News18 Odia Digital
ଭୁବନେଶ୍ୱର: ଇସାରା ଇସାରାରେ ଭର୍ତ୍ତୃହରିଙ୍କ ଇଙ୍ଗିତ। ତେବେ ଭର୍ତ୍ତୃହରିଙ୍କ ଇଙ୍ଗିତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଜେଡି ପ୍ରତିଷ୍ଠା ଦିବସରେ ଅନୁପସ୍ଥିତି ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ।ତେବେ ଅନୁପସ୍ଥିତି କାରଣ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି କହିନଥିବା ବେଳେ ଆଗକୁ ଏ ନେଇ ଚାରିଟି ପ୍ରସଙ୍ଗରେ କହିବେ ବୋଲି କହିଛନ୍ତି ଭର୍ତ୍ତୃହରି। ସେପଟେ ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି ପ୍ରତିଷ୍ଠା ଦିବସରେ ଅନୁପସ୍ଥିତି ରହିବା ରାଜନୈତିକ ଉଦ୍ଦେଶ୍ୟ ନୁହେଁ କି ଏଥିରେ କୌଣସି ଦ୍ଵନ୍ଦ ନାହିଁ।
ସାମ୍ବାଦିକଙ୍କ ପ୍ରଶ୍ନ ଭର୍ତ୍ତୃହରିଙ୍କ ଉତ୍ତର। ସିଧାସଳଖ କିଛି ନକହିଲେ ବି ଇସାରା ଇସାରାରେ ବହୁତ କିଛି କହିଛନ୍ତି ଭର୍ତ୍ତୃହରି। ଚାରୋଟି ବିଷୟରେ ସେ କହିବାକୁ ଚାହୁଁଛନ୍ତି କିନ୍ତୁ ଆଜି ନୁହେଁ ଖୁବ ଶୀଘ୍ର କହିବି ବୋଲି କହିଛନ୍ତି। ତେବେ କେଉଁ ବିଷୟରେ କହିବେ ତାକୁ ନେଇ ବଢୁଛି ରାଜନୈତିକ ଉତ୍କଣ୍ଠା। ଏକଦା ସଂସଦୀୟ ଦଳର ନେତା ଥିବା ଭର୍ତ୍ତୃହରିଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ଦଳଠୁ ଦୁରେଇ ରଖାଯାଉଥିବା କାରଣ କ'ଣ ହୋଇପାରେ? ଭର୍ତ୍ତୃହରିଙ୍କ ଆଗାମୀ ରଣନୀତି କଣ ହୋଇପାରେ? କାହିଁକି ପ୍ରତିଷ୍ଠା ଦିବସରେ ଯୋଗଦେଲେନି ଭର୍ତ୍ତୃହରି? ତେବେ ଏନେଇ କଣ କହୁଛନ୍ତି ଭର୍ତ୍ତୃହରି । ବିଜେଡିର ପ୍ରତିଷ୍ଠା ଦିବସରେ ଦଳର ସାଂସଦ ଭର୍ତ୍ତୃହରି ମହତାବ ଅନୁପସ୍ଥିତି ରହିବା ପ୍ରସଙ୍ଗ। ଉତ୍ତରରେ ଭର୍ତ୍ତୃହରି କହିଛନ୍ତି,'ସ୍ୱାଧୀନତା ସଂଗ୍ରାମୀ ଦିବସ ଦିନ ଏ ବିଷୟରେ ଚର୍ଚ୍ଚା ନ କରିବା ଭଲ । ମୋର ୪ଟି ବିଷୟରେ କହିବାର ଅଛି ଖୁବଶୀଘ୍ର କହିବି। କିନ୍ତୁ ଆଜି ନୁହେଁ। ଦେଖା ହେବ ଯେତେବେଳେ ସେତେବେଳେ କହିବି । ମନ୍ମମଥ ଦାସଙ୍କ ଗୋଟେ ଲେଖା ଅଛି ଦେଖା ହେଲେ କହିବି ସେ କଥା'।
ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ଥିବା ନେଇ ପଚାରିବାରୁ ଭର୍ତ୍ତୃହରି କହିଛନ୍ତି ଯେ ଆପଣ ଏ ନେଇ ପିନାକୀ ମିଶ୍ରଙ୍କୁ କିଛି ପଚାରିଛନ୍ତି। ପିନାକୀ ଅସୁସ୍ଥ ଥିବା ଷ୍ଟେଜ ରେ ଘୋଷଣା କରାଯାଇଥିବା ସାମ୍ବାଦିକ ମାନେ କହିବା ପରେ ଭର୍ତ୍ତୃହରି କହିଛନ୍ତି କେଉଁଠି ଥିଲେ ପିନାକୀ ବାବୁ। ଦଳରେ ବରିଷ୍ଠ ମାନଙ୍କୁ ଅଣଦେଖା କରାଯାଉଛି କି ପ୍ରଶ୍ନରେ କହିଲେ ସେମିତି କିଛି ନାହିଁ ।
ନବୀନ ପଟ୍ଟନାୟକ ୧୦୦ ଶାସନ କରିବାକୁ ଆହ୍ୱାନ ଦେବା ପ୍ରସଙ୍ଗରେ କହିଛନ୍ତି ନବୀନ ବାବୁ ଯେଉଁ କଥା କହିଛନ୍ତି ସେ ମର୍ମ ଟିକୁ ବୁଝିଛନ୍ତି। ମହିଳା ମାନଙ୍କର ଆର୍ଶୀବାଦ ଦଳ ପ୍ରତି ରହିଲେ ଆମେ ୧୦୦ ବର୍ଷ ଲୋକଙ୍କ ସେବା କରିବୁ ବୋଲି କହିଛନ୍ତି। ତାହା ଦଳର ସମସ୍ତ କର୍ମୀ ଓ ନେତୃତ୍ବଙ୍କ ଏକ ଆହ୍ୱାନ ।
ବିଜେପି ସବୁ ଲୋକସଭା ଆସନ ଉପରେ ଫୋକସ୍ କରୁଛି ଓ କଟକରେ ବି କରିବାକୁ ଯାଉଛି କଣ ପ୍ରଭାବ ପକେଇବ ପ୍ରଶ୍ନ ରେ ଉତ୍ତର ୨୦୧୪ରୁ ଫୋକସ୍ କଲେଣି। ୨୦୧୯ ରେ ୪ ଲକ୍ଷ ଭୋଟ ପାଇଥିଲେ। ସେମାନେ ତାଙ୍କ ଦଳର କାର୍ଯ୍ୟ କରୁଛନ୍ତି ଆମେ ବି ଆମ ଦଳର କାର୍ଯ୍ୟ କରୁଛୁ।
ପ୍ରତିଷ୍ଠା ଦିବସ ବହୁତ ଭଲ ଭାବରେ ହୋଇଛି। ସମସ୍ତଙ୍କ ଯୋଗଦାନରେ ହୋଇଛି । ଯିଏ ଫିଜିକାଲି ବି ନଥିଲେ ଯାହାର ଦେହ ଖରାପ ଅଛି କି କେଉଁ କାରଣରୁ ଥିଲେ ସେଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ଭର୍ତ୍ତୃହରି ବାବୁ ଯୋଗ ଦେବା କି ନ ଦେବ କିମ୍ବା ପିନାକୀ ବାବୁ ଯୋଗ ଦେବା ନ ଦେବକୁ ନେଇ କୌଣସି ଦ୍ୱନ୍ଦ ନାହିଁ । କାହାର ବ୍ୟକ୍ତିଗତ ଅସୁବିଧା କି ଶାରୀରିକ ଅସୁସ୍ଥତା ଯୋଗୁଁ ଯୋଗ ଦେଇ ନାହାଁନ୍ତି। ମୁଁ ଉଭୟଙ୍କ ସହ ଆଲୋଚନା କରିଛି।
ପୁର୍ବରୁ ଖବରକାଗଜରେ ସ୍ତମ୍ଭ ଲେଖି ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରି ଚର୍ଚ୍ଚାରେ ଥିଲେ ଭର୍ତ୍ତୃହରି। ଏବେ ଭର୍ତ୍ତୃହରିଙ୍କ ଚାରୋଟି ବିଷୟ ଉପରେ କଣ କହିବେ ତାକୁ ଅପେକ୍ଷା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।