ଏଥର କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ; ରେସରେ ଅନେକ ବ୍ୟକ୍ତିଙ୍କ ନାଁ ସାମିଲ

ସୁରେଶଙ୍କ ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ୧୯୮୭ ଓ ୧୯୮୮ ବ୍ୟାଚର ଅଧିକାରୀଙ୍କୁ ବାଦ ଦେଇ ୧୯୮୯ ବ୍ୟାଚର ଆଇ.ଏ.ଏସ. ପ୍ରଦୀପ ଜେନା ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ।

ଏଥର କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଏଥର କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

  • Share this:
News18 Odia Digital

ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଠିକ ସମୟରେ ଅବସର ନେବେ ନା ଅବସର ପୂର୍ବରୁ ତାଙ୍କୁ କେଉଁଠି ଥଇଥାନ କରିବେ ସରକାର? ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହେବା ନେଇ ଚର୍ଚ୍ଚା ଚାଲିଛି। ତେବେ ପ୍ରଦୀପ ମୁଖ୍ୟ ଶାସନ ସଚିବ ହେଲେ କିଏ ହେବେ ପରବର୍ତ୍ତୀ ଉନ୍ନୟନ କମିଶନର। କାହା ହାତରେ ରହିବ ଏସ.ଆର.ସି. ଭଳି ଗୁରୁ ଦାଇତ୍ଵ। ସଚିବ ସ୍ତରରେ ବ୍ୟାପକ ଅଦଳବଦଳ ପରେ ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା ସୂଚନା ମିଳିଛି। ଏହାକୁ ନେଇ ସଚିବାଳୟ କରିଡ଼ରଠୁ ସର୍ବସାଧାରଣରେ ସବୁଠି ଚର୍ଚ୍ଚା।

୧୯୮୬ ବ୍ୟାଚର ଆଇ.ଏ.ଏସ. ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା ଫେବୃଆରୀରେ ଶେଷ ହେଉଛି। ସୁରେଶଙ୍କ ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ୧୯୮୭ ଓ ୧୯୮୮ ବ୍ୟାଚର ଅଧିକାରୀଙ୍କୁ ବାଦ ଦେଇ ୧୯୮୯ ବ୍ୟାଚର ଆଇ.ଏ.ଏସ. ପ୍ରଦୀପ ଜେନା ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ।

ପ୍ରଦୀପ ବର୍ତ୍ତମାନ ଉନ୍ନୟନ କମିଶନର ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ସହ ଏସ.ଆର.ସି. ଭଳି ଗୁରୁ ଦାଇତ୍ଵ ତୁଲାଉଛନ୍ତି। ବରିଷ୍ଠତା ଭିତିରେ ଦେଖିଲେ ୧୯୮୬ ବ୍ୟାଚର ସୁଦର୍ଶନ ପାଲ ଠାକୁର, ଜି.ଭି ଭେଣୁ ଗୋପାଲ ଶର୍ମା ରହିଛନ୍ତି। ଜି.ଭି ଭେଣୁ ଗୋପାଲ ଶର୍ମା ବର୍ତ୍ତମାନ କଟକ ରାଜସ୍ବ ପର୍ସଦର ମୁଖ୍ୟ ଅଛନ୍ତି।

ସୁଦର୍ଶନ ପାଲ ଠାକୁର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡାଇରେକ୍ଟର ଜେନେରାଲ ଅଛନ୍ତି। ୧୯୮୭ ବ୍ୟାଚର ଆଇ.ଏ.ଏସ. ତୁହିନୀକାନ୍ତ ପାଣ୍ଡେ, ନିକୁଞ୍ଜ କିଶୋର ସୁନ୍ଦର ରାୟ, ରାଜେଶ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେହି ବ୍ୟାଚର ରାଜକିଶୋର ଶର୍ମା ସ୍ବାସ୍ଥ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

୧୯୮୮ ବ୍ୟାଚ ଆଇ.ଏ.ଏସ ସି. ଜେ. ଭେଣୁଗୋପାଳ କେବିକେ ମୁଖ୍ୟ ପ୍ରଶାସକ ଥିବାବେଳେ ପ୍ରଦୀପ୍ତ ମହାପାତ୍ରଙ୍କୁ ବନ ନିଗମ ଅଧକ୍ଷ ଦାଇତ୍ୱ ଦେଇ ତାଙ୍କୁ ଏକ ପ୍ରକାର ସଚିବାଳୟ ଠୁ ଦୁରେଇ ରଖାଯାଇଛି। ଏମାନଙ୍କୁ ମାତ ଦେଇ ୧୯୮୯ ବ୍ୟାଚର ଆଇ.ଏ.ଏସ. ପ୍ରଦୀପ ଜେନା ହୋଇ ପାରନ୍ତି ରାଜ୍ୟର ପରବର୍ତ୍ତୀ ଶାସନ ମୁଖ୍ୟ।

ନିଜର ଦକ୍ଷତା ଓ ଆନୁଗତ୍ୟ ପାଇଁ ନବୀନଙ୍କ ଗୁଡ୍ ବୁକରେ ଥିବା ପ୍ରଦୀପ ଜେନାଙ୍କୁ ମିଳିବ ମୁଖ୍ୟ ଶାସନ ସଚିବ ଭଳି ଗୁରୁ ଦାୟତ୍ଵ। ପ୍ରଦୀପ ମୁଖ୍ୟ ଶାସନ ଦାଇତ୍ବ ଯଦି ନିଅନ୍ତି ୧୯୮୭ ବ୍ୟାଚର ଆଇ.ଏ.ଏସ. ରାଜକୁମାର ଶର୍ମା ହୋଇପାରନ୍ତି ପରବର୍ତ୍ତୀ ଉନ୍ନୟନ କମିଶନର। ଏହି ପଦ ପାଇଁ ରାଜକୁମାର ଶର୍ମାଙ୍କ ସହ ସଞ୍ଜୀବ ଚୋପ୍ରାଙ୍କ ନାଁ ବି ଚର୍ଚ୍ଚରେ ରହିଛି।

୧୯୯୦ ବ୍ୟାଚର ସଞ୍ଜୀବ ଗୄହ ବିଭାଗ ସହ କୄଷି ଉତ୍ପାଦନ କମିଶନର ଦାୟତ୍ବରେ ଅଛନ୍ତି। ଓଡ଼ିଶା ଏକ ପ୍ରାକୃତିକ ପ୍ରପୀଡ଼ିତ ରାଜ୍ୟ ହୋଇଥିବା ବେଳେ ଏସ.ଆର.ସି.ଙ୍କ ପ୍ରମୁଖ ଭୂମିକା ରହିଥାଏ। କାହାକୁ ଏସ.ଆର.ସି. ଦାୟତ୍ଵ ମିଳିବ?

ପୂର୍ବର ଆଭିଙ୍ଗ୍ୟତା ଥିବା ବିଷ୍ଣୁ ପଦ ସେଠିଙ୍କୁ ଏସ.ଆର.ସି. ପଦ ମିଳିପାରେ। ମାତ୍ର ସୂଚନା ଲୋକ ସମ୍ପର୍କ ,ଗଣଶିକ୍ଷା ଓ ପରିବହନ ଭଳି ତିନୋଟି ଓଜନିଆ ବିଭାଗ ଥିବାରୁ ଆଶା କମ ରହିଛି। ଅନୁ ଗର୍ଗ କିମ୍ବା ମୋନା ଶର୍ମାଙ୍କୁ ଏସ.ଆର.ସି. କରିପାରନ୍ତି ରାଜ୍ୟ ସରକାର। ଅନୁ ଗର୍ଗଙ୍କ ପାଖରେ କେବଳ ଜଳ ସମ୍ପଦ ବିଭାଗ ଥିବା ବେଳେ ମୋନା ଶର୍ମାଙ୍କ ପାଖରେ ରହିଛି ଜଙ୍ଗଲ ଓ ପରିବେଶ ବିଭାଗ। ଉଭୟେ ଗୁଡ ବୁକରେ ବି ରହିଛନ୍ତି।

ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି ମୁଖ୍ୟ ଶାସନ ସଚିବ ଅବସର ପରେ ନୂଆ ମୁଖ୍ୟ ଶାସନ ସଚିବ ହୋଇଥାନ୍ତି। ବରିଷ୍ଠ ଯେଉଁ ମାନେ ଥାଆନ୍ତି ସେମାନଙ୍କ ଭିତରୁ ସରକାର ଜଣକୁ ବାଛିଥାନ୍ତି। ସମସ୍ତେ ଯଦି ଗୋଟିଏ ବ୍ୟାଚର। ହୋଇଥିବେ ଏହା ମଧ୍ୟରୁ ସରକାର କାହାକୁ ବାଛିବେ ତାହା ମୁଖ୍ୟ ମନ୍ତ୍ରୀଙ୍କ ନିଜସ୍ବ ନିଷ୍ପତ୍ତି। ସେହି ବ୍ୟାଚ ନ ହୋଇ ତା ତଳ ବ୍ୟାଚରୁ ମଧ୍ୟ ନେଇପାରିବେ। ତାହା ମଧ୍ୟ ମୁଖ୍ୟ ମନ୍ତ୍ରୀଙ୍କ ନିଜସ୍ବ ନିଷ୍ପତ୍ତି। ସୁରେଶ ବାବୁ ଅଵସର ନେଲେ ତାଙ୍କ ସିନିୟରିଟି ପାଖାପାଖି କାହାକୁ କରିବେ। କିଏ କେଉଁ ପଦରେ ରହିବେ ସରକାର ସ୍ଥିର କରିବେ। ଯେଉଁମାନେ ଉନ୍ନୟନ କମିଶନର ରହିବେ ସେମାନେ ମୁଖ୍ୟ ଶାସନ ସଚିବ ବ୍ୟାଚ କିମ୍ବା ତାଙ୍କ ପାଖାପାଖି ବ୍ୟାଚ ଥାନ୍ତି। ସରକାର କାହାକୁ କରିବେ ତାଙ୍କ ନିଷ୍ପତ୍ତି।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ରେସରେ ଅଛନ୍ତି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବର୍ତ୍ତମାନର ଅଧକ୍ଷ ଉପେନ୍ଦ୍ର ବେହେରାଙ୍କ ୫ବର୍ଷୀୟା କାର୍ଯ୍ୟକାଳ ଆସନ୍ତା ଜାନୁୟାରୀ ୧୫ରେ ଶେଷ ହେବାକୁ ଯାଉଛି। ଡିସେମ୍ବର ୧୫ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଜାନୁଆରୀ ୧୫ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି। ଏହି ଅଧକ୍ଷ ପଦ ପାଇଁ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଦାବିଦାର ଅଛନ୍ତି।

ଓଡ଼ିଶାରେ ଗୋଟିଏ ପ୍ରକ୍ରିୟା ଆରମ୍ଭ ହୋଇଛି ଯେଉଁମାନେ ମୁଖ୍ୟ ସ୍ଥାନରେ ରହୁଛନ୍ତି, ମୁଖ୍ୟଶାସନ ସଚିବ ହୁଅନ୍ତୁ ଅବା ଡିଜିପି ସେମାନଙ୍କୁ ଅବସର ନେଉନାହାଁନ୍ତି ତା ପୂର୍ବରୁ କିଛି ନା କିଛି ନିଯୁକ୍ତି ମିଳୁଛି। ବର୍ତ୍ତମାନ ମୁଖ୍ୟ ଶାସନ ସଚିବଙ୍କୁ ମିଳିବା ପାଇଁ ଖାଲି ସ୍ଥାନ ରହିଛି। ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ ତା ସୂଚନା ମିଳିସାରିଲାଣି। ବର୍ତ୍ତମାନର ଉନ୍ନୟନ କମିଶନର ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ। ତାଙ୍କ ଠୁ ବରିଷ୍ଠ ଥିଲେ ମଧ୍ୟ ଦକ୍ଷତା ଦୄଷ୍ଟିରୁ ତାଙ୍କୁ ମୁଖ୍ୟ ଶାସନ ସଚିବ କରିପାରନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ରିଟାର୍ଡ଼ମେଣ୍ଟ ପୂର୍ବରୁ ଅବସ୍ଥାପିତ କରି ପାଞ୍ଚ ବର୍ଷ ବେନିଫିଟ ଦେଉଛନ୍ତି ସରକାର। ଆଦିତ୍ୟ ପାଢ଼ୀ, ଅସିତ ତ୍ରିପାଠୀ ସମସ୍ତେ ଏହି ସୁବିଧା ପାଇଛନ୍ତି। ଓଇଆରସି ଅଧକ୍ଷ ପଦରେ ଅବସ୍ଥାପିତ ହେବେ ସୁରେଶ ମହାପାତ୍ର। ପ୍ରଦୀପ ଜେନାଙ୍କ ଦକ୍ଷତା, ଯୋଗ୍ୟତା ଓ ସରକାରଙ୍କ ପ୍ରତି ନିଷ୍ଠା ରହିଛି। ଉନ୍ନୟନ କମିଶନର ଓ ଏସ.ଆର.ସ ଭାବେ ସେ ପ୍ରମାଣିତ କରିଛନ୍ତି। ବିଷ୍ଣୁ ପଦ ସେଠି ଏସ.ଆର.ସି. ଥିଲେ ସେ ପୁଣି ହୋଇପାରନ୍ତି। ଓଡ଼ିଶାରେ ଓଡ଼ିଆ କ୍ୟାଡର ଆଇଏଏସଙ୍କ ସଂଖ୍ୟା ସିନିୟର ଲେଭେଲରେ କମୁଛି। ଓଡ଼ିଆ ଅଫିସରଙ୍କ ଉପରେ ଓଡ଼ିଶା ନିର୍ଭର କରିବ ସେମିତି ସ୍ଥିତି ଆଉ ନାହିଁ। ସଞ୍ଜୀବ ଚୋପ୍ରା, ଆର. କେ ଶର୍ମା ଡିସି ତାଲିକାରେ ଅଛନ୍ତି। ବରିଷ୍ଠତା ସହ ଦକ୍ଷତା ଭିତରେ ଦିଆଯିବ।

ଖୁବ ଶୀଘ୍ର ସଚିବ ,ଆରଡ଼ି ସି ଓ ଜିଲ୍ଲାପାଳ ସ୍ତରରେ ଅଦଳ ବଦଳ ହେବ। ସରକାରଙ୍କ ଗୁଡ଼ ବୁକରେ ଥିବା କୃଷନ କୁମାର, ସୁରେନ୍ଦ୍ର କୁମାର, ଭିନିଲ କ୍ରୀଷ୍ଣା, ବଲୱନ୍ତ ସିଂଙ୍କ ନାଁକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା।
Published by:Lipina Das
First published:
)}