ଗୁଗୁଲ୍ ସର୍ଚ୍ଚରେ ମିଳୁଛି WhatsApp ୟୁଜର୍ସଙ୍କ ଫୋନ୍ ନମ୍ବର; ହ୍ୟାକିଂ ଓ ସ୍ପାମ୍ ହେବାର ଆଶଙ୍କା ବଢ଼ିଲା
ହ୍ବାଟସ୍ଆପରେ (WhatsApp) ଆଉ ଏକ ପ୍ରମୁଖ ତ୍ରୁଟି ଦେଖିବାକୁ ମିଳିଛି । ଯଦି ଆପଣ ଆପଣଙ୍କ PC ୱେବ୍ ବ୍ରାଉଜରରେ ହ୍ବାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ କଣ୍ଟାକ୍ଟଲିଷ୍ଟ ଗୁଗୁଲ୍ ସର୍ଚ୍ଚ ସ୍କ୍ରୋଲରେ ସର୍ବସାଧାରଣରେ ଆସି ଯାଇପାରେ ।

ଗୁଗୁଲ୍ ସର୍ଚ୍ଚରେ ମିଳୁଛି WhatsApp ୟୁଜର୍ସଙ୍କ ଫୋନ ନମ୍ବର
- News18 Odia
- Last Updated: January 17, 2021, 3:37 PM IST
ହ୍ବାଟସଆପକୁ ନେଇ ଏହି ସମୟରେ ଅନେକ ଆଲୋଚନା ହେଉଛି । କମ୍ପାନୀର ଗୋପନୀୟତା ନୀତିକୁ ନେଇ ବିତର୍କ ଚାଲୁଥିବା ବେଳେ ବର୍ତ୍ତମାନ ହ୍ବାଟସଆପ ସହ ଅନ୍ୟ ଏକ ନୂଆ ବିବାଦ ଜଡି଼ତ ହୋଇଯାଇଛି । ଏହା ଜାଣିବାକୁ ମିଳିଛି ଯେ ହ୍ବାଟସଆପ୍ ବର୍ତ୍ତମାନ ପବ୍ଲିକ ସର୍ଚ୍ଚରେ ପ୍ରାଇଭେଟ ନମ୍ବରକୁ ଦେଖାଉଛି । ୟୁଜର୍ସଙ୍କ ଫୋନ୍ ନମ୍ବର ନିଜର ସର୍ଚ୍ଚରେ ହ୍ବାଟସଆପ୍ Web URL ର ରେଜଲ୍ଟ ଭାବରେ ଦେଖିବାକୁ ମିଳୁଛି । ଏହାର ଅର୍ଥ ହେଉଛି ଯଦି ଆପଣ ଆପଣଙ୍କର PC ୱେବ୍ ବ୍ରାଉଜରରେ ହ୍ବାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ କଣ୍ଟାକ୍ଟ ଗୁଗୁଲ୍ ସର୍ଚ୍ଚ ସ୍କ୍ରୋଲରେ ସର୍ବସାଧାରଣରେ ଆସି ଯାଇପାରେ । ଏହା ୟୁଜର୍ସଙ୍କୁ ସ୍ପାମ୍ ଓ ସାଇବର ଆକ୍ରମଣ ଭଳି ସ୍କାମରେ ଧରାଯିବାର ବିପଦରେ ପକାଇଥାଏ ।
ଗୁଗୁଲରେ ପ୍ରଭେଟ ନମ୍ବର ଲିକ୍ ବିଷୟରେ ନ୍ୟୁଜ୍ 18 ସହିତ ଏକ ବାର୍ତ୍ତାଳାପ ସମୟରେ ରାଜହରିୟା ଦାବି କରିଛନ୍ତି ଯେ ହ୍ୱାଟ୍ସସ୍ ଆପ୍ ନିର୍ଦ୍ଦେଶନାମା ପାଇଁ ଏକ ସ୍ୱୟଂଚାଳିତ ନିର୍ଦ୍ଦେଶ ଫାଇଲ ବ୍ୟବହାର କରୁଛି ଯାହା ଗୁଗୁଲର ଲିଙ୍କକୁ ସୂଚାଇବ ନାହିଁ । ଏହା ଏପର୍ଯ୍ୟନ୍ତ ଏକ ସ୍ଥାୟୀ ଗୋପନୀୟତା ସମସ୍ୟା ପରି ଦେଖାଯାଉଛି । କିଛି ଉପଭୋକ୍ତା ନ୍ୟୁଜ୍ 18 କୁ କହିଛନ୍ତି ଯେ ସେମାନେ ଅଜ୍ଞାତ ଲଗଇନ୍ OTP ପାଇଛନ୍ତି । ଅର୍ଥାତ୍ ଅନଧିକୃତ ଉପଭୋକ୍ତାମାନେ ସେମାନଙ୍କର ହ୍ବାଟସ୍ ଆପ୍ ଆକାଉଣ୍ଟକୁ ଆକ୍ସେସ କରିବାକୁ ଚେଷ୍ଟା କରୁଛନ୍ତି ।
ଗ୍ରୁପ୍ ଲିଙ୍କ୍ ମଧ୍ୟ ଲିକ୍ ହୋଇଛି
ହ୍ବାଟସଆପ୍ ଏହା ଉପରେ କହିଛି ଯେ ଏହାର ୟୁଜର୍ସ ତଥା ଗ୍ରୁପ୍ ଆମନ୍ତ୍ରଣର ଗୁଗୁଲ୍ ଇଣ୍ଡେକ୍ସକୁ ରୋକିବା ପାଇଁ ଏହା ଆବଶ୍ୟକ ପଦକ୍ଷେପ ନେଉଛି । ହ୍ବାଟସଆପ୍ ଗୁଗୁଲକୁ ଏପରି ଚାଟ୍ ସାର୍ବଜନୀନ ନକରିବାକୁ କହିଛି ଓ ଉପଭୋକ୍ତାମାନଙ୍କୁ ସର୍ବସାଧାରଣରେ ଉପଲବ୍ଧ ୱେବସାଇଟରେ ଗ୍ରୁପ୍ ଚାଟ୍ ଲିଙ୍କ୍ ଅଂଶୀଦାର ନକରିବାକୁ ପରାମର୍ଶ ଦେଇଛି ।
ଗୁଗୁଲ୍ ବ୍ୟକ୍ତିଗତ ହ୍ବାଟସଆପ୍ ଗ୍ରୁପ୍ ଚାଟ୍ ପାଇଁ ଇନଭଏସ୍ ଲିଙ୍କ୍ ଇଣ୍ଡେକ୍ସ କରିଛି । ଯାହାର ଅର୍ଥ ହେଉଛି ଯେ ବିଭିନ୍ନ ପ୍ରାଇଭେସି ଚାଟ୍ ଗ୍ରୁପର ସହଜରେ ସନ୍ଧାନ କରାଯାଇପାରିବ । ଇଣ୍ଡେକ୍ସ ହ୍ବାଟସଆପ୍ ଗ୍ରୁପ୍ ଚାଟ୍ ଲିଙ୍କ୍ ବର୍ତ୍ତମାନ ଗୁଗୁଲରୁ ଅପସାରିତ ହୋଇଛି । ହ୍ବାଟସଆପ୍ ମୁଖପାତ୍ର କହିଛନ୍ତି ଯେ ମାର୍ଚ୍ଚ ୨୦୨୦ ଠାରୁ ହ୍ବାଟସଆପ୍ ସମସ୍ତ ଗଭୀର ଲିଙ୍କ୍ ପୃଷ୍ଠାରେ ନୋଏଣ୍ଡେକ୍ସ ଟ୍ୟାଗ୍ ଅନ୍ତର୍ଭୂକ୍ତ କରିଛି । ଯାହା ସେମାନଙ୍କୁ ସୂଚକାଙ୍କରୁ ବାଦ ଦେବ । ହ୍ବାଟସଆପ୍ ମୁଖପାତ୍ର କହିଛନ୍ତି ଯେ ଏହି ଚାଟ୍ ଗୁଡିକୁ ଇଣ୍ଡେକ୍ସ ନକରିବାକୁ ଆମେ ଗୁଗୁଲକୁ ଆମର ମତାମତ ଦେଇଛୁ ।