ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ହାଇଦର୍‌ର ମୃତ୍ୟୁ ପରେ ତା’ ଆପରାଧିକ ସାମ୍ରାଜ୍ୟ ସମ୍ଭାଳିବ ପୁଅ, ଜ୍ୱାଇଁ, ନ ହେଲେ ଆଉ କେହି

ହାଇଦର୍‌ର ମୃତ୍ୟୁ ପରେ ତା’ ଆପରାଧିକ ସାମ୍ରାଜ୍ୟ ସମ୍ଭାଳିବ ପୁଅ, ଜ୍ୱାଇଁ, ନ ହେଲେ ଆଉ କେହି

ହାଇଦରର ଫେରାର ଥିବା ପୁଅ ସେଖ୍ ଆଜାରୁଦ୍ଧିନ କିମ୍ବା ତା’ ସାନ ଜ୍ୱାଇଁଙ୍କ ମଧ୍ୟରୁ କେହି ସେହି ଗ୍ୟାଙ୍ଗ୍ ପରିଚାଳନାର ଡୋରି ନିଜ ହାତକୁ ନେଇପାରନ୍ତି ବୋଲି ସୂଚନା ମିଳୁଛି । ସେ ଦୁହେଁ ହିଁ ପରୋକ୍ଷ ଭାବେ ହାଇଦରର ଆପରାଧିକ ସାମ୍ରାଜ୍ୟ ଚଳାଉଥିଲେ ।

ହାଇଦର୍‌ର ମୃତ୍ୟୁ ପରେ ତା’ ଆପରାଧିକ ସାମ୍ରାଜ୍ୟ ସମ୍ଭାଳିବ ପୁଅ, ଜ୍ୱାଇଁ, ନ ହେଲେ ଆଉ କେହି
ଏନକାଉଣ୍ଟରର କିଛି ଘଣ୍ଟା ପରେ ବାଲେଶ୍ୱର ସଦର ହସପିଟାଲରେ ହାଇଦରର ମୃତ ଦେହ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପୋଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର୍‌ ଟଳିପଡ଼ିବା ଘଟଣା ତା’ର ଆପରାଧିକ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏବେ ସେହି ଗ୍ୟାଙ୍ଗ ଭବିଷତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗ୍ୟାଙ୍ଗ୍‌ ଲିଡର୍‌ ମୃତ୍ୟୁ ବରଣ କରିବା ପରେ ତା’ର ଆପରାଧିକ ନେଟୱର୍କ୍‌ ଭୁଷୁଡ଼ି ପଡ଼ିବ ନା ସେହି ଗ୍ୟାଙ୍ଗ୍‌ ଚଳାଇବା ପାଇଁ ନୂଆ କେହି ଗ୍ୟାଙ୍ଗ୍‌ ଲିଡର୍‌ ବାହାରିବେ ତା’ ଉପରେ ଚାଲିଛି କଳ୍ପନାଜଳ୍ପନା ।

ହାଇଦରର ଗ୍ୟାଙ୍ଗ୍‌ ଏବେ କିଏ ସମ୍ଭାଳିବ ଏହାକୁ ନେଇ ଏକ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା କୁହାଯାଉଛି । ହାଇଦରର ଫେରାର ଥିବା ପୁଅ ସେଖ୍ ଆଜାରୁଦ୍ଧିନ କିମ୍ବା ତା’ ସାନ ଜ୍ୱାଇଁଙ୍କ ମଧ୍ୟରୁ କେହି ସେହି ଗ୍ୟାଙ୍ଗ୍‌ ପରିଚାଳନାର ଡୋରି ନିଜ ହାତକୁ ନେଇ ପାରନ୍ତି ବୋଲି ସୂଚନା ମିଳୁଛି । ସେ ଦୁହେଁ ହିଁ ପରୋକ୍ଷ ଭାବେ ହାଇଦରର ଆପରାଧିକ ସାମ୍ରାଜ୍ୟକୁ ଚଳାଉଥିଲେ । ହାଇଦାର ନାଁରେ ଦାଦାବଟି ଆଦାୟଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ଏହି ଦୁଇ ଜଣ ହିଁ କରୁଥିଲେ । ହେଲେ ହାଇଦରର ଅନୁପସ୍ଥିତିତି ତା’ର ଅନ୍ୟ କିଛି ସହଯୋଗୀ ଗ୍ୟାଙ୍ଗ ଲିଡର ହେବା ପାଇଁ ଦାବିଦାରୀ ଜାହିର କରିପାରନ୍ତି ଓ ଏଥିରୁ ପରବର୍ତ୍ତୀ ସମୟରେ ଗ୍ୟାଙ୍ଗରେ ଅନ୍ତଦ୍ବଦନ୍ଦ୍ୱ ସୃଷ୍ଟି ହୋଇପାରେ ଓ ତାହା ଅନ୍ୟ ଗ୍ୟାଙ୍ଗଷ୍ଟରମାନଙ୍କ ପାଇଁ ଏକ ମଉକା ପାଲଟିପାରେ ବୋଲି ଆଶଙ୍କା ମଧ୍ୟ ପ୍ରକାଶ ପାଉଛି ।

ଏହା ବି ପଢ଼ନ୍ତୁ | ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ

‘‘ଅଧିକାଂଶ ଗ୍ୟାଙ୍ଗଷ୍ଟର୍‌ ପ୍ରତି ମାସରେ ବିଭିନ୍ନ ସୂତ୍ରରୁ ବଟି ଆଦାୟ କରିଥାନ୍ତି । ହାଇଦର କ୍ଷେତ୍ରରେ ତା’ ପୁଅ ହିଁ ଏହି ବଟି ସଂଗ୍ରହ କରୁଥିଲା । ଗ୍ୟାଙ୍ଗ୍‌ ଚଳାଇବା ପାଇଁ ଟଙ୍କା ଦାରକାର । ଯେହେତୁ ପୁଅ ପାଖରେ ଅର୍ଥ ବଳ ରହିଛି, ସେ ହିଁ ବାପାର ଗ୍ୟାଙ୍ଗ ଚଳାଇପାରେ । ଅତୀତରେ ଅନେକ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଲୋକ ହିଁ ପରବର୍ତ୍ତୀ ସମୟରେ ସେହି ଗ୍ୟାଙ୍ଗ ଚଳାଇଥାନ୍ତି । ତେଣୁ ଏମାନଙ୍କୁ ସାବାଡ଼ କରିବା ପାଇଁ ପ୍ରତି ଜିଲ୍ଲାରେ ପୋଲିସର ଗୋଟିଏ ଗୋଟିଏ ସ୍ବତନ୍ତ୍ର କ୍ରାଇମ୍‌ ୟୁନିଟ୍‌ ଖୋଲିବାର ଆବଶ୍ୟକତା ରହିଛି, ଯେଉଁ ଟିମ୍‌ ପେସାଦର ଅପରାଧୀମାନଙ୍କ ପ୍ରତି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବେ । ତେବେ ଯାଇ ଏହି ଅପରାଧୀ ଗୋଷ୍ଠୀଙ୍କ ଉପରେ ଅଙ୍କୁଶ ଲାଗିପାରିବ,’’ କହିଛନ୍ତି ଉପକୂଳବର୍ତ୍ତୀ ଜିଲ୍ଲାର ଆପରାଧିକ କାର୍ଯ୍ୟକଳାପ ଉପରେ ଧାରଣା ରଖୁଥିବା ଅବସରପ୍ରାପ୍ତ ଏ.ସି.ପି. ରମେଶ ଚନ୍ଦ୍ର କର ।

ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ

ସୁଲେମାନ୍‌, ହାଇଦର, ଟିଟୋ, ଡି-ବ୍ରଦର୍ସ, ରାଜା ଆଚାର୍ଯ୍ୟ ଓ ଅନିଲ ଛୋଟରାୟଙ୍କ ଭଳି ଅପରାଧୀମାନେ ଏକଦା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନିଜ ଆଧିପତ୍ୟ ବିସ୍ତାର କରିଥିଲେ । କିନ୍ତୁ ଏହି ଛଅ ଜଣ ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରୁ ଏବେ ସୁଲେମାନ ଓ ହାଇଦର ଜୀବିତ ନ ଥିବା ବେଳେ ଅନ୍ୟ ଚାରି ଜଣ ଗ୍ୟାଙ୍ଗଷ୍ଟର୍‌ ଜେଲରେ ଥିଲେ ମଧ୍ୟ ଏବେ ବି ସକ୍ରିୟ ଅଛନ୍ତି । ବିଶେଷ କରି ଟିଟୋ ଟେଣ୍ଡର ଫିକ୍ସି, ଦାଦାବଟି ଓ ବାଲିଘାଟ ନିଲାମ ଭଳି କାର୍ଯ୍ୟ ଜାରି ରଖିଥିବା ବେଳେ ଦୁଇଟି ଭିନ୍ନ ଭିନ୍ନ ଜେଲରେ ଥାଇ ମଧ୍ୟ ଧଳସାମନ୍ତ ଭ୍ରାତା ଦ୍ୱୟ ନିଜ ଗ୍ୟାଙ୍ଗର ସଦସ୍ୟଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ପଠାଇବା ଓ ସେମାନଙ୍କ ପାଇଁ ଟଙ୍କା ଯୋଗାଡ଼ କରିବା ଜାରି ରଖିଛନ୍ତି । କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହେବା ଏବଂ ବିଭିନ୍ନ ସମୟରେ ଉଭୟଙ୍କ ଗ୍ୟାଙ୍ଗର ସଦସ୍ୟ ଗିରଫ ହେବା ଏହାର ଏକ ବଳିଷ୍ଠ ପ୍ରମାଣ ।

ଏହା ବି ପଢ଼ନ୍ତୁ | ୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେ

ହାଇଦରର ମୃତ୍ୟୁ ଘଟି ସାରିଥିବାରୁ କଟକର ଏସ୍‌.ସି.ବି. ହସପିଟାଲରୁ ତା’ର ଫେରାର ହେବା ଘଟଣାର ତଦନ୍ତ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେହି ମାମଲାରେ ପୋଲିସ ମୋଟ ଛଅ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଥିବା ହାଇଦରର ପୁଅ ଓ ଜ୍ୱାଇଁ ଏବେ ବି ଫେରାର ଅଛନ୍ତି । କିନ୍ତୁ ହାଇଦରକୁ ସମ୍ବଲପୁର ଜେଲରୁ ଏସ୍‌.ସି.ବି. ହସପିଟାଲକୁ ସ୍ଥାନାନ୍ତର କରାଇବା ଓ ଏସ୍‌.ସି.ବି.ରେ ବିନା ଚିକିତ୍ସାରେ ତାକୁ କ୍ୟାବିନ୍‌ ସେବା ଯୋଗାଇ ଦିଆଯିବା ପଛରେ କେଉଁମାନେ ଥିଲେ ସେ ନେଇ ହାଇଦରକୁ ପୋଲିସ ଜେରା କରି ପାରି ନ ଥିବାରୁ ତାହା ଆଉ ପ୍ରଘଟ ହୋଇ ପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମାହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ

‘‘ହାଇଦର ଏସ୍‌.ସି.ବି. ହସପିଟାଲରୁ ଫେରାର ହେବା ଘଟଣାରେ ତଦନ୍ତ ପାଇଁ ପୋଲିସ ପାଖରେ ଆଉ କିଛି ନାହିଁ । ହାଇଦରକୁ ଜେରା ସମୟରେ ଏହା ଜଣା ପଡ଼ିଥାନ୍ତା ଯେ ସେହି ଷଡ଼ଯନ୍ତ୍ରରେ କେଉଁମାନେ ସାମିଲ ଅଛନ୍ତି । କିନ୍ତୁ ତାକୁ ଗିରଫ କରିବା ପରେ ସେ କୋଭିଡ ପଜିଟିଭ ଥିବାରୁ ତାକୁ ପୋଲିସ ରିମାଣ୍ଡରେ ଆଣି ନ ଥିଲା । ହାଇଦରର ମୃତ୍ୟୁ ପରେ ସେହି ମାମଲାର ଆଉ କିଛି ଗୁରୁତ୍ବ ନାହିଁ,’’ କହିଛନ୍ତି ହାଇ କୋର୍ଟର ଆପରାଧିକ ମାମଲାର ଓକିଲ ମାନସ ଚାନ୍ଦ ।

ଏହା ବି ପଢ଼ନ୍ତୁ | ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ମିଳିବ ଉପହାର; ପ୍ରତି ମାସ ଦରମା,୭୫୦ ବଢ଼ିପାରେ

ଏ ସଂକ୍ରାନ୍ତରେ କମିଶନରେଟ୍‌ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘‘ହାଇଦରର ମୃତ୍ୟୁ ପରେ ଏହି ମାମଲାର ତଦନ୍ତ ଯେ ବନ୍ଦ ହୋଇଯିବ ତାହା ନୁହେଁ । କାରଣ ଏହି ଘଟଣାରେ ହାଇଦର କେବଳ ଜଣେ ଅଭିଯୁକ୍ତ ଥିଲା । କିନ୍ତୁ ତାକୁ ଫେରାର କରାଇବାରେ ତ ଅନେକ ଲୋକ ତାକୁ ସହଯୋଗ କରିଥିଲେ । ସେମାନଙ୍କ ଭିତରୁ କିଛି ଲୋକଙ୍କୁ ଗିରଫ କରାଯାଇଛି ଓ ଆଉ କିଛି ଫେରର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଆମର ଉଦ୍ୟମ ଚାଲିଛି । ସେହି ମାମଲାରେ ଅନେକ ଲୋକ ଏବେ ବି ଆମ ସନ୍ଦେହ ଘେରରେ ରହିଛନ୍ତି ।’’



ହାଇଦରର ମୃତ୍ୟୁ ଯୋଗୁଁ ରାଜ୍ୟର ଅପରାଧ ଜଗତ ଉପରେ ନିକଟ ଭବିଷତର ବିଶେଷ କିଛି ପ୍ରଭାବ ପଡ଼ିବା ଆଶଙ୍କା ନ ଥିଲେ ମଧ୍ୟ ଏଥି ପ୍ରତି ପୋଲିସ ଅଧିକ ସତର୍କ ନଜର ରଖିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପର୍ଯ୍ୟବେକ୍ଷକମାନେ ।
Published by: Anand ST Das
First published: July 25, 2021, 11:43 PM IST