ଆଜି ଆଜ୍ଞା ମାଳ ବିଜେ ପରେ ରଥ ହେବ ଦକ୍ଷିଣମୋଡ଼ ; ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ

ଶ୍ରୀକ୍ଷେତ୍ରରେ ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ

ଶ୍ରୀକ୍ଷେତ୍ରରେ ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ

  • Share this:
News 18 Odia Digital

ପୁରୀ; ଆଡ଼ମଣ୍ଡପରେ ହେରାପଞ୍ଚମୀ ଅନୁଷ୍ଠିତ ହେବା ପରେ ମା’ ଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗି ଶ୍ରୀମନ୍ଦିରକୁ ଫେରିଯାଇଛନ୍ତି । ଆଜି ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ନିମନ୍ତେ ପ୍ରସ୍ତୁତ ହେବେ । ଏଥିନିମନ୍ତେ ତିନିରଥର ହେବ ଦକ୍ଷିଣମୋଡ଼ ।

ଆଜି ସପ୍ତମୀ ତିଥି । ପରମ୍ପରା ଅନୁସାରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ ହେବ । ଏଥିପାଇଁ ସବୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ତିନିରଥକୁ ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ସକାଳ ଧୂପ ପରେ ଘଣ୍ଟ, ଛତା, କାହାଳୀ ସହ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ୩ ରଥ ନିକଟରେ ପହଞ୍ଚିଛି । ଆଜ୍ଞାମାଳ ରଥରେ ଲାଗି ହେବା ପରେ ରଥରେ ଦଉଡ଼ି ସଂଯୋଗ ହେବ । ଏହାପରେ ତିନିରଥ ଦକ୍ଷିଣମୋଡ଼ କରାଯିବ । ପ୍ରଥମେ ଦର୍ପଦଳନ ରଥ ଟଣା ହେବା ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯିବାର ପରମ୍ପରା ରହିଛି । ତିନି ରଥକୁ ଟାଣି ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରଖାଯିବ ।

ଅନ୍ୟପଟେ ସନ୍ଧ୍ୟା ଧୂପ ପରେ ଆଡ଼ପ ମଣ୍ଡପରେ ରାହାସ ନୀତି ଅନୁଷ୍ଠିତ ହେବ । ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥି ୩ ଦିନ 'ରାହାସ’ ନୀତି ହୁଏ । ପ୍ରତ୍ୟହ ଏହି ତିନି ଦିନ ସଂଧ୍ୟା ଧୂପ ପରେ ମଦନମୋହନ ଜଗମୋହନରେ ସିଂହାସନ ଉପରେ ବିଜେ କରନ୍ତି । ସେଠାରେ ତାଙ୍କୁ ପୂଜାପଣ୍ଡା ସର୍ପା ମଣୋହିରେ କୋରା ଭୋଗ ଲାଗି କରନ୍ତି । ଭୋଗ ପରେ ବନ୍ଦାପନା କରାଯାଏ ।
Published by:Soubhagya Mishra
First published: