News18 Odia Digital
ନୂଆ ଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ (2000 rupee note) ବିଷୟରେ କେନ୍ଦ୍ର ସରକାରଙ୍କଠାରୁ ଏକ ସୂଚନା ଆସିଛି । ସରକାର ସଂସଦକୁ କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ମାସରେ ବଜାରରେ ପ୍ରସାରରେ ଥିବା ୨,୦୦୦ଟଙ୍କିଆ ନୋଟର ସଂଖ୍ୟା କମ୍ ହୋଇ ୨୨୩.୩ କୋଟି ନୋଟ୍, ଅର୍ଥାତ୍ ମୋଟ ନୋଟର ୧.୭୫ ପ୍ରତିଶତ ହୋଇଛି ।
ମାର୍ଚ୍ଚ ୨୦୧୮ରେ ଦେଶରେ ପ୍ରସାରରେ ଥିବା ୨,୦୦୦ ଟଙ୍କିଆ ନୋଟର ସଂଖ୍ୟା ଥିଲା ୩୩୬.୩ କୋଟି । ଆଜିକାଲି ଏହି ନୋଟର ସଂଖ୍ୟା ଖୁବ୍ କମ୍ ହୋଇଯାଇଥିବାରୁ ଆପଣଙ୍କ ହାତକୁ ଏହା କମ୍ ଆସୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କଙ୍ଗନା ରାଣାୱତଙ୍କ କାର୍କୁ ପଞ୍ଜାବରେ ଲୋକେ ଅଟକାଇଲେ, କହିଲେ ସେ କ୍ଷମା ମାଗନ୍ତୁଅର୍ଥ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ବାଣିଜ୍ୟିକ କାରବାରର ଚାହିଦାକୁ ସୁଗମ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସହିତ ପରାମର୍ଶ କରି ସ୍ୱତନ୍ତ୍ର ଅଙ୍କର ନୋଟ୍ ଛାପିବା ପାଇଁ ସରକାର ନିଷ୍ପତ୍ତି ନିଅନ୍ତି । ଏହା ଦ୍ୱାରା ଜନସାଧାରଣଙ୍କୁ ସୁବିଧା ହେଉଥିବା ଅଙ୍କର ନୋଟ୍ ଉପଲବ୍ଧ ହୋଇଥାଏ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; ‘‘ସେ ଆଘାତ ସବୁ ଦିନ ରହିବ’’ସେ କହିଛନ୍ତି ଯେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୩୩୬.୩ କୋଟି ୨,୦୦୦ ଟଙ୍କା ମୂଲ୍ୟର ନୋଟ୍ ପ୍ରସାରରେ ରହିଥିଲା ଯାହା ଦେଶରେ ଚାଲିଥିବା ମୋଟ ନୋଟ୍ ପରିମାଣର ୩.୨୭ ପ୍ରତିଶତ ଥିଲା ଓ ମୋଟ ନୋଟ୍ ମୂଲ୍ୟର ୩୭.୨୬ ପ୍ରତିଶତ ଥିଲା । ତୁଳନାତ୍ମକ ଭାବେ ନଭେମ୍ବର୍ ୨୬, ୨୦୨୧ରେ ୨,୨୩୩ଟି ୨,୦୦୦ ଟଙ୍କିଆ ନୋଟ୍ ପ୍ରଚଳିତ ଥିଲା, ଯାହାକି ମୋଟ୍ ନୋଟ୍ ପରିମାଣର ୧.୭୫ ପ୍ରତିଶତ ଓ ମୂଲ୍ୟର ୧୫.୧୧ ପ୍ରତିଶତ ଥିଲା ।
ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନଚୌଧୁରୀ ଆହୁରି କହିଛନ୍ତି ଯେ ୨୦୧୮-୧୯ ବର୍ଷରୁ ନୋଟ୍ ଛାପିବା ପାଇଁ ମୁଦ୍ରା ପ୍ରିଣ୍ଟିଂ ପ୍ରେସ୍ ସହିତ କୌଣସି ନୂଆ ରାଜିନାମା ହୋଇ ନାହିଁ । ସେ କହିଛନ୍ତି, “ବିମୁଦ୍ରୀକରଣ ପରେ ଜାରି ହୋଇଥିବା ୨,୦୦୦ ଟଙ୍କିଆ ନୋଟ୍ର ପ୍ରସାରରେ ହ୍ରାସ ହେଉଛି କାରଣ ୨୦୧୮-୧୯ ବର୍ଷରୁ ଏହି ନୋଟଗୁଡିକର ମୁଦ୍ରଣ ପାଇଁ କୌଣସି ନୂଆ ଇଣ୍ଡେଣ୍ଟ ରଖାଯାଇ ନାହିଁ । ଏହା ବ୍ୟତୀତ, ନୋଟଗୁଡି଼କ ଅପରିଷ୍କାର ବା ବିକୃତ ହୋଇ ନଷ୍ଟ ମଧ୍ୟ ହୋଇଯାଏ ।’’
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।