କିଏ ହେବେ CMC ଡେପୁଟି ମେୟର? ଏହି ରେସରେ ଏବେ ୩ ଜଣଙ୍କ ନାମ ଚର୍ଚ୍ଚାରେ

ସିଏମସି ନିର୍ବାଚନରେ ବିଜେଡିର ମୋଟ ୩୮ଜଣ କର୍ପୋରେଟର ଜିତିଥିବା ବେଳେ ସେଥିମଧ୍ୟରେ ରହିଛନ୍ତି ୨୩ ଜଣ ମହିଳା କର୍ପୋରେଟର। ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରି ସାରିଥିବାରୁ ଡେପୁଟି ମେୟର ବିଜେଡିରୁ ହେବା ସ୍ପଷ୍ଟ ହୋଇଛି।

କିଏ ହେବେ CMC ଡେପୁଟି ମେୟର?

କିଏ ହେବେ CMC ଡେପୁଟି ମେୟର?

  • Share this:
News18 Odia Digital

କଟକ: ସିଏମସି ନିର୍ବାଚନର ଫଳାଫଳ ଆସିବା ପରେ ଏବେ ଡେପୁଟି ମେୟର କିଏ ହେବେ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ ମେୟର ଜଣେ ପୁରୁଷ ହୋଇଥିବାରୁ ଡେପୁଟି ମେୟର ଜଣେ ମହିଳା ହେବେ ବୋଲି କଟକ ଜିଲ୍ଲା ବିଜେଡି ସଭାପତି କହିବା ପରେ ବିଜେଡିରୁ ଜିତିଥିବାରୁ ମହିଳା କର୍ପୋରେଟରମାନଙ୍କ ମଧ୍ୟରୁ ଜଣେ କେହି ଡେପୁଟି ମେୟର ହେବେ ତାହା ସ୍ପଷ୍ଟ ହୋଇଛି। ଏହି ରେସରେ ଏବେ ତିନି ଜଣ ନାଁ ସବୁ ଠାରୁ ଆଗରେ ରହିଛି।

ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି ୪୯ ନଂ ୱାର୍ଡର ନବନିର୍ବାଚିତ ତଥା ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତି ମାଝୀ। ଜଗତପୁର ବାଲିସାହି ବସ୍ତିରେ ରହୁଥିବା ୨୧ ବର୍ଷୀୟା ଦମୟନ୍ତି ଜଣେ ଆଦିବାସୀ ମହିଳା ହୋଇଥିବା ବେଳେ ଉଚ୍ଚଶିକ୍ଷିତା ମଧ୍ୟ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏମ.କମର ଶେଷ ବର୍ଷରେ ଅଧ୍ୟୟନ କରୁଥିବା ଦୟୟନ୍ତୀ ଦଳ ପାଇଁ ବସ୍ତି ବାସିନ୍ଦାଙ୍କ ପ୍ରତିନିଧି ରୂପେ ଏକ ନୁଆ ଚେହେରା ପାଇଥିବାରୁ ଡେପୁଟି ମେୟର ରେସରେ ତାଙ୍କ ନାଁ ଏକ ନମ୍ବରରେ ରହିଛି। ତେବେ ଦମୟନ୍ତୀଙ୍କ ନାଁ ନ ନେଇ କିଛି ନବ ନିର୍ବାଚିତ ମହିଳା କର୍ପୋରେଟରଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଉଛି, ଖୁବ୍ ଶୀଘ୍ର ସେହି ତାଲିକାକୁ ପଠାଯିବ। ଶେଷ ନିଷ୍ପତ୍ତି ଦଳର ସଭାପତି ନେବେ ବୋଲି କହିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ।

"ବିଭିନ୍ନ ମାନଦଣ୍ଡକୁ ଆଧାର କରି ନିର୍ବାଚନରେ ଜିତି ଥିବା ବିଭିନ୍ନ କର୍ପୋରେଟମାନଙ୍କ ମଧ୍ୟରୁ କିଛି କର୍ପୋରେଟରଙ୍କ ତାଲିକା ପ୍ରସ୍ତୁତ ପାଇଁ ଆମକୁ କୁହାଯାଇଛି। ସେହି ତାଲିକା ଏବେ ପ୍ରସ୍ତୁତ କରାଯାଉଛି ଓ ଦିନେ ଦୁଇ ଦିନ ମଧ୍ୟରେ ତାହାକୁ ଦଳର ସଭାପତିଙ୍କ ନିକଟକରୁ ପଠାଯିବ। ଦଳର ସଭାପତି ଯାହା ନିଶ୍ଚତି କରିବେ ତାକୁ ଆମେ ସମସ୍ତେ ଗ୍ରହଣ କରିବୁ," କହିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ।

ସେହିପରି ରେସରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ୨୪ ନଂ ୱାର୍ଡର ନିର୍ବାଚିତ କର୍ପୋରେଟର ଦୀପ୍ତିମୟୀ ମୁଳିଆ। ରାଜନୀତିରେ ନୂଆ ହେଲେ ମଧ୍ୟ ଦଳର କିଛି ନେତା ତାଙ୍କ ସପକ୍ଷରେ ମତ ରଖୁଥିବାରୁ ଦୀପ୍ତିମୟୀ ନାଁ ବି ଚର୍ଚ୍ଚାକୁ ଆସୁଛି। ଚର୍ଚ୍ଚାରେ ଥିବା ତୃତୀୟ ମହିଳା କର୍ପୋରେଟର ଭାବେ ୩୬ ନଂ ୱାର୍ଡର ଏଥର ନିର୍ବାଚିତ କର୍ପୋରେଟର ମଧୁସ୍ମିତା ବାରିକଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି। ମଧୁଷ୍ମିତା ପୂର୍ବତନ ଡେପୁଟି ମେୟର ଅଜୟ ବାରିକଙ୍କ ପତ୍ନୀ ହୋଇଥିବା ବେଳେ ସେ ଜଣେ ସଫଳ ହୋଟେଲ ବ୍ୟବସାୟୀ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଏହା ସହ ତାଙ୍କ ସ୍ୱାମୀଙ୍କର ରାଜନୈତିକ ମହଲରେ ଥିବା ଦଖଲ ପାଇଁ ସେ ମଧ୍ୟ ଡେପୁଟି ମେୟର ପଦବୀ ପାଇଁ ଦାବିଦାର ହୋଇଛନ୍ତି।

"ଡେପୁଟି ମେୟର ଜଣେ ମହିଳା ହିଁ ହେବେ। କିନ୍ତୁ କାହାକୁ କରାଯିବ ସେ ନିଷ୍ପତ୍ତି କେବଳ ନବୀନ ପଟ୍ଟନାୟକ ହିଁ ନେବେ," କହିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ।

ପ୍ରକାଶ ଥାଉକି ସିଏମସି ନିର୍ବାଚନରେ ବିଜେଡିର ମୋଟ ୩୮ଜଣ କର୍ପୋରେଟର ଜିତିଥିବା ବେଳେ ସେଥିମଧ୍ୟରେ ରହିଛନ୍ତି ୨୩ ଜଣ ମହିଳା କର୍ପୋରେଟର। ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରି ସାରିଥିବାରୁ ଡେପୁଟି ମେୟର ବିଜେଡିରୁ ହେବା ସ୍ପଷ୍ଟ ହୋଇଛି। ଆସନ୍ତା ଏପ୍ରିଲ ୭ ତାରିଖ ଦିନ ନବ ନିର୍ବାଚିତ ମେୟର ଓ କର୍ପୋରେଟରମାନଙ୍କର ଶପଥ ଗ୍ରହଣ କାର୍ଯ୍ୟ ହେବାକୁ ଥିବା ବେଳେ ତାହା ଶେଷ ହେବା ପରେ ହିଁ ସେହି ଦିନ ଡେପୁଟି ମେୟର ପାଇଁ ନିର୍ବାଚନ ହେବେ।
Published by:Lipina Das
First published: