• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ମା’ ସରସ୍ବତୀଙ୍କୁ କାହିଁକି ଜ୍ଞାନଦାତ୍ରୀ ବୋଲି କୁହଯାଏ? ଜାଣନ୍ତୁ ସରସ୍ବତୀ ପୂଜାର ମହନୀୟ ପରମ୍ପରା ସମ୍ପର୍କରେ

ମା’ ସରସ୍ବତୀଙ୍କୁ କାହିଁକି ଜ୍ଞାନଦାତ୍ରୀ ବୋଲି କୁହଯାଏ? ଜାଣନ୍ତୁ ସରସ୍ବତୀ ପୂଜାର ମହନୀୟ ପରମ୍ପରା ସମ୍ପର୍କରେ

ସାଂସ୍କୃତିକ ବନ୍ଧନରେ ରହି ସରସ୍ଵତୀ ପୂଜା ମାଧ୍ୟମରେ ରାଷ୍ଟ୍ର ଓ ଜୀବନ ଗଠନ କରିବାର ପ୍ରଣାଳୀ ହିଁ ହିନ୍ଦୁ ସଭ୍ୟତାର ବୈଭବଶାଳୀ ପ୍ରତିଭାର ପ୍ରମାଣଙ୍କ ମଧ୍ୟରୁ ଅନ୍ୟତମ ।

ମା’ ସରସ୍ୱତୀ

ମା’ ସରସ୍ୱତୀ

  • Share this:
News18 Odia Digital

ଭୁବନେଶ୍ବର: ମାତା ସରସ୍ୱତୀଙ୍କୁ ହିନ୍ଦୁ ପରମ୍ପରା ଅନୁସାରେ ବିଦ୍ୟାଦାତ୍ରୀ ଭାବେ ପୂଜା କରାଯାଇଥିବାବେଳେ ଶ୍ରୀପଞ୍ଚମୀ ଦିନ ବିଦ୍ୟାଧିଷ୍ଠାତ୍ରୀ ଦେବୀ ସରସ୍ବତୀଙ୍କ ପୂଜା କରାଯାଇଥାଏ । ବର୍ତ୍ତମାନ ସବୁଆଡ଼େ ମହାସମାରୋହରେ ପୂଜା ପାଳିତ ହେଉଥିଲେ ବି ବିଳାସ ବ୍ୟସନ ଭିତରେ  ପ୍ରକୃତ ପୂଜା ପଦ୍ଧତି ଲକ୍କାଇତ ହୋଇ ରହିଯାଉଛି । ଅନ୍ତର୍ନିହିତ ଶୁଦ୍ଧସାର ପାଇବା ପାଇଁ ମା’ସରସ୍ବତୀଙ୍କ ନିକଟରେ ଯେଉଁ ଏକାଗ୍ରତା ରହିବା ଦରକାର ତାହା ରହୁନାହିଁ । ସେଥିପାଇଁ ଦେବୀଙ୍କୁ ଆରାଧନା କରି କବିବର ରାଧାନାଥ ରାୟ ଲେଖିଥିଲେ

‘‘ଦେବୀ ବୀଣାପାଣି କେଉଁ ପାପ ଫଳେ

କରୁଣା ତୋହର ଉଣା ଏ ଉତ୍କଳେ‘‘ ।

ସରସ୍ଵତୀ ପୂଜା କେବଳ ଭାରତୀୟ ସଂସ୍କୃତିର ସଂକେତ ନୁହଁ ବରଂ ଏହା ରାଷ୍ଟ୍ର ନିର୍ମାଣ ଓ ସଭ୍ୟତାକୁ ଚିରଞ୍ଜିବୀ କରିବାର ଏକ ଦର୍ଶନ ଯାହା ଆଦିମ କାଳରୁ ରହି ଆସିଛି । ସମୟ ଥିଲା ଲୋକେ ନିଜର ପରିବାର ସହ ସରସ୍ଵତୀଙ୍କ ପୂଜାର୍ଚ୍ଚନା କରୁଥିଲେ । ଧିରେ ଧିରେ ଏହା ସାର୍ବଜନୀନ ପୂଜାରେ ପରିଣତ ହେଲା । ଏହାର ଏକ ବିଶେଷ କାରଣ ରହିଛି । ଇତିହାସ ସାକ୍ଷୀ ସନାତନ ସଭ୍ୟତାର ହିନ୍ଦୁ ସମାଜ ମଧ୍ୟରେ ବାରମ୍ବାର ଏକତାର ଖଣ୍ଡନ ହେତୁ ବିଦେଶୀ ଶତ୍ରୁମାନେ ଦୀର୍ଘ ଦିନ ଧରି ଭାରତକୁ ପରାଧୀନ କରି ରଖିଥିଲେ । ସେହି ପରାଧୀନତାରୁ ରକ୍ଷା ପାଇବା ସହ ସମାଜକୁ ଏକଜୁଟ କରିବା ପାଇଁ ଅନେକ ମହାନ ବ୍ୟକ୍ତି ଏହି ସରସ୍ଵତୀ ପୂଜା କୁ ସର୍ବଜନୀନ କରିବାରେ ଏକ ଉତ୍କୃଷ୍ଟ ଭୂମିକା ନିଭାଇଥିଲେ । ସାଂସ୍କୃତିକ ବନ୍ଧନରେ ରହି ସରସ୍ଵତୀ ପୂଜା ମାଧ୍ୟମରେ ରାଷ୍ଟ୍ର ଗଠନ କରିବାର ପ୍ରଣାଳୀ ହିଁ ହିନ୍ଦୁତ୍ବର ବୈଭବଶାଳୀ ପ୍ରତିଭାର ପ୍ରମାଣ । ମାତା ସରସ୍ୱତୀ କେବଳ ବିଦ୍ୟା ଦାତ୍ରୀ କିମ୍ବା ବୁଦ୍ଧି ଦାତ୍ରୀ ନୁହନ୍ତି ସେ ଜ୍ଞାନ ସମୃଦ୍ଧି ସହ ଶକ୍ତି ପ୍ରଦାଇନୀ ମଧ୍ୟ ।

କିଛି ଲୋକଙ୍କ ଭାବନା ଅନୁସାରେ ଯେଉଁଠି ଲକ୍ଷ୍ମୀ ଥାନ୍ତି ସେଠାରେ ସରସ୍ଵତୀଙ୍କ ସ୍ଥାନ ନଥାଏ । ମାତ୍ର ଏହି ଧାରଣା ସମ୍ପୂର୍ଣ୍ଣ ଭାବେ ସତ୍ୟ ନୁହେଁ । କାରଣ ଇତିହାସକୁ ଅବଲୋକନ କଲେ ଜଣାପଡ଼ିଥାଏ ପ୍ରବଳ ପ୍ରତାପୀ ରାବଣ ଭଳି ଧନ ବାନ ରାଜା ନିକଟରେ ଏତେ ପ୍ରଗାଢ ଜ୍ଞାନର ଭଣ୍ଡାର ଆସିଲା କେଉଁଠୁ ? ସେହିପରି ଭାରତରେ ବିକ୍ରମାଦିତ୍ୟଙ୍କ ଭଳି ରାଜା ଉଭୟ ଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ । ସେହିପରି ଭାରତର ଶେଷ ସ୍ବାଧୀନ ରାଜା ହର୍ଷବର୍ଦ୍ଧନ ମଧ୍ୟ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ ଅଟନ୍ତି । ସେହିପରି ଆଧୁନିକ ଯୁଗରେ ଉଦାହରଣ ସନ୍ଧାନ କଲେ ବିଶ୍ବପ୍ରଶିଦ୍ଧ ବ୍ୟକ୍ତିତ୍ବ ବିଲ୍.ଗେଟସ୍ ସର୍ବୋତ୍କୃଷ୍ଟ ଉଦାହରଣ ହେବେ । ବିଲଙ୍କ ପାଖରେ ଜ୍ଞାନ ଥିବାବେଳେ ସେ ପ୍ରାଚୁର୍ଯ୍ୟର ମଧ୍ୟ ଅଧିକାରୀ ହୋଇଥିଲେ । ସେହିପରି ଶିକ୍ଷାକ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ମାର୍ଗଦର୍ଶକ ସାଜିଥିବା ବାଇଜୁସ୍ ଆପର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ୍ ମଧ୍ୟ ଜଣେ ବ୍ୟତିକ୍ରମ ଅଟନ୍ତି ।
Published by:Durgamadhab Rath
First published: