ମାଗଣା ଚାଉଳ ଦେଉଛି କିଏ ? ବିଜେଡି-ବିଜେପି ମୁହାଁମୁହିଁ

ଚର୍ଚ୍ଚାରେ ରାଜ୍ୟର ଚାଉଳ ରାଜନୀତି । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ହନୁ ମଲାବେଳେ ସତ କୁହେ। ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ସାଂସଦ ସସ୍ମିତ ପାତ୍ର ।

ମାଗଣା ଚାଉଳ ଦେଉଛି କିଏ ? ବିଜେଡି-ବିଜେପି ମୁହାଁମୁହିଁ

ମାଗଣା ଚାଉଳ ଦେଉଛି କିଏ ? ବିଜେଡି-ବିଜେପି ମୁହାଁମୁହିଁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ଚାଉଳକୁ ନେଇ ରାଜନୀତି ତାତି ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିବା ପରେ ଆପତ୍ତି ଉଠାଇଛି ବିଜେଡି । ସାଂସଦ ସସ୍ମିତ ପାତ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ତୁରନ୍ତ ଆରମ୍ଭ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି । କେPMGKAY ବନ୍ଦ ହେବା ଯୋଗୁଁ ଗରିବଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ। ଚାଷୀଙ୍କ ଧାନ କ୍ରୟ, ଏମ୍ଏସପି ଉପରେ ପଡିବ ଗୁରୁତର ପ୍ରଭାବ। ଓଡ଼ିଶାର ୩.୨୫ କୋଟି ଗରିବ ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ବିଜେଡି କହିଛି ।

ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ହନୁ ମଲାବେଳେ ସତ କୁହେ।  ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ସାଂସଦ ସସ୍ମିତ ପାତ୍ର । କୋରନା ଆସିଥିଲା ମାଗଣା ଚାଉଳ ,ଡାଲି ଗ୍ୟାସ , ଟଙ୍କା ପଠାଇବା ଠାରୁ ଆରମ୍ଭ କରି ସବୁ ଜାଗାରେ ପ୍ରଧାନମନ୍ତ୍ରୀ ଆର୍ଥିକ ସହାୟତା ପଠାଇଥିଲେ । ମୋଦି ପଠାଉଥିବା ଜିନିଷକୁ ଆମେ ପଠାଉଛୁ କହୁଥିଲେ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବାକୁ ନେଇ ଆପତ୍ତି ଉଠାଇଛି ବିଜେଡି । ଦଳ ପକ୍ଷରୁ ଦାବି କରାଯାଇଛି କୋଭିଡ କାରଣରୁ ଜୀବନ ଜୀବିକା ସ୍ୱାଭାବିକ ହୋଇନଥିବାରୁ ପୁଣି ଥରେ ଏହି ଯୋଜନାକୁ ଆରମ୍ଭ କରାଯାଉ । ତେବେ ଏହାର ଜବାବରେ ବିଜେଡିକୁ ଜବରଦସ୍ତ କାଉଣ୍ଟର ଆଟାକ କରିଛି ବିଜେପି । ବିଜେପି କହିଛି ମିଛ ପ୍ରଚାର ଧରା ପଡିଯିବା ପରେ ବିଜେଡି ପାଇଁ ରାଜନୈତିକ ଓ ଅସ୍ତିତ୍ୱର ସଙ୍କଟ ସୃଷ୍ଟି ହୋଇଛି । ତେଣୁ ଆଜି ଏଭଳି ପ୍ରସଙ୍ଗ ଉଠାଉଛି ଶାସକ ଦଳ । ସେହିପରି ଆହୁରି କୁହାଯାଉଛି ହନୁ ମଲା ବେଳକୁ ସତ କହିଲା ଭଳି ଆଜି ବାବୁ ସସ୍ମିତ ପାତ୍ର କହୁ କହୁ ସତ କହି ଦେଇଛନ୍ତି ଯେ ପିଏମ ମୋଦି ଦେଉଥିଲେ ଚାଉଳ । ଯଦି ସତରେ ବିଜେଡିର ଦରଦ ଅଛି ତେବେ ୩ କୋଟି ୨୫ ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ମାଗଣା ଚାଉଳ ଦିଅନ୍ତୁ ବୋଲି ଦାବି କରିଛି ବିଜେପି ।

ମାଗଣା ଚାଉଳ ପ୍ରସଙ୍ଗକୁ ନେଇ ଚାରିଦିନ ହେବ ରାଜ୍ୟ ରାଜନୀତି ସରଗରମ । ସମଗ୍ର ଭାରତ ସମେତ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ ଦେବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବା ପରେ ବିଜେଡି ପାଇଁ ବଢୁଛି ଅଡୁଆ । ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଭୟରେ ଘାଣ୍ଟି ହେଉଛି ଶାସକ ଦଳ । ପିଏମ ମୋଦିଙ୍କ ନିଷ୍ପତ୍ତିର ୧୧ ଦିନ ପରେ ନବୀନ ରାଜ୍ୟ ଯୋଜନା ନାଁରେ ପ୍ରାୟ ୯ ଲକ୍ଷ ୫୦ ହଜାର  ଲୋକଙ୍କୁ ମାଗଣା ଚାଉଳ ଦେବା ପ୍ରସଙ୍ଗକୁ ନେଇ ପଲିଟିକାଲ ତାତି ଦେଖିବାକୁ ମିଳିଛି । ତିନି ଦିନ ହେବ ଉଭୟ ବିଜେଡି-ବିଜେପି ବୟାନବାଜି ଚାଲିଛି।

ତଥ୍ୟ କହୁଛି ୨୦୧୪ରୁ ୨୦୨୧ ମଧ୍ୟରେ ରାଜ୍ୟର ୬ ଲକ୍ଷ ୮୬ ହଜାର ୨୧୧ ଜାଲି ରାସନ କାର୍ଡ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଯାହାକୁ ଆଧାର କରି ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ବିଚାର ବେଳେ ଉଚ୍ଚ ନ୍ୟାୟାଳୟ ଖାଦ୍ୟ ସୁରକ୍ଷା ଯୋଜନାର ସୋସିଆଲ ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୩ ମାର୍ଚ୍ଚ ୨ରେ ପରବର୍ତ୍ତି ଶୁଣାଣି ସମୟରେ ସତ୍ୟାପାଠ ଦାଖଲ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ ।
Published by:Soubhagya Mishra
First published: