ଗତ ୪ ବର୍ଷରେ ଭାରତର ପୂର୍ବ ଉପକୂଳରେ ଆସିଛି ୧୨ଟି ବାତ୍ୟା; ତା’ ପଛରେ ଅଛି ୨ଟି ବଡ଼ କାରଣ

ପ୍ରତି ବର୍ଷ ମେ ଓ ଜୁନ ମାସରେ ବଙ୍ଗୋପସାଗରରୁ ଓଡିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ପରେ ବାତ୍ୟା ଓ ରଚୁଛି ତାଣ୍ଡବ । ବିଶ୍ବର ସବୁଠାରୁ ୧୦ଟି ଘାତକ ବାତ୍ୟା ଭିତରୁ ଆଠଟି ବାତ୍ୟା ଏହି ବଙ୍ଗୋପସାଗରୀୟ କ୍ଷେତ୍ରରେ ସଙ୍ଘଟିତ ହୋଇଛି ।

ଗତ ୪ ବର୍ଷରେ ଭାରତର ପୂର୍ବ ଉପକୂଳରେ ଆସିଛି ୧୨ଟି ବାତ୍ୟା; ତା’ ପଛରେ ଅଛି ୨ଟି ବଡ଼ କାରଣ
୨୦୧୯ରେ ଫନି ଓ ୨୦୨୦ରେ ଅମ୍ଫାନ୍ ପରେ ଏବେ ୨୦୨୧ରେ ଆସିଛି ବାତ୍ୟା ୟାସ୍ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାମୁଦ୍ରିକ ଘୁର୍ଣ୍ଣିଝଡ଼ ୟାସ୍‌ ଆଶଙ୍କା କରାଯାଉଥିବା ପରି କ୍ଷୟକ୍ଷତି ନ ଘଟାଇ ଚାଲିଯିବା ପରେ ରାଜ୍ୟର ଲୋକେ ଆଶ୍ୱସ୍ତ ହୋଇଛନ୍ତି । ଏହି ଝଡ଼ ଛାଡି ଯାଇଥିବା କ୍ଷତ ଓ ଯନ୍ତ୍ରଣା ଲିଭିବାକୁ ସମୟ ଲାଗିବ, ହେଲେ ବାରମ୍ବାର ବାତ୍ୟା ସହୁଥିବା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଉଠିଛି କାହିଁକି ଭାରତର ଏହି ପୂର୍ବ ଉପକୂଳ ଏତେ ବାତ୍ୟା ପ୍ରବଣ? ବିଶେଷଜ୍ଞମାନଙ୍କ ମତରେ ଉପକୂଳର ଭୌଗୋଳିକ ଅବସ୍ଥିତି ଏବଂ ଗ୍ଲୋବାଲ୍‌ ୱାର୍ମିଂ କାରଣରୁ ରାଜ୍ୟ ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଛି ।

ଗତ ଚାରି ବର୍ଷ ମଧ୍ୟରେ ଭାରତର ପୂର୍ବ ଉପକୂଳରେ ୧୨ଟି ବାତ୍ୟା ସଙ୍ଘଟିତ ହୋଇଛି । ତା’ ପୂର୍ବରୁ ୧୯୯୯ ଓ ୨୦୨୦ରେ ଆସିଥିବା ମହାବାତ୍ୟା ପୂର୍ବ ଉପକୂଳରେ ଧ୍ବଂସ ଲୀଳା ରଚିଯାଇଛି । ହେଲେ ଏ ଥରର ବାତ୍ୟା ଅଧିକ ଭୟଙ୍କର ହୋଇ ନ ଥିଲା । ଏହାର କାରଣ ଥିଲା ଏହି ବାତ୍ୟା ବଳ ଜୁଟାଇ ପାରି ନ ଥିଲା । ଏହା ପଛରେ ହେନ୍ତାଳ ବଣର ଭୂମିକା ପ୍ରମୁଖ ଥିଲା ବୋଲି ଅନୁମାନ କରାଯାଉଛି ।

ଏହା ବି ପଢ଼ନ୍ତୁ | ଅନୁପମ ଖେର୍ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’

୨୦୧୯ରେ ଫନି ଓ ୨୦୨୦ରେ ଅମ୍ଫାନ୍‌ ପରେ ଏବେ ୨୦୨୧ରେ ଆସିଛି ବାତ୍ୟା ୟାସ୍‌ । ପ୍ରତି ବର୍ଷ ମେ ଓ ଜୁନ ମାସରେ ବଙ୍ଗୋପସାଗରରୁ ଓଡିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ପରେ ବାତ୍ୟା ଓ ରଚୁଛି ତାଣ୍ଡବ । ବିଶ୍ବର ସବୁଠାରୁ ୧୦ଟି ଘାତକ  ବାତ୍ୟା ଭିତରୁ ଆଠଟି ବାତ୍ୟା ଏହି ବଙ୍ଗୋପସାଗରୀୟ କ୍ଷେତ୍ରରେ ସଙ୍ଘଟିତ ହୋଇଛି । ସେ ଭିତରେ ଅଛି ୧୯୯୯ର ମହାବାତ୍ୟା ଓ ୨୦୨୦ରେ ଆସିଥିବା ବାତ୍ୟା 'ଅମ୍ଫନ' ଅନ୍ୟତମ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରେସଲର୍ ସୁଶୀଲ କୁମାର ନିଜ ପ୍ରେମିକାକୁ ଭେଟିବାକୁ ଦିଲ୍ଲୀ ଆସିଥିଲେ; ସାମନାକୁ ଆସିଲା ଏକ ସ୍କୁଟି

‘‘ବାତ୍ୟା ସାଧାରଣତଃ ଦୁଇଟି ଋତୁରେ ଆସିଥାଏ – ପ୍ରାକ-ମୋସୁମୀ ଓ  ମୌସୁମୀ ପରବର୍ତ୍ତୀ ସମୟରେ । ବିଶ୍ୱରେ ଥିବା ବିଭିନ୍ନ ମହାସାଗରୀୟ କ୍ଷେତ୍ରରେ ପ୍ରତି ବର୍ଷ ପ୍ରାୟ ୮୦ରୁ ୧୦୦ଟି ବାତ୍ୟା ସୃଷ୍ଟି ହୁଏ । ଗତ କିଛି ବର୍ଷ ହେବ ପ୍ରାକ୍‌-ମୌସୁମୀ ବାତ୍ୟା ଅଧିକ ରହୁଛି । ଅର୍ଥାତ ଏପ୍ରିଲ, ମେ ଓ ଜୁନ ମାସରେ ବାତ୍ୟା ଅଧିକ ହେଉଛି । ଏହାର କାରଣ ମୁଖ୍ୟତଃ ପ୍ରଶାନ୍ତ ମହାସଗାରରୁ ଭାରତ ମହାସାଗରରେ ଏକ ଉଷ୍ମ କୁଣ୍ଡ ରହୁଛି ଯାହାର ଆକାର ୨୨ ଲକ୍ଷ ବର୍ଗ କିଲୋମିଟରରୁ ବଢି ୪୦ ଲକ୍ଷ ବର୍ଗ କିଲୋମିଟରରେ ପହଞ୍ଚିଛି । ଏହାର ତାପମାତ୍ରା ପୂର୍ବରୁ ୨୭ ଡିଗ୍ରୀ ସେଲସିୟସ୍‌ ଭିତରେ ରହୁଥିଲା ବେଳେ ଗ୍ଲୋବାଲ୍‌ ୱାର୍ମିଂ କାରଣରୁ  ଏହା ବୃଦ୍ଧି ପାଇ ବର୍ତ୍ତମାନ ୩୨ ଡିଗ୍ରୀରେ ପହଞ୍ଚିଲାଣି । ଏହି ଉଚ୍ଚ ତାପମାତ୍ରା ବଙ୍ଗୋପସାଗର ଓ ଆରବ ସାଗରରେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି କରିବାରେ ସହାୟକ ହେଉଛି,’’ କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ | Gold Price: ରେକର୍ଡ଼ ଉଚ୍ଚତାରୁ ଏବେ ବି ,୬୦୦ ଟଙ୍କା ଶସ୍ତା ଅଛି ସୁନା; ଏହି ମାସ ମହଙ୍ଗା ହୋଇଛି

ପରିବେଶ ବିଜ୍ଞାନୀ ତଥା ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଡଃ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ‘‘ସମୁଦ୍ରରେ ବାରମ୍ବାର ବାତ୍ୟା ସୃଷ୍ଟି ହେବା ଏକ ନିୟମିତ ପ୍ରକ୍ରିୟା । କିନ୍ତୁ ସମୟ କ୍ରମେ ଗ୍ଲୋବାଲ୍‌ ୱାର୍ମିଂ କାରଣରୁ ବାତ୍ୟା ଅନେକ ସମୟରେ ଭୟାନକ ରୂପ ନେଉଛି । ଅନ୍ୟ ଉପସାଗରୀୟ ଅଞ୍ଚଳ ତୁଳନାରେ ବଙ୍ଗୋପସାଗରରେ ଅଧିକରୁ ଅଧିକ ବାତ୍ୟା ସୃଷ୍ଠି ହେବାର କାରଣ ହେଲା ଏହାର ଭୌଗୋଳିକ ଅବସ୍ଥିତି । ଏହାର ଆକାର ତ୍ରିଭୁଜାକାର ହୋଇଥିବାରୁ ଏଠି ଅଧିକ ବାତ୍ୟା ଉତ୍ପନ୍ନ ହେବା ସହିତ ଖୁବ୍‌ କମ୍‌ ସମୟରେ ଏହା ଭୟାନକ ରୂପ ନେଇ ନେଇ ତାଣ୍ଡବ ରଚିଥାଏ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଛତିଶଗଡ଼ରେ ଜିଲ୍ଲାପାଳ ଜଣେ ଯୁବକକୁ ରାସ୍ତାରେ ପିଟିଲେ, ମୋବାଇଲ୍ ଭାଙ୍ଗିଲେ, କ୍ଷମା ମାଗିଲେ

‘‘ପ୍ରାୟ ୪୫୦ କିଲୋମିଟର ଲମ୍ବା ଓଡ଼ିଶାର ବିସ୍ତୀର୍ଣ୍ଣ ଉପକୂଳରେ ହେନ୍ତାଳ ବଣର ପ୍ରଭାବ କାରଣରୁ ଏ ଥର ବାତ୍ୟାରେ କ୍ଷୟକ୍ଷତିର ପରିମାଣ କମ ରହିଛି । ବିଶେଷ କରି କେନ୍ଦ୍ରାପଡ଼ାର ଭିତରକନିକା ସମେତ ଭଦ୍ରକ ଓ ବାଲେଶ୍ଵରର ବିଭିନ୍ନ ସ୍ଥାନରେ ଥିବା ହେନ୍ତାଳ ବଣ କିଛି ମାତ୍ରାରେ ବାତ୍ୟାର ବେଗକୁ ରୋକିଥିଲା । ବାତ୍ୟାର ପ୍ରଭାବ କମ୍‌ ହେବାର କାରଣ ସମୁଦ୍ର ଭିତରେ ବଳ ଜୁଟାଇ ପାରିଲା ନାହିଁ ବାତ୍ୟା ୟାସ୍‌ । ହେନ୍ତାଳ ବଣ ଥିବାରୁ ବାତ୍ୟାର ବଳ ଆହୁରି କମ୍‌ ହୋଇଗଲା,’’ କହିଛନ୍ତି ଭୂ-ବିଜ୍ଞାନୀ ପ୍ରଫେସର ଗୋପାଳ ଚନ୍ଦ୍ର ପଣ୍ଡା ।



ଓଡ଼ିଶାର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଏଭଳି ହେନ୍ତାଳ ବଣ ସୃଷ୍ଟି କରିବା ଉୁପରେ ସରକାର ଜୋର୍‌ ଦେଭା ଉଚିତ ବୋଲି ସେ କହିଛନ୍ତି । ଓଡ଼ିଶା ଉପକୂଳରେ ବାତ୍ୟା ବାରମ୍ବାର ତାଣ୍ଡବ ରଚୁଥିବାରୁ ତାକୁ ରୋକିବାକୁ ଏକ ଦୀର୍ଘମିଆଦି ଯୋଜନାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
Published by: Anand ST Das
First published: May 27, 2021, 11:26 PM IST