କଂଗ୍ରେସ କ୍ଷମତାକୁ ଆସିଲେ ସୁବର୍ଣ୍ଣରେଖାରେ ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ; ଶରତ ପଟ୍ଟନାୟକ

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରି ପିସିସି ସଭାପତି ଶରତ ପଟ୍ଟନାୟକ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି । ବନ୍ୟା ପରିଚାଳନାରେ ଘୋର ତ୍ରୁଟି ଯୋଗୁଁ ବନ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

କଂଗ୍ରେସ କ୍ଷମତାକୁ ଆସିଲେ ସୁବର୍ଣ୍ଣରେଖାରେ ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ; ଶରତ ପଟ୍ଟନାୟକ

କଂଗ୍ରେସ କ୍ଷମତାକୁ ଆସିଲେ ସୁବର୍ଣ୍ଣରେଖାରେ ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ; ଶରତ ପଟ୍ଟନାୟକ

  • Share this:
News 18 Odia Digital


ଭୁବନେଶ୍ୱର: ବାଲେଶ୍ୱରରେ ବନ୍ୟାଞ୍ଚଳ ବୁଲି ଦେଖିଲେ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ।  ରାଜ୍ୟରେ ୧୫ ଜିଲ୍ଲାର ୧୫ ଲକ୍ଷରୁ ଅଧିକ ଲୋକ ଏହି ମନୁଷ୍ୟକୃତ ପ୍ରଳୟଙ୍କରୀ​ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ୧ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ମହାନଦୀ ଓ ତାର ଶାଖାନଦୀରେ ବନ୍ୟାଜଳ ଆସିବାରୁ  ପିଲାଠୁ ଆରମ୍ଭ କରି ବୟସ୍କ, ଗାଈଗୋରୁ, ଛେଳି, ମେଣ୍ଢା ଆଦି ସମସ୍ତେ ଜଳବନ୍ଦୀ ହୋଇ ରହିଛନ୍ତି ।




ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରି ପିସିସି ସଭାପତି ଶରତ ପଟ୍ଟନାୟକ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି । ବନ୍ୟା ପରିଚାଳନାରେ ଘୋର ତ୍ରୁଟି ଯୋଗୁଁ ବନ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଶେଷ କରି ବାଲେଶ୍ୱର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ  ଗରିବ ଲୋକମାନେ ୩ ଦିନ ଧରି​ ଜଳବନ୍ଦୀ ହୋଇ ରହିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ପାଖରେ ପହଞ୍ଚି ପାରିନାହାନ୍ତି କିମ୍ବା ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ପାଲ, ପିଇବାପାଣି, ଔଷଧ ପହଞ୍ଚି ପାରିନାହିଁ ।


ହଜାର ହଜାର ହେକ୍ଟର ଧାନ ଚାଷ , ପରିବା ଚାଷ ଓ ପାନ ବରଜ ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରାଜ୍ୟ ସରକାର ଜିରୋ କାଜୁଆଲିଟି କଥା କେବଳ ଗଣମାଧ୍ୟମରେ କହୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ୧୫ ରୁ ଅଧିକ ଲୋକ ବନ୍ୟାରେ କାନ୍ଥ ଭୁଶୁଡିବା ଏବଂ ବନ୍ୟାଜଳରେ ଭାସି ମୃତ୍ୟୁ ବରଣ କରିଥିବା କହିଛନ୍ତି  ଶ୍ରୀ ପଟ୍ଟନାୟକ । ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଜଳେଶ୍ୱର, ଭୋଗରାଇ, ବସ୍ତା ଆଦି ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ଭେଟି ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି । ବାଲେଶ୍ୱର ସାଂସଦ ପାର୍ଥି ନବଜ୍ୟୋତି ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଓ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବନ୍ୟା ବିପନ୍ନଙ୍କୁ ଶୁଖିଲାଖାଦ୍ୟ, ଔଷଧ, ପିଇବା ପାଣି, ପାଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ । ରାଜ୍ୟ ସରକାରଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରି କହିଛନ୍ତି । ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ବନ୍ୟାଞ୍ଚଳ ପାଇଁ କୌଣସି ସ୍ଥାୟୀ ପ୍ରତିକାର ନ କରି ମିଛ ପ୍ରତିଶୃତି ଦେଇ ସାଧାରଣ ଜନତାଙ୍କୁ ପ୍ରତାରଣା କରିଚାଲିଛନ୍ତି । ଯାହା ଫଳରେ ଏଭଳି ମନୁଷ୍ୟକୃତ ବନ୍ୟା ଦେଖାଦେଇଛି ।


ସୁବର୍ଣ୍ଣରେଖା ନଦୀର ବନ୍ୟାକୁ ସପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯୋଜନ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ୨୨ ବର୍ଷର ସରକାର ଏହାକୁ କାର୍ଯ୍ୟକାରୀ କରାଇବାରେ ସାମାନ୍ୟତମ ନିଷ୍ଠା ଦେଖାଇଲେ ନାହିଁ । ଯଦି କଂଗ୍ରେସ ରାଜ୍ୟରେ ୨୦୨୪ରେ କ୍ଷମତାକୁ ଆସିବ ତାହାଲେ ସୁବର୍ଣ୍ଣରେଖାର ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।


ଏବେ ବି ବହୁ ଲୋକ ପାଣି ଘେରରେ ଅଛନ୍ତି ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଅର୍ଥ ସହାୟତା ରାଶି ପ୍ରଦାନ କରାଯାଉ । ନଦୀରେ ସୃଷ୍ଟି ହୋଉଥିବା ଘାଇକୁ ତୁରନ୍ତ ମରାମତି କରଯାଉ । ଏ ସମୟରେ ବନ୍ୟା ଅଞ୍ଚଳରେ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।
Published by:Soubhagya Mishra
First published: