ଜରୁରୀ ଖବର! ଆପଣଙ୍କ ସ୍ମାର୍ଟଫୋନରେ ଶୀଘ୍ର ବନ୍ଦ ହୋଇପାରେ WhatsApp; ଜାଣନ୍ତୁ ଏହାର କାରଣ
ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍ (WhatsApp) କିଛି ଡିଭାଇସରେ ନିଜର ସପୋର୍ଟ ବନ୍ଦ କରିବାକୁ ଯାଉଛି । ଜାଣନ୍ତୁ କେଉଁ ଫୋନରେ ଚାଲିବ ନାହଁ ଏହି ଆପ୍..

ଆପଣଙ୍କ ସ୍ମାର୍ଟଫୋନରେ ଶୀଘ୍ର ବନ୍ଦ ହୋଇପାରେ WhatsApp!
- News18 Odia
- Last Updated: March 9, 2021, 2:58 PM IST
ଫେସବୁକର (Facebook) ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍ (WhatsApp) କିଛି ଫୋନ୍ ପାଇଁ ନିଜର ସପୋର୍ଟ ବନ୍ଦ କରିବାକୁ ଯାଉଛି । ହ୍ୱାଟସଆପ୍ ଟ୍ରାକର୍ WABetaInfo ର ଏକ ରିପୋର୍ଟ ଅନୁଯାୟୀ ହ୍ବାଟସଆପ୍ ବିଟାର ୨.୨୧.୫୦ ସଂସ୍କରଣ iOS 9 ଓ ଏହା ପୂର୍ବରୁ ସମର୍ଥନ କରୁଥିବା ଉପକରଣଗୁଡ଼ିକୁ ସପୋର୍ଟ କରିବ ନାହିଁ । ଯଦିଓ ହ୍ବାଟସଆପ୍ ବର୍ତ୍ତମାନ ଏହାର FAQ ପେଜରେ ଏହା ଅପଡେଟ୍ କରିନାହିଁ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍: ନ୍ୟୁଜ୍ ୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା
ବର୍ତ୍ତମାନ ସମୟରେ ଆଇଫୋନ୍ ୫ (iPhone 5) ହେଉଛି ବିଟାର ୨.୨୧.୫୦ ସର୍ବଶେଷ ଫୋନ୍ ଯେଉଁଥିରେ ହ୍ୱାଟସଆପ୍ କାମ କରୁଛି । କାରଣ ଆଇଫୋନ୍ ୫ ରେ ୧୦.୩ ର ଅପଡେଟ୍ ପାଇଛି । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ହ୍ୱାଟସଆପ୍ ଆଣ୍ଡ୍ରଏଡ୍ ୪.୦.୩ ଓ ତଦୁର୍ଦ୍ଧ ଚାଲୁଥିବା ସ୍ମାର୍ଟଫୋନକୁ ସପୋର୍ଟ କରେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଆତଙ୍କ ରାଜ୍: ଦିନ ଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ମାରିଦେଲେ ଦୁର୍ବୃତ୍ତ
ଶେଷରେ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ବ୍ୟତୀତ ହ୍ୱାଟସଆପ୍ KaiOS ରେ ମଧ୍ୟ କାମ କରେ । ଯାହା ଜିଓ ଫୋନ୍ ଓ ଜିଓ ଫୋନ୍ ୨ ପରି ଫିଚର ଫୋନରେ ମଧ୍ୟ କାମ କରିଥାଏ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ’ର - ସବ୍ୟସାଚୀ ମିଶ୍ରଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା ସାହୁ
ଏହା ବ୍ୟତୀତ ହ୍ୱାଟସଆପ୍ ଆଗାମୀ ଫିଚରରେ ଅର୍ଚିଭ ଚାଟ୍ଗୁଡ଼ିକର ଏକ ଉତ୍ତମ ସଂସ୍କରଣ ଖୁବ୍ ଶୀଘ୍ର ଆସିବ । WABetaInfo ଅନୁଯାୟୀ ଏହା ବର୍ତ୍ତମାନ ଫିଚର ବିକାଶ ପର୍ଯ୍ୟାୟରେ ଅଛି ଓ କୁହାଯାଇଛି ଯେ ହ୍ୱାଟସଆପ୍ ମଧ୍ୟ କିଛି UI (ୟୁଜର୍ ଇଣ୍ଟରଫେସ୍) ରେ କାମ କରୁଛି । ଯାହା ବ୍ୟବହାରକାରୀମାନେ ଅର୍ଚିଭ ଚାଟରେ ଦେଖିପାରିବେ ।
Archived ଚାଟରେ ଆସୁଥିବା ସମସ୍ତ Notification ମ୍ୟୁଟ୍ ହୋଇ ରହିବ। ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ଅର୍ଚିଭ ଚାଟରେ ଆସୁଥିବା ବାର୍ତ୍ତା ବିଷୟରେ ଜାଣିପାରିବେ ନାହିଁ ।WABetaInfo କହିବା ଅନୁଯାୟୀ ଏହି ଫିଚରର ବିକଳ୍ପ ରହିବ ।