ଅଚାନକ WhatsApp, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ସେବା ବିଶ୍ୱ ସାରା ଡାଉନ୍ ହେଲା; ପୁଣି ଠିକ୍ ହୋଇଗଲା

ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୧:୪୨ରେ ଏହି ସୋସିଆଲ୍ ମିଡ଼ିଆ ସେବାଗୁଡି଼କ ପୁଣି ସ୍ୱାଭାବିକ ହୋଇଥିଲା । ଏ ଯାଏଁ ମୂଳ କମ୍ପାନୀ ଫେସବୁକରୁ କୌଣସି ସୂଚନା ଆସି ନ ଥିବାରୁ ଏହି ଅଘଟଣର କାରଣ କ’ଣ ଥିଲା ତାହା ଜଣା ପଡି଼ନାହିଁ ।

ଫେବୃୟାରୀ ୧୯ରେ ବି ଏମିତି ସମାନ ପ୍ରକାରର ଅଘଟଣ ଘଟିଥିଲା ।

ଫେବୃୟାରୀ ୧୯ରେ ବି ଏମିତି ସମାନ ପ୍ରକାରର ଅଘଟଣ ଘଟିଥିଲା ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଫେସବୁକ୍ ମାଲିକାନାରେ ଥିବା ସୋସିଆଲ୍ ମିଡି଼ଆ ଆପ୍ଲିକେସନ୍ ହ୍ୱାଟସ୍-ଆପ୍ ଓ ଇନଷ୍ଟାଗ୍ରାମ ଶୁକ୍ରବାର ବିଳମ୍ବିତ ରାତିରେ ବିଶ୍ୱବ୍ୟାପୀ ଅଘଟଣର (global ooutage) ସମ୍ମୁଖୀନ ହୋଇଥିଲା । ହ୍ୱାଟସ୍-ଆପରେ ମେସେଜ୍‌ ପଠାଇବା କିମ୍ବା ଗ୍ରହଣ କରିବା ନେଇ ଅନେକ ଉପଭୋକ୍ତା ଟ୍ୱିଟରକୁ ଯାଇ ନିଜ ଦୁଃଖ ବର୍ଣ୍ଣନା କରିଥିଲେ । ଅନେକ ଉପଭୋକ୍ତା ଇନଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ଅପଲୋଡ୍ କରିବାରେ ଅସମର୍ଥ ହେଉଥିବା ବି କହିଥିଲେ ।

କେତେକ ଉପଭୋକ୍ତା ଫେସବୁକ୍ ବ୍ୟବହାର କରିବାରେ ମଧ୍ୟ ଅସୁବିଧାର ସାମନା କରିଥିବା ଅଭିଯୋଗ କରିଥିଲେ, କିନ୍ତୁ ଅନ୍ୟମାନେ କହିଥିଲେ ଯେ ସେମାନଙ୍କ ଆପ୍ ଠିକ୍‌ ଭାବେ କାମ କରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କେନ୍ଦୁଝର: ତୀବ୍ର ବେଗରେ ବାଇକ୍ ଚଳାଉଥିଲେ; ବ୍ୟାରିକେଡରେ ପିଟିହେବାରୁ ଯୁବକଙ୍କ ମୃତ୍ୟୁ ହେଲା

ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୧:୪୨ରେ ଏହି ସେବାଗୁଡି଼କ ପୁଣି ଥରେ ସ୍ୱାଭାବିକ ହୋଇଥିଲା । ଅନଲାଇନ୍ ବ୍ୟବହାରକାରୀମାନେ ରାତି ୧୦:୫୫ରେ ଅସୁବିଧାର ସାମନା କରୁଥିବା ବିଷୟରେ ରିପୋର୍ଟ କରିବା ଆରମ୍ଭ କରିଦେଇଥିଲେ । ଆଉଟେଜ୍ ଟ୍ରାକର୍ ଡାଉନଡିଟେକ୍ଟର୍ ମଧ୍ୟ ଏହି ସମୟରେ ଅଘଟଣରେ ଏକ ବଡ଼ ଧରଣର ବୃଦ୍ଧି (spike in outage) ଦର୍ଶାଇଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବର: ଭଡ଼ାଟିଆଙ୍କ ଉପରେ ଆକ୍ରମଣ ମାମଲାରେ ଗିରଫ ହୋଇପାରନ୍ତି BJP ନେତ୍ରୀ ତାଙ୍କ ସ୍ୱାମୀ

ଆଉଟେଜ୍ ଟ୍ରାକର୍ ଡାଉନଡିଟେକ୍ଟର୍ ବି ଏହି ଅଘଟଣ ବିଷୟରେ ସୂଚନା ଦେଇଛି ।


ଏ ପର୍ଯ୍ୟନ୍ତ ମୂଳ କମ୍ପାନୀ ଫେସବୁକରୁ କୌଣସି ଆଧିକାରିକ ସୂଚନା ଆସି ନ ଥିବାରୁ ଏହି ଅଘଟଣର କାରଣ କ’ଣ ଥିଲା ତାହା ଜଣା ପଡି଼ନାହିଁ । ଭାରତ ସମେତ ବିଶ୍ୱର ଅନେକ ଉପଭୋକ୍ତା ଟ୍ୱିଟରକୁ ଯାଇ ଫେସବୁକ୍‌, ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମ୍‌ ସେବାଗୁଡି଼କ ଡାଉନ୍‌ ଥିବା ବିଷୟରେ ଜଣାଇଥିଲେ । ଏହି ସ୍ଥିତିକୁ ନେଇ ଟ୍ୱିଟରରେ ଅନେକ ହାସ୍ୟରସରେ ଭରା ମିମ୍‌ ଆସିଥିଲା ।



ଏହା ବି ପଢ଼ନ୍ତୁ PHOTO ଦେଖନ୍ତୁ | ବାଲି ଖୋଳୁ ଖୋଳୁ ମହାଦେବ: ଯାଜପୁରରେ ବୈତରଣୀ ନଦୀ ଗର୍ଭରୁ ଉଭା ହେଲେ ସ୍ବୟଂ ଶିବଶମ୍ଭୁ

ଏହି ସୋସିଆଲ୍‌ ମିଡ଼ିଆ ସେବାଗୁଡ଼ିକ ଫେବୃୟାରୀ ୧୯ରେ ବି ଏମିତି ସମାନ ପ୍ରକାରର ଅଘଟଣ ଯୋଗୁଁ କିଛି ସମୟ ଧରି ବନ୍ଦ ବା ଡାଉନ୍‌ ରହିଥିଲା । ସେଦିନ ଉପଭୋକ୍ତାମାନେ ସକାଳ ପ୍ରାୟ ୭:୫୫ରେ ଅସୁବିଧାର ସାମନା କରିବା ଆରମ୍ଭ କରିଥିଲେ । ସେହି ଅଘଟଣର କାରଣ କ’ଣ ତାହା ବି ଏ ପର୍ୟ୍ୟନ୍ତ ଜଣାପଡି଼ ନାହିଁ, କିନ୍ତୁ କିଛି ସମୟ ପରେ ସେବାଗୁଡି଼କ ପୁନରୁଦ୍ଧାର କରାଯାଇଥିଲା ।
Published by:Anand S.T. Das
First published: