କୁନି ଝିଅକୁ ପାଖରେ ରଖିବାକୁ ନେଇ ଟଣାଓଟରା; ପାଳିତ ମା ଓ ଜନ୍ମକଲା ମା ଭିତରେ ଝଗଡ଼ା

୯ ବର୍ଷର ନାବାଳିକାକୁ ପାଇବା ପାଇଁ ପାଳିତା ମାଆ ଓ ଜନ୍ମ କଲା ମାଆ ମଧ୍ୟରେ ଦେଖା ଦେଇଛି ବିବାଦ। ଭୁବନେଶ୍ୱର ମୁଣ୍ଡା ସାହିରେ ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ମାଆ। ଶନିବାର ଏହି ଦୁଇ ମା’ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ।

କୁନି ଝିଅକୁ ପାଖରେ ରଖିବାକୁ ନେଇ ଟଣାଓଟରା

କୁନି ଝିଅକୁ ପାଖରେ ରଖିବାକୁ ନେଇ ଟଣାଓଟରା

  • Share this:
News18 Odia Digital

ଭୁବନେଶ୍ବର: ଶେଷରେ ପୋଲିସର ହସ୍ତକ୍ଷେପ ପରେ ତୁଟିଲା ବିବାଦ। ପ୍ରକୃତରେ କିଏ କୁନି ଝିଅର ମାଆ, କାହା ପାଖରେ ରହିବ ୯ ବର୍ଷର କୁନି ଝିଅ, ତାହାକୁ ନେଇ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନାରେ ହୋଇଥିବା ଅଭିଯୋଗର ବାହାରିଲା ସାମୟିକ ସମାଧାନ।

ଜନ୍ମ କଲା ମାଆ ଓ ପାଳିତା ମାଆ ମଧ୍ୟରେ ଟଣା ଓଟରା ଭିତରେ କୁନି ଝିଅକୁ ସାମୟିକ ଭାବେ ରଖିବା ପାଇଁ ସିଡ଼ବ୍ଲୁସିକୁ ହସ୍ତାନ୍ତର କରାଯିବା ନିଷ୍ପତ୍ତି ହୋଇଛି। ଏବେ ସୋମବାର ହେବାକୁ ଥିବା ଏହି ବିବାଦର ଶୁଣାଣି ଉପରେ ରହିଛି ସମସ୍ତଙ୍କ ନଜର।

ଘଟଣାଟି ହେଲା ୯ ବର୍ଷର କୁନି ଝିଅକୁ ନିଜର ଗେହ୍ଲା ଝିଅ ଭଳି ପାଳିପୋଷି ବଡ଼ କରିବା ସହ ପାଠ ପଢ଼ାଇ ଆସୁଥିଲେ ଟୁନି ବିଶୋଇ। ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡା ସାହିରେ ହସଖୁସିରେ କଟୁଥିଲା ତା'ର ଦିନ। ସେ ଯାହା ଅଳି କରୁଥିଲା ତାକୁ ତୁରନ୍ତ ପୂରଣ କରିବା ପାଇଁ ଚିନ୍ତା କରୁଥିଲେ ତାଟର ବାପା-ମାଆ।

ହେଲେ ରବିବାର ଏହି ବସ୍ତିରେ କୁନି ଝିଅ କାହାର ତାକୁ ନେଇ ଆରମ୍ଭ ହେଲା ବିବାଦ। ଭୁବନେଶ୍ୱର ଚାଇଲ୍ଡ ୱେଲଫେୟାର କମିଟି ସିଡ଼ବ୍ଲୁସିରେ ପହଁଚିଲେ ଏହି ଝିଅର ଜନ୍ମଦାତା ବାପା-ମାଆ। ଝିଅକୁ ନିଜ ପାଖକୁ ନେବା ପାଇଁ ଗୁହାରି କଲେ। ଏହାକୁ ନେଇ ଆରମ୍ଭ ହେଲା ଉତ୍ତେଜନା। ଚାଇଲ୍ଡ ଲାଇନ ସଦସ୍ୟ ଓ ମଞ୍ଚେଶ୍ୱର ପୋଲିସ ଝିଅକୁ ଆଣିବାକୁ ପହଞ୍ଚିବାରୁ ବସ୍ତି ବାସିନ୍ଦା ଏହାକୁ ବିରୋଧ କଲେ। ଝିଅକୁ ଛାଡ଼ିବେନି ବୋଲି ଜିଦ ଧରିଲେ। ଶେଷରେ ଥାନାକୁ ଉଭୟ ପକ୍ଷଙ୍କୁ ଆସିବାକୁ କୁହାଗଲା। ଉଭୟ ପକ୍ଷ ବି ପହଞ୍ଚିଥିଲେ ଥାନାରେ। ସମସ୍ତଙ୍କ ଉପସ୍ଥିତିରେ ନିଷ୍ପତ୍ତି ହେଲା ସାମୟିକ ଭାବେ ଝିଅର ଦାୟିତ୍ୱ ନେବ ସିଡବ୍ଲ୍ୟୁସି।

ସୂଚନା ଅନୁସାରେ, ଭୁବନେଶ୍ୱର ମଞ୍ଚେଶ୍ବର ମୁଣ୍ଡା ସାହି ବାସିନ୍ଦା ସନ୍ତୋଷ ପ୍ରଧାନ ଓ ମନ୍ଦଦୋରି ପ୍ରଧାନ ନିଜ ୯ ବର୍ଷର ଝିଅକୁ ସେହି ବସ୍ତିର ବାବୁଲି ବିଶୋଇ ଓ କୁନି ବିଶୋଇଙ୍କ ଘରେ ଛାଡ଼ିଥିଲେ। ବାବୁଲିଙ୍କ ଦୋକାନ ସମ୍ଭାଳୁ ଥିଲା ସନ୍ତୋଷ। ତେଣୁ ତାଙ୍କ ଘରେ ରହୁଥିଲେ ଉଭୟ ସନ୍ତୋଷ ଓ ମନ୍ଦଦୋରିl ଏପରି କି ଘର ଭଡ଼ା ବାବଦକୁ କିଛି ନ ଦେବା ପାଇଁ ମଧ୍ୟ କହିଥିଲେ ବାବୁଲି। ମୋଟ ଉପରେ ଦୁଇ ପରିବାର ଭିତରେ ଥିଲା ଭଲ ସମ୍ପର୍କ। ଆଉ କୁନି ଝିଅକୁ ନେଇ ଉଭୟ ପରିବାର ଭିତରେ ସମ୍ପର୍କ ଅଧିକ ମଧୁର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସନ୍ତୋଷ ତା'ର ଝିଅକୁ ନେଇଯିବ ପାଇଁ ବାବୁଲିଙ୍କୁ କହିବା ପରେ ଏନେଇ ଆରମ୍ଭ ହୋଇଥିଲା ଦୁଇ ଜଣଙ୍କ ଭିତରେ ପାଟିତୁଣ୍ଡ।

କଥା ପହଞ୍ଚିଲା ଥାନାରେ। ପାଳିତ ଦମ୍ପତି ଝିଅକୁ ଛାଡ଼ିବାକୁ ଅରାଜି ହେଉଥିବା ବେଳେ ପ୍ରକୃତ ବାପା-ମାଆ ନିଜ ଝିଅକୁ ନେଇଯିବାକୁ ଜିଦ ଢେଇଥିଲେ। ତେବେ ଝିଅ କାହାର ହେବ ସେ ନେଇ ନିଷ୍ପତ୍ତି ସ୍ପଷ୍ଟ ହେବା ପର୍ଯ୍ୟନ୍ତ ତାକୁ ସି ଡବ୍ଲ୍ୟୁସିକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ l ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ବାସ୍ତବରେ କାହାକୁ କୁନି ଝିଅକୁ ହସ୍ତାନ୍ତର କରାଯିବ ଉଚିତ୍ ସେ ନେଇ ସୋମବାର ହେବ ନିଷ୍ପତ୍ତି।

ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅଧିକାରୀ ସୁଧାର କୁମାର ସାହୁ କହିଛନ୍ତି, ଝିଅକୁ ନିଜ ପାଖରେ ରଖିବାକୁ ଉଭୟ ପକ୍ଷ ଦାବିଦାର। ପାଖାପାଖି ରହିବା କାରଣରୁ ଉଭୟ ଘର ଭିତରେ ସମ୍ପର୍କ ବଢ଼ିଥିଲା। ବିଶେଷ କରି ପାଳିତା ବାପା-ମା ତାକୁ ଅଧିକ ଭଲ ପାଇଁ ବସିଲେ। ନିଜ ପାଖକୁ ଝିଅକୁ ନେବାପାଇଁ ପ୍ରକୃତ ବାପା-ମା ଜିଦ ଧରିବାରୁ ଏଭଳି ସ୍ଥିତି ଉପୁଜିଥିଲା। ଏବେ ସିଡବ୍ଲ୍ୟୁସି ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି।

ଏବେ ଝିଅକୁ ପାଇ ଜଣେ ମା' ମୁହଁରେ ଖୁସି ଥିବାବେଳେ ଆଉ ଜଣେ ମାଆର ଆଖିରୁ ଲୁହ ଝରୁଥିବା ଦେଖିବାକୁ ମିଳିଥୁ। ନିଜ ଜନ୍ମିତ ଝିଅ ନହେଲେ ବି ତାକୁ ରଖି ଲାଳନ ପାଳନ କରୁଥିଲୁ। ଏବେ ଆମ ଠାରୁ ଛଡ଼ାଇ ନେଇଯାଉଛନ୍ତି। ଏଭଳି କହି ଅସନ୍ତୋଷ ପ୍ରକାଶ କରିଥିଲେ ପାଳିତ ବାପା-ମା। ଅନ୍ୟପଟେ ଜନ୍ମିତ ବାପା-ମା ସନ୍ତୋଷ ଓ ମନ୍ଦଦୋରି କହିଛନ୍ତି ଝିଅ ଯେଉଁଠି ରହିବ ଆମେ ସେଥିରେ ଖୁସି।
Published by:Lipina Das
First published: