ସୁନ୍ଦରଗଡ (sundargarh) ଜିଲ୍ଲା କୋଇଡା ବ୍ଲକ୍‌ର ବିଡିଓ ପଲ୍ଲବୀ ରାଣୀ ରାଜ । ବାପା ଓ ଭାଇଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ପଲ୍ଲବୀ ରାଣୀ । ଏହାପରେ ପଲ୍ଲବୀଙ୍କ ବାପା ରମେଶ ରାଜଙ୍କୁ ଅଟକ ରଖିଛି ପୋଲିସ । ଭାଇ ସଂଗ୍ରାମ ଫେରାର ଅଛନ୍ତି ।

ପଲ୍ଲବୀରାଣୀ ରହୁଥିବା ସରକାରୀ କ୍ଵାଟର (govt quarter)କୁ ଗତକାଲି ରାତିରେ ବାପା ରମେଶ ରାଜ ଓ ଭାଇ ସଂଗ୍ରାମ ଆସିଥିଲେ । ଏହି ସମୟରେ ଘର ଭିତରୁ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀ ବାହାରିବା ଦେଖିବା ପରେ ବାପା ଓ ଭାଇ ରାଗିଯାଇଥିଲେ । ଉଭୟ ପଲ୍ଲବୀରାଣୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ମାଡ ମାରିଥିଲେ । ବାପା ଓ ଭାଇ ଆକ୍ରମଣ କରିଥିବା ନେଇ ବିଡିଓ ପଲ୍ଲବୀ ରାଣୀ ଥାନାରେ ଏତଲା ଦେଇଛନ୍ତି ।

ସେପଟେ ପ୍ରାଥମିକ ଚିକିତ୍ସା ପରେ ସହକାରୀ ଯନ୍ତ୍ରୀଙ୍କୁ ରାଉରକେଲା ଆଇଜିଏଚ୍‌ (Rourkela igh)କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ବିଡିଓ ପଲ୍ଲବୀରାଣୀଙ୍କୁ କଟକ (cuttack) ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ରାଉରକେଲା ଏସ୍‌ପି (sp) ମୁକେଶ ଭାମୁ । ପୂର୍ବରୁ କୋଇଡ଼ା ବିଡିଓ (bdo) ପଲ୍ଲବୀରାଣୀ ରାଜ କୋଇଡା ବିଧାୟକଙ୍କ ସମେତ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଦୁଃବ୍ୟବହାର ପ୍ରଦର୍ଶନ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ଏମିତିକି ଏହି ପ୍ରସଙ୍ଗ ବିଧାନସଭା (assemble )ରେ ମଧ୍ୟ ଉଠିଛି ।

ଏହି ଖବର ପଢ଼ନ୍ତୁ -  ଗଛ ନେଉଛି ସାଲାଇନ୍ ! ଆଶ୍ଚର୍ଯ୍ୟ ଲାଗୁଛି ନା ? ଜାଣନ୍ତୁ କଣ ରହିଛି ରହସ୍ୟ !
Published by:Soubhagya Mishra
First published: