ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ହତ୍ୟା ପ୍ରସଙ୍ଗରେ ତଦନ୍ତ ଚାଲିଥିବା ବେଳେ ଡି.ଆଇ.ଜି. ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବା ଅନୈତିକ: BJP

ମମିତା ହତ୍ୟା ପ୍ରସଙ୍ଗରେ ତଦନ୍ତ ଚାଲିଥିବା ବେଳେ ଡି.ଆଇ.ଜି. ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବା ଅନୈତିକ: BJP

ମମିତା ମେହେର ହତ୍ୟା ପ୍ରସଙ୍ଗରେ ଥମୁନି ରାଜନୀତି । ଲଗାତାର ଶାସିତ ଦଳ ବିଜେଡିକୁ ଟାର୍ଗେଟ କରୁଥିବାର ନଜର ଆସୁଛନ୍ତି ରାଜ୍ୟ ବିଜେପି ଓ କଂଗ୍ରେସ ଦଳ ।

ମମିତା ହତ୍ୟା ପ୍ରସଙ୍ଗରେ ତଦନ୍ତ ଚାଲିଥିବା ବେଳେ ଡି.ଆଇ.ଜି. ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବା ଅନୈତିକ: BJP
ମମିତା ହତ୍ୟା ପ୍ରସଙ୍ଗରେ ତଦନ୍ତ ଚାଲିଥିବା ବେଳେ ଡି.ଆଇ.ଜି. ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବା ଅନୈତିକ
  • News18 Odia
  • Last Updated: November 15, 2021, 4:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ମମିତା ମେହେର ହତ୍ୟାକଣ୍ଡ ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି। ପ୍ରତିଦିନ ନୂଆ ନୂଆ ଅଭିଯୋଗ ଆଣି ସରକାରଙ୍କୁ କାଠଗଡ଼ାକୁ ଟାଣୁଛନ୍ତି ବିରୋଧୀ। ରବିବାର ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଉତ୍ତରାଞ୍ଚଳ ଡି.ଆଇ.ଜି.ଙ୍କୁ ଟାର୍ଗେଟ କରିଥିଲା ବିଜେପି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ କରି ଶାସିତ ଦଳ ବିଜେଡି ଉପରେ ବର୍ଷିଥିଲେ।

ଲେଖାଶ୍ରୀ କହିଥିଲେ ଯେ ମମିତାଙ୍କ ମୃତ୍ୟୁ ଘଟଣାରେ ଶନିବାର ଦୁଇଟି ପ୍ରମାଣ ଆସିଛି। ମମିତାଙ୍କ ପିତା ଏହି କେସ ବିଷୟରେ କହୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମମିତାଙ୍କ ପିତା କହୁଛନ୍ତି ମମିତା ଭଲ କାମ କରୁଥିଲା, ପ୍ରତିଭାବାନ ଥିଲା। ଅନୈତିକ କାର୍ଯ୍ୟ ବିଷୟରେ ଜାଣିଥିଲେ ଓ ଦିବ୍ୟଶଙ୍କର ମିଶ୍ର ସେଠାକୁ ଯାଉଥିଲେ ଓ ଶାରୀରିକ ସମ୍ପର୍କ ରଖୁଥିଲେ ।

କିଛି ଦିନ ପୂର୍ବରୁ ମମିତାଙ୍କ ପିତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯାହାକୁ ନେଇ ବିଜେପି ଶାସକ ଦଳକୁ ଟାର୍ଗେଟ କରିଥିଲା। ତେବେ ଶନିବାରର ଭିଡିଓ ପରେ ବିଜେଡି କ'ଣ ଉତ୍ତର ରଖିବ ବୋଲି ପ୍ରଶ୍ନ କରିଥିଲା ବିଜେପି।

ସେହିପରି ଶନିବାର ଉତ୍ତରାଞ୍ଚଳ ଡି.ଆଇ.ଜି. ସାମ୍ବାଦିକ ସମ୍ମିଳନୀ କରି ଘଣ୍ଟ ଘୋଡାଇବାକୁ ପ୍ରୟାସ କରିଥିଲେ। ସନ ସାଇନ ସ୍କୁଲରେ କ'ଣ ଘଟୁଥିଲା ଯେ ମମିତା ପୋଡି, ମାରି ଗଭୀର ଗାତରେ ପୋତି ଦିଆଗଲା। ସେ ସମ୍ପର୍କରେ ଅନେକ ତଥ୍ୟ ଆସୁନି କି ପୋଲିସ ସଠିକ୍ ଏକସପ୍ଲାନେସ ଦେଇ ପାରୁନି। ଅନେକ ସମୟରେ ପୋଲିସ ତଥ୍ୟରେ ବି ତାଳମେଳ ନାହିଁ। ମମିତାଙ୍କ ମୃତ୍ୟୁ ପରେ ଏଫଆଇଆର ପାଇଁ ତାଙ୍କ ପରିବାର ୨ଟି ଥାନା ବୁଲିଲେ। ଗୋବିନ୍ଦଙ୍କ ଗିରଫ ପରେ ୪ଟି ଥାନା ବୁଲାଗଲା କାହିଁକି। ଏସବୁ ନକହି ଶନିବାର ଡି.ଆଇ.ଜି. ଆଇନକୁ ଘଣ୍ଟ ଘୋଡେଇବାକୁ ପ୍ରୟାସ କରିଛନ୍ତି। ଡି.ଆଇ.ଜି. ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବା ଅନୈତିକ ବୋଲି ଅଭିଯୋଗ କରିଛି ବିଜେପି ।

ଡି.ଆଇ.ଜି. ଏଭଳି କହିବା ତାଙ୍କ ସାମ୍ବିଧାନିକ ପରିସର ବାହାରେ। ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ଡି.ଆଇ.ଜି. ତଦନ୍ତ କରି ଅଧିକାରୀ ଥିଲେ କି। ତଦନ୍ତ ପାଇଁ ସେ ହୋଟେଲକୁ ଯାଇଥିଲା କି ତାଙ୍କ ଟିମ, କଲ ରେକର୍ଡ଼ କରାଯାଇନି। ତଦନ୍ତ ବି ସରିନି। ଏହି ସମୟରେ ଏଭଳି କହି ତଦନ୍ତକାରୀ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରାଯାଇଛି । ବିଜେଡିର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି ଡ଼ିଆଇଜି। ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ଘଣ୍ଟ ଗୋଡ଼ାଇବା ଓ ପ୍ରଚ୍ଛଦ ପଟରେ ରହି ତଥ୍ୟ ନଷ୍ଟ କରିବା ଏକ ଦୋଷ। ଜଣେ ଇନ୍ସପେକ୍ଟର ତଦନ୍ତ କରୁଥିବା ବେଳେ ଡି.ଆଇ.ଜି. ଆସି କ୍ଲିନଚିଟ୍ ଦେଲେ ଇନ୍ସପେକ୍ଟର କିପରି ତଦନ୍ତ କରିବେ ବୋଲି ପ୍ରଶ୍ନ କଲେ ଲେଖାଶ୍ରୀ।

ଛୁଟି ଥିବାରୁ କେସ ଡାଇରୀ ବିଳମ୍ବ ହେଲା ବୋଲି କୁହାଯାଉଛି କିନ୍ତୁ ଏ ନେଇ ଛୁଟି ଦିନରେ କିଛି ସମସ୍ୟା ନାହିଁ। କେବଳ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଏହି ସମୟ ନିଆଯାଇଥିଲା ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ଯେଉଁ କଥା ମମିତାଙ୍କ ପିତା କହୁଥିଲେ ସେହି କଥା ପ୍ରସିକ୍ୟୁସନ କାଉନ୍ସିଲ ଦ୍ୱାରା ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ଼ ହୋଇଛି।

ଏନସିପିସିଆର ମଧ୍ୟ କହିଛି ଯେ ସେ ଅନୁଷ୍ଠାନରେ ପୋସ୍କୋ ଆକ୍ଟ ଉଲଂଘନ ହୋଇଛି। ଶନିବାର ଭିଡିଓ ଉପରେ ବିଜେଡି ମନ୍ତବ୍ୟ ରଖୁ ବୋଲି ଦାବି କରିଛନ୍ତି ଲେଖାଶ୍ରୀ। ଡି.ଆଇ.ଜି. କୌଣସି ପ୍ରସଙ୍ଗରେ କ୍ଳାରିଫିକେସନ ନ ଦେଇ ମନ୍ତ୍ରୀଙ୍କୁ ଖସେଇବାକୁ ଏକ କାହାଣୀ ରଚିଛନ୍ତି। କ୍ଷମତାରେ ରହି ଅପବ୍ୟବହାର କରାଯାଉଛି। ତେଣୁ ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରୁଛି। ପାଉଁଜି, ବ୍ୟାଗକୁ କୋର୍ଟକୁ ନଦେଇ ପିଡୀତାଙ୍କ ପରିବାରକୁ ଦେଇ ଦେଲେ। କଲ ରେକର୍ଡ଼ କାହିଁକି ଯାଞ୍ଚ କରାଯାଉନି। ସମୟ ନଷ୍ଟ କଲେ ଫରେନସିକ ତଥ୍ୟ ନଷ୍ଟ ହେବ। ତେଣୁ ଜାଣିଶୁଣି ବିଳମ୍ବ କରାଯାଉଛି କହିଥିଲେ ଲେଖାଶ୍ରୀ।

ଲେଖାଶ୍ରୀଙ୍କୁ କାଉଣ୍ଟର କରି ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଥିଲେ, "ଲେଖାଶ୍ରୀ ସାମନ୍ତ ସିଂହାରଙ୍କର ପୋଲିସ ତଦନ୍ତ ଉପରେ କେତେ ଜ୍ଞାନର ଅଭାବ ରହିଛି ଆଜିର ସାମ୍ବାଦିକ ସମ୍ମିଳନୀ ତାହାର ମୁଖା ଖୋଲି ଦେଇଛି। ବୋଧ ହୁଏ ସେ ପୋଲିସ ଅଫିସର ହେବାକୁ ଚାହୁଁଥିଲେ ବିଫଳ ହୋଇଛନ୍ତି। ବର୍ତ୍ତମାନ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଅଫିସର ହେବାର ଅଭିନୟ କରି ମନ ଇଛା ଓ ଭିତ୍ତିହୀନ ବିବୃତ୍ତି ରଖି ପିଲାଦିନର ସ୍ବପ ପୂରଣ କରିବାକୁ ଉଦ୍ୟମ କରୁଛନ୍ତି। ଯଦି ଏ ଘଟଣାରେ ତାଙ୍କ ପାଖରେ କିଛି ପ୍ରମାଣ ଅଛି କୋର୍ଟକୁ ଯାଆନ୍ତୁ ଓ କୋର୍ଟକୁ ନିଷ୍ପତ୍ତି ନେବାକୁ ଦିଅନ୍ତୁ। କ୍ୟାମେରା ସାମ୍ନାରେ ମୁହଁ ଦେଖେଇବାକୁ ବିଜେପି ମୁଖପାତ୍ରମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗୀତା ଚାଲିଛି ଓ ଲେଖାଶ୍ରୀ ସାମନ୍ତ ସିଂହର ସେମାନଙ୍କ ମଧ୍ୟରୁ ଜଣେ ।’’
Published by: Lipina Das
First published: November 15, 2021, 4:35 PM IST