Prakruti & Babusan Relationship: ପୋଲିସ ନୋଟିସ୍ ସତ୍ତ୍ଵେ କୁଆଡ଼େ ଗଲେ ବାବୁସାନ?

ପୋଲିସ ନୋଟିସ ଦେବାର ୩ ଦିନ ବିତି ଯାଇଥିବାବେଳେ ବାବୁସାନ କାହିଁକି ଭୁବନେଶ୍ୱର ଆସୁନାହାଁନ୍ତି କି ତାଙ୍କ ପକ୍ଷ ରଖୁ ନାହାଁନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି।

ବାବୁସାନ୍ ଙ୍କ (ପ୍ରତୀକାତ୍ମକ ଛବି)

ବାବୁସାନ୍ ଙ୍କ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ବର: ବାବୁସାନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ସବୁ ମହଲାରେ ଚର୍ଚ୍ଚା। ସେପଟେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଖାରବେଳନଗର ଥାନାରେ ଏକ ଏଫଆଇଆର ଦେଇଥିଲେ। ସେହି ଏଫଆଇଆର ଆଧାରରେ  ଖାରବେଳନଗର ଥାନା ପକ୍ଷରୁ ବାବୁସାନଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଥିଲା। ହେଲେ ୩ ଦିନ ବିତି ଯାଇଥିଲେ ବି ବାବୁସାନ ଭୁବନେଶ୍ୱର ଆସୁନାହାଁନ୍ତି କି ତାଙ୍କ ପକ୍ଷ ରଖୁ ନାହାଁନ୍ତି ବୋଲି ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ଫିଲ୍ମର ପ୍ରମୋସନ୍ ଲାଗି ଅଭିନେତା ବାବୁସାନ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରି ଆସିଲେଣି। ହେଲେ ଏଯାବତ ବାବୁସାନ୍ ରାଜଧାନୀକୁ ଫେରିନାହାଁନ୍ତି। ସେହି ଟିମ୍ ସହିତ ତାଙ୍କର ଫେରିବାର କଥା ଥିଲା, କିନ୍ତୁ ଏପରି କାହିଁକି ହେଲା? କୁଆଡ଼େ ଗଲେ ବାବୁସାନ୍? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Published by:Sujit Swain
First published: