କୋଟିଏ ଟଙ୍କାର ସାପ ବିଷ ପଛର ମାଷ୍ଟରମାଇଣ୍ଡ କିଏ ? ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ

ରାଜ୍ୟ ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ । ଦେଢ ବର୍ଷ ପରେ ସାପ ବିଷ ଲିଙ୍କ ନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

କୋଟିଏ ଟଙ୍କାର ସାପ ବିଷ ପଛର ମାଷ୍ଟରମାଇଣ୍ଡ କିଏ ? ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ

କୋଟିଏ ଟଙ୍କାର ସାପ ବିଷ ପଛର ମାଷ୍ଟରମାଇଣ୍ଡ କିଏ ? ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସିଟି ଡ଼ିଏଫଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ । ଗତ ବର୍ଷ ମାର୍ଚ୍ଚ ୨୭ତାରିଖରେ ଭୁବନେଶ୍ୱରରୁ ଜବତ ହୋଇଥିଲା ୧ଲିଟର ୬୦୦ମିଲି ଲିଟର ସାପ ବିଷ । ଏହି ଘଟଣାରେ ଜଣେ ମହିଳାଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ ।

କ୍ରାଇମବ୍ରାଞ୍ଚ ଟାର୍ଗେଟରେ ସ୍ନେକ ଭେନମ ମାଷ୍ଟରମାଇଣ୍ଡ । ସାପ ବିଷର ଖିଅ ଖୋଜିବ ଏସଟିଏଫ । ବନ ବିଭାଗର ତଥ୍ୟ ନେଇ ତଦନ୍ତ କରିବ ଏସଟିଏଫ ।  ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଓ ଏୟାରପୋର୍ଟରେ ଚଢ଼ାଉ କରି ୧ଲିଟର ୬୦୦ ମିଲିଲିଟର ସାପ ବିଷ ଜବତ କରିଥିଲା ବନବିଭାଗ । ମାମଲାରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିବା ବେଳେ ଦେଢ଼ ବର୍ଷ ପରେ ମାମଲା ହାତକୁ ନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

ଜଣେ ଡିଏସପିଙ୍କ ସହ ଏସଟିଏଫର ଏକ ଟିମ ଭୁବନେଶ୍ୱର ସିଟି ଡିଏଫଓ ଅଫିସକୁ ଆସି ମାମଲାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଜ କରିବା ସହ କିଛି ଅଧିକାରୀଙ୍କୁ ପଚରାଉଚୁରା କରିଛନ୍ତି । ଆଗକୁ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ସହ ଚେର ଖୋଜି ବାହାର କରାଯିବ ବୋଲି କହିଛନ୍ତି ଏସଟିଏଫ ଡ଼ିଏସପି  ଇ କିରୋ ।

ଏସଟିଏଫ ସୂଚନା ଅନୁସାରେ, ଗତ କିଛି ବର୍ଷ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାପ ବିଷ ଜବତ ହେବା ଘଟଣା ନଜିର ଆସିଛି । ଓଡ଼ିଶା ବଜାରରେ ଏହା ୧୦ ରୁ ୧୫ ଲକ୍ଷ ଟଙ୍କାରେ ଡିଲ ହେଉଥିବା ବେଳେ ବିଦେଶ ବଜାରରେ ଏହାର ମୂଲ୍ୟ ୧୦ କୋଟିରୁ ଅଧିକ ହେବ । ବିଶେଷ କରି ନାଗ ଓ ରଣା ସାପକୁ ଉପାନ୍ତ ଅଂଚଳରୁ ଧରି ସେଗୁଡିକର ବିଷ ଚୋରା ଚାଲାଣ କରାଯାଉଛି ।

ସେପଟେ ବୁଦ୍ଧିଯିବିଙ୍କ କହିବା କଥା, ଏହି କାରବାର ପଛରେ ଅନ୍ୟ ରାଜ୍ୟ ସହ ବିଦେଶୀ ଲିଙ୍କ ରହିଥିବା ଜଣାପଡିଥିଲେ ମଧ୍ୟ କେବେବି ଚେର ଖୋଜି ପାରିନି ବନ ବିଭାଗ ଓ ପୋଲିସ । ଏବେ ଏତେ ପୁରୁଣା ମାମଲାର ତଦନ୍ତ କରି ରାକେଟ ପଛର ସତ ବାହାର କରିବା ଏସଟିଏଫ ପାଇଁ କାଠିକର ପାଠ ହେବ ।

ସୂଚନାଯୋଗ୍ୟ, ବଜ୍ରକାପ୍ତା ଭଳି ବିରଳ ପ୍ରାଣୀର ବିଦେଶ ଚୋରା ଚାଲାଣ ଲିଙ୍କ ବାରମ୍ବାର ସାମ୍ନାକୁ ଆସିଥିଲେ ମଧ୍ୟ ତାହାର ମୂଳ ପର୍ଯ୍ୟନ୍ତ ଯାଇ ପାରିନି ଏସଟିଏଫ । ଏବେ ସାପ ବିଷ ରାକେଟର ପର୍ଦ୍ଦାଫାସ ହେଉଛି ନା ଅନ୍ୟ ମାମଲା ପରି ଚାପି ହୋଇ ଯାଉଛି ତାହା ଉପରେ ନଜର।
Published by:Soubhagya Mishra
First published: